Posted inଜାତୀୟ

‘ଟେରର ଫଣ୍ଡିଂ ମାମଲାରେ ହେଉ ଫାଶୀ’, ଏନଆଇଏର ଦାବିକୁ ନେଇ ୟାସିନ ମଲିକଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ହାଇକୋର୍ଟ ସୋମବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନୋଟିସ ଜାରି କରିଛନ୍ତି। ଆତଙ୍କବାଦୀ ସଙ୍ଗଠନ ଜେକେଏଲଏଫର ନେତା ୟାସିନ ମଲିକଙ୍କୁ ଟେରର ପଣ୍ଡିଂ ମାମଲାରେ ଫାଶୀ ଦଣ୍ଡ ଦେବାକୁ ଏନଆଇଏ ପକ୍ଷରୁ ବାଦି କରାଯାଇଥିବାରୁ ଏହି ନୋଟିସ ଜାରି କରାଯାଇଛି।

ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ ତଲୱନ୍ତ ସିଂଙ୍କ ବେଞ୍ଚ ପକ୍ଷରୁ ଜାରି କରାଯାଇଥିବା ନୋଟିସ ତିହାର ଜେଲର ଅଧୀକ୍ଷକଙ୍କ ମାଧ୍ୟମରେ ୟାସିନ ମଲିକଙ୍କୁ ପଠାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୯ରେ ହେବ। ଏନଆଇଏ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନରାଲ(ଏସଜି)ତୁଷାର ମେହେଟ୍ଟା ଯୁକ୍ତି କରି କହିଛନ୍ତି ଦେଶର ଗୋଟିଏ ଭାଗକୁ ଅଲଗା କରିବାର ଚିନ୍ତାଧାର ଏକ ଜଘନ୍ୟ ମାମଲା।
ଏନଆଇଏ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଇଥିଲେ ଯେ କୌଣସି ଆତଙ୍କବାଦୀ ଏଠାକୁ ଆସିବେ, ଆତଙ୍କବାଦୀ କାର୍ଯ୍ୟକଳାପ କରିବେ ଏବଂ କୋର୍ଟ କହିବେ ଯେ ସେ ଦୋଷ ସ୍ବୀକାର କରିଛନ୍ତି, ଆମେ ତାଙ୍କୁ ଆଜୀବନ କାରାଗାରରେ ରଖିବୁ, ଫାଶୀ ବା ମୃତ୍ୟୁଦଣ୍ଡ ନୁହେଁ।
ଶ୍ରୀନଗରରେ ଚାରିଜଣ ବାୟୁସେନା ଅଧିକାରୀଙ୍କ ହତ୍ୟା ଏବଂ କେନ୍ଦ୍ର ମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ଡକ୍ଟର ରୁବିୟା ସୟିଦଙ୍କ ଅପହରଣରେ ୟାସିନ ମଲିକ ସମ୍ପୃକ୍ତ ଥିବା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଏନଆଇଏ। ଏନଆଇଏ କହିଛି ଯେ ମୃତ୍ୟୁଦଣ୍ଡ ପାଇବା ପାଇଁ ଏହା ଅତ୍ୟନ୍ତ ଜଘନ୍ୟ ଅପରାଧ ଶ୍ରେଣୀରେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?