Posted inଜାତୀୟ

ଏମସିଡି ନିର୍ବାଚନ ପାଇଁ କେଜରିୱାଲ ଜାରି କଲେ ୧୦ ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୧ ।୧୧: ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶୁକ୍ରବାର ‘କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି’ ଲଞ୍ଚ କରିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଯାହା କହୁ ତାହା କରୁ । ଆମେ ଫେବିକଲର ଯୋଡେଇ ଭଳି ମଜଭୁତ କେବେ ଭାଙ୍ଗି ନ ଥାଉ । ଅନ୍ୟ ରାଜନୈତିକ ଦଳ ବଚନ ପତ୍ର ଜାରି କରିଥାଆନ୍ତି, ହେଲେ ସେମାନଙ୍କ ନିୟମ ସ୍ପଷ୍ଟ ହୋଇ ନ ଥାଏ । କେଜରିୱାଲ କହିଛନ୍ତି କେନ୍ଦ୍ର ସରକାର ମୋତେ କେବଳ ଗାଳି ଦେବା ବ୍ୟତୀତ ଏମସିଡିକୁ ଗୋଟିଏ ଟଙ୍କା ବି ଦେଇ ନାହାନ୍ତି ।
କେଜରିୱାଲ କହିଲେ ଭ୍ରଷ୍ଟାଚାର କରିବେ ସେମାନେ, ହେଲେ ଜେଲ ଯିବେ ସତ୍ୟେନ୍ଦ୍ର ଜୈନ ଓ ମନିଷ ସିସୋଡିଆ । ଦିଲ୍ଲୀ ସରକାରଙ୍କ କାମକୁ ଅଟକାଇବା ଓ ଦିଲ୍ଲୀବାସୀଙ୍କ ଅବସ୍ଥା ଖରାପ କରିବାକୁ କୌଣସି ବାଟ ଛାଡି ନାହାନ୍ତି ଏମାନେ । କେଜରିୱାଲ କହିଛନ୍ତି ସେମାନେ କହିଥିଲେ ଅଳିଆ ପାହାଡ଼କୁ ସଫା କରିଦେବେ, ଆଉ ଦିଲ୍ଲୀର ସବୁ ଗଳି ଅଳିଆ ମୁକ୍ତ ହେବ । ହେଲେ ସେମିତି କିଛି ହୋଇନାହିଁ । ସବୁ ମାର୍କେଟରେ ଅଳିଆ ଗଦା ହୋଇ ରହିଛି, ଏମାନେ ମିଛ ପ୍ରତିଶ୍ରୁତି ଦିଅନ୍ତି । ଏଏପି ନେତା କହିଛନ୍ତି, ଭାରତ ଇତିହାସରେ ଏମିତି ପ୍ରଥମଥର ହୋଇଛି, କି କେନ୍ଦ୍ର ସରକାର କହୁଛନ୍ତି, ରାଜ୍ୟ ସରକାରଙ୍କର ଅଭିଯୋଗ ଯେ କେନ୍ଦ୍ର ପକ୍ଷରୁ ତାଙ୍କୁ ଅର୍ଥ ଦିଆଯାଇ ନାହିଁ, ଏମିତି କହିବାକୁ ତାଙ୍କୁ ଲାଜ ବି ଲାଗୁନାହିଁ ।
କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି
ଦିଲ୍ଲୀକୁ ସୁନ୍ଦର କରିବେ
ତିନୋଟି ଅଳିଆ ପାହାଡ଼କୁ ସଫା କରିବେ, ଭ୍ରଷ୍ଟାଚାର ମୁକ୍ତ ଏମସିଡି ହେବ
ପାର୍କିଂ ସମସ୍ୟାରୁ ମୁକ୍ତି ମିଳିବ
ବୁଲା ପଶୁଙ୍କଠାରୁ ଦିଲ୍ଲୀ ମୁକ୍ତ ହେବ
ନଗର ନିଗମ ଗଳିକୁ ଠିକ୍ କରିବେ
ନଗର ନିଗମ ସ୍କୁଲ ଓ ହସ୍ପିଟାଲକୁ ଠିକ୍ କରିବେ
ନଗର ନିଗମର ସମସ୍ତ ପାର୍କକୁ ସୁନ୍ଦର କରିବେ
ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ
ବ୍ୟବସାୟଙ୍କ ଲାଇସେନ୍ସ ପ୍ରକ୍ରିୟାକୁ ସହଜ କରିଦିଆଯିବ
ରେଡି-ପଟରି ବାଲାଙ୍କ ପାଇଁ ଭେଣ୍ଡିଂ ଜୋନ କରାଯିବ, ସେମାନଙ୍କୁ ଭ୍ରଷ୍ଟାଚାର ମୁକ୍ତ କରାଯିବ


Enter your email to get our daily news in your inbox.

All Right Reserved By Dharitri.Com

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri