Posted inଫୁରସତ

ସ୍ବାମୀ ହେବ ତ ଏମିତି, ସ୍ତ୍ରୀଙ୍କ କଥାକୁ ବାସ୍ତବ ରୂପ ଦେବା ପାଇଁ…

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଥାଏ। କେଉଁଠି ଶାହାଜାହାନ ମମତାଜଙ୍କ ପାଇଁ ତାଜମହଲ ନିର୍ମାଣ କରିଥିଲେ ତ ଆଉ କେଉଁଠି ସ୍ବାମୀ ସ୍ତ୍ରୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଦେଖାଯାଏ। କୋଲକାତାରେ ତାପସ ଶାଣ୍ଡିଲ୍ୟ ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କରୋନା ମହାମାରୀର ଦ୍ୱିତୀୟ ଲହରରେ ସ୍ତ୍ରୀଙ୍କୁ ହରାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ମୃତ୍ୟୁ ସମୟରେ ସ୍ତ୍ରୀଙ୍କ ମୁହଁ ସେ ଦେଖିପାରି ନ ଥିଲେ। କାରଣ ସେତେବେଳେ ସେ ନିଜେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।
ସ୍ତ୍ରୀ ଇନ୍ଦ୍ରାଣୀଙ୍କ ମୃତ୍ୟୁରେ ହାର୍‌ ମାନି ନ ଥିଲେ ତାପସ। ସେ ସ୍ତ୍ରୀଙ୍କ ସ୍ମୃତିରେ ଏକ ସିଲିକନ ମୂର୍ତ୍ତି ନିର୍ମାଣ କରିଥିଲେ। ଏବେ ଏହି ମୂର୍ତ୍ତି ଦେଖି ସେ ଜୀବନ ବିତାଉଛନ୍ତି। ତେବେ ଏପରି ମୂର୍ତ୍ତି ନିର୍ମାଣ ପଛରେ ଏକ ରୋଚକ କାହାଣୀ ରହିଛି। ବହୁ ବର୍ଷ ପୂର୍ବେ ଶାଣ୍ଡିଲ୍ୟ ଦମ୍ପତି ମାୟାପୁରର ଇସ୍କନ ମନ୍ଦିରକୁ ଯାଇଥିଲେ। ସେଠାରେ ସେମାନେ ଶ୍ରୀ ପ୍ରଭୁପାଦଙ୍କ ଏକ ଜୀବନ୍ତ ମୂର୍ତ୍ତିର ଦର୍ଶନ କରିଥିଲେ। ସେହି ସମୟରେ ଇନ୍ଦ୍ରାଣୀ କହିଥିଲେ, ଆମ ମଧ୍ୟରୁ ଯିଏ ପ୍ରଥମେ ଏହି ଦୁନିଆ ଛାଡିବ, ତାର ଠିକ ସେହିପରି ଏକ ମୂର୍ତ୍ତି ତିଆରି କରିବ। ଆଜି ଯେତେବେଳେ ତାପସଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡିଦେଲେ, ତାଙ୍କୁ ଇନ୍ଦ୍ରାଣୀଙ୍କ କଥାକୁ ବାସ୍ତବତାରେ ପରିଣତ କରିବାକୁ ପଡିଲା।
ତାପସ ପ୍ରାୟ ଅଢେଇ ଲକ୍ଷ ଖର୍ଚ୍ଚ କରି ଇନ୍ଦ୍ରାଣୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ତିଆରି କରିଥିଲେ ଏବଂ ଏହାକୁ ତିଆରି କରିବାକୁ ପ୍ରାୟ ୩ ମାସ ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri