Posted inଜାତୀୟ

୨ ଘଣ୍ଟା ବର୍ଷାରେ ସବୁ ଅଚଳ, ତଥାପି ଟୋଲ୍ କାହିଁକି? ପ୍ରଶ୍ନ ଉଠାଇଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୮।୮: ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗଭାଇ ଜାତୀୟ ରାଜପଥର ଅବସ୍ଥା ଓ ଟୋଲ ଟ୍ୟାକ୍ସ ସଂଗ୍ରହ ସମ୍ପର୍କିତ ଏକ ଆବେଦନ ଶୁଣାଣି ସମୟରେ କହିଛନ୍ତି ଯେ, ଦିଲ୍ଲୀରେ ମାତ୍ର ୨ ଘଣ୍ଟା ବର୍ଷା ହେଲେ ସମଗ୍ର ରାଜଧାନୀ ଅଚଳ ହୋଇପଡ଼େ। ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ଦ୍ୱାରା ଦାଖଲ ଏକ ଆବେଦନରେ କେରଳର ତ୍ରିସୁର ଜିଲ୍ଲାର ଜାତୀୟ ରାଜପଥ ୫୪୪ରେ ଟୋଲ ସଂଗ୍ରହ ଉପରେ କେରଳ ହାଇକୋର୍ଟଙ୍କ ନିଷେଧାଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ରାଜପଥର ଖରାପ ଅବସ୍ଥା ହେତୁ କେରଳ ହାଇକୋର୍ଟ ଟୋଲ ସଂଗ୍ରହ ଉପରେ ରୋକ ଲଗାଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗଭାଇ, ଜଷ୍ଟିସ କେ. ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଏନ. ଭି. ଅଞ୍ଜାରିଆଙ୍କ ବେଞ୍ଚ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷଣ କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି, “ଯଦି ଗୋଟିଏ ରାସ୍ତାର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯିବାକୁ ୧୨ ଘଣ୍ଟା ଲାଗୁଛି, ତେବେ ଜଣେ ବ୍ୟକ୍ତି କାହିଁକି ୧୫୦ ଟଙ୍କା ଟୋଲ ଦେବେ? ଯେଉଁ ରାସ୍ତା ଏକ ଘଣ୍ଟାରେ ଅତିକ୍ରମ ହେବା କଥା, ତାହା ୧୨ ଘଣ୍ଟା ଲାଗୁଛି ଓ ତା’ ପରେ ମଧ୍ୟ ଟୋଲ ଦେବାକୁ ପଡ଼ୁଛି।”

ଏନଏଚଏଆଇ ଓ ତାଙ୍କ କନସେସନେୟାର ଗୁରୁବାୟୁର ଇନଫ୍ରାଷ୍ଟ୍ରକଚର ପକ୍ଷରୁ ତ୍ରିସୁରର ପାଲିୟେକ୍କାରା ଟୋଲ ପ୍ଲାଜାରେ ଟୋଲ ସଂଗ୍ରହ ଉପରେ କେରଳ ହାଇକୋର୍ଟଙ୍କ ନିଷେଧାଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ନିଷ୍ପତ୍ତି ସଂରକ୍ଷଣ କରିଥିବା ବେଳେ ରାଜପଥର ଅବସ୍ଥା ଓ ଟୋଲ ସଂଗ୍ରହ ନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?