Posted inଜାତୀୟ

ଏମସିଡି ନିର୍ବାଚନ ପାଇଁ କେଜରିୱାଲ ଜାରି କଲେ ୧୦ ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୧ ।୧୧: ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶୁକ୍ରବାର ‘କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି’ ଲଞ୍ଚ କରିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଯାହା କହୁ ତାହା କରୁ । ଆମେ ଫେବିକଲର ଯୋଡେଇ ଭଳି ମଜଭୁତ କେବେ ଭାଙ୍ଗି ନ ଥାଉ । ଅନ୍ୟ ରାଜନୈତିକ ଦଳ ବଚନ ପତ୍ର ଜାରି କରିଥାଆନ୍ତି, ହେଲେ ସେମାନଙ୍କ ନିୟମ ସ୍ପଷ୍ଟ ହୋଇ ନ ଥାଏ । କେଜରିୱାଲ କହିଛନ୍ତି କେନ୍ଦ୍ର ସରକାର ମୋତେ କେବଳ ଗାଳି ଦେବା ବ୍ୟତୀତ ଏମସିଡିକୁ ଗୋଟିଏ ଟଙ୍କା ବି ଦେଇ ନାହାନ୍ତି ।
କେଜରିୱାଲ କହିଲେ ଭ୍ରଷ୍ଟାଚାର କରିବେ ସେମାନେ, ହେଲେ ଜେଲ ଯିବେ ସତ୍ୟେନ୍ଦ୍ର ଜୈନ ଓ ମନିଷ ସିସୋଡିଆ । ଦିଲ୍ଲୀ ସରକାରଙ୍କ କାମକୁ ଅଟକାଇବା ଓ ଦିଲ୍ଲୀବାସୀଙ୍କ ଅବସ୍ଥା ଖରାପ କରିବାକୁ କୌଣସି ବାଟ ଛାଡି ନାହାନ୍ତି ଏମାନେ । କେଜରିୱାଲ କହିଛନ୍ତି ସେମାନେ କହିଥିଲେ ଅଳିଆ ପାହାଡ଼କୁ ସଫା କରିଦେବେ, ଆଉ ଦିଲ୍ଲୀର ସବୁ ଗଳି ଅଳିଆ ମୁକ୍ତ ହେବ । ହେଲେ ସେମିତି କିଛି ହୋଇନାହିଁ । ସବୁ ମାର୍କେଟରେ ଅଳିଆ ଗଦା ହୋଇ ରହିଛି, ଏମାନେ ମିଛ ପ୍ରତିଶ୍ରୁତି ଦିଅନ୍ତି । ଏଏପି ନେତା କହିଛନ୍ତି, ଭାରତ ଇତିହାସରେ ଏମିତି ପ୍ରଥମଥର ହୋଇଛି, କି କେନ୍ଦ୍ର ସରକାର କହୁଛନ୍ତି, ରାଜ୍ୟ ସରକାରଙ୍କର ଅଭିଯୋଗ ଯେ କେନ୍ଦ୍ର ପକ୍ଷରୁ ତାଙ୍କୁ ଅର୍ଥ ଦିଆଯାଇ ନାହିଁ, ଏମିତି କହିବାକୁ ତାଙ୍କୁ ଲାଜ ବି ଲାଗୁନାହିଁ ।
କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି
ଦିଲ୍ଲୀକୁ ସୁନ୍ଦର କରିବେ
ତିନୋଟି ଅଳିଆ ପାହାଡ଼କୁ ସଫା କରିବେ, ଭ୍ରଷ୍ଟାଚାର ମୁକ୍ତ ଏମସିଡି ହେବ
ପାର୍କିଂ ସମସ୍ୟାରୁ ମୁକ୍ତି ମିଳିବ
ବୁଲା ପଶୁଙ୍କଠାରୁ ଦିଲ୍ଲୀ ମୁକ୍ତ ହେବ
ନଗର ନିଗମ ଗଳିକୁ ଠିକ୍ କରିବେ
ନଗର ନିଗମ ସ୍କୁଲ ଓ ହସ୍ପିଟାଲକୁ ଠିକ୍ କରିବେ
ନଗର ନିଗମର ସମସ୍ତ ପାର୍କକୁ ସୁନ୍ଦର କରିବେ
ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ
ବ୍ୟବସାୟଙ୍କ ଲାଇସେନ୍ସ ପ୍ରକ୍ରିୟାକୁ ସହଜ କରିଦିଆଯିବ
ରେଡି-ପଟରି ବାଲାଙ୍କ ପାଇଁ ଭେଣ୍ଡିଂ ଜୋନ କରାଯିବ, ସେମାନଙ୍କୁ ଭ୍ରଷ୍ଟାଚାର ମୁକ୍ତ କରାଯିବ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?