Posted inଖେଳ

ଦିଲ୍ଲୀ ହାଫ୍‌ ମାରାଥନ: କୋସ୍‌ଗେଇ, ୟେଶାନେ ଭାଗନେବେ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନରେ ବିଶ୍ୱରେକର୍ଡ କରିଥିବା ବ୍ରିଗିଡ୍‌ କୋସ୍‌ଗେଇ ଏବଂ ଆବାବେଲ୍‌ ୟେଶାନେ ଅଂଶଗ୍ରହଣ କରିବେ। ଶନିବାର ଆୟୋଜକଙ୍କ ତରଫରୁ ଏ ବିଷୟରେ ସୂଚନା ଦିଆଯାଇଛି। ଏହି ଇଭେଣ୍ଟ ଓ୍ବାଲର୍‌ଡ ଆଥଲେଟିକ୍ସ ଗୋଲ୍ଡ ଲେବଲ ରେସ୍‌ କାଉଣ୍ଟ ଡାଉନ୍‌ର ଏକ ଅଂଶବିଶେଷ। ୨୦୧୯ରେ ଅନୁଷ୍ଠିତ ସିକାଗୋ ମାରାଥନରେ କେନିୟାର କୋସଗେଇ ୨:୧୪:୦୪ ଟାଇମିଂରେ ଦୀର୍ଘ ଦିନର ବିଶ୍ୱ ମହିଳା ମାରାଥନ ରେକର୍ଡ ଭଙ୍ଗ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଫେବୃୟାରୀରେ ଅନୁଷ୍ଠିତ ରାସ୍‌ ଅଲ୍‌ ଖାଇମା ହାଫ୍‌ ମାରାଥନର ଫାଇନାଲ ପର୍ଯ୍ୟାୟରେ ଉପରୋକ୍ତ ଦୁଇ ଧାବିକାଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହୋଇଥିଲା। ଇଥିଓପିଆର ୟେଶାନେ ୬୪:୩୧ରେ ବିଶ୍ୱରେକର୍ଡ କରିଥିବାବେଳେ କୋସଗେଇ ୬୪: ୪୯ରେ ଦ୍ୱିତୀୟ ହୋଇଥିଲେ। ଗତ ମାସରେ ୨୬ ବର୍ଷୀୟ କୋସଗେଇ୨:୧୮:୫୮ ଟାଇମିଂରେ ଲଣ୍ଡନ ମାରାଥନ ଜିତିଥିଲେ। ଅନ୍ୟପକ୍ଷରେ ପୋଲାଣ୍ଡରେ ଅନୁଷ୍ଠିତ ଓ୍ବାଲର୍‌ଡ ଆଥଲେଟିକ୍ସ ହାଫ୍‌ ମାରାଥନ ଚାମ୍ପିୟନଶିପ୍‌ରେ ରେସ୍‌ ଶେଷ ହେବାକୁ ଆଉ ମାତ୍ର ୩ କିଲୋମିଟର ବାକି ରହିଥିବାବେଳେ ୨୯ ବର୍ଷୀୟା ୟେଶାନେ ଦୁର୍ଭାଗ୍ୟଜନକ ଭାବେ ତଳେ ପଡ଼ିଯାଇଥିଲେ। ଯଦିଓ ସେ ପଦକ ଦୌଡ଼ରୁ ବାଦ୍‌ ପଡ଼ିଯାଇଥିଲେ ଶୀଘ୍ର ଦୌଡ଼ରେ ଯୋଗ ଦେଇ ୫ମ ସ୍ଥାନ ଅଧିକାର କରିଥିଲେ। ଏଲିଟ୍‌ ଦୌଡ଼ାଳିମାନେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ରେସ୍‌ ଆରମ୍ଭ କରିବେ। ବିଶ୍ୱବ୍ୟାପୀ ଆମେଚର ଦୌଡ଼ାଳିମାନେ ନୂଆ ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ମୋବାଇଲ୍‌ ଆପ୍‌ ଜରିଆରେ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁଥିବା ଇଭେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଆଥଲେଟମାନେ ଅଂଶଗ୍ରହଣ କରୁଥିବାରୁ ଆମ ପାଇଁ ଗର୍ବର ବିଷୟ। ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା ଇଭେଣ୍ଟର ବ୍ରାଣ୍ଡ ଆମ୍ବାସଡାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri