Posted inଜାତୀୟ

ଜେଲରେ ଦ୍ୱିତୀୟଥର ଲାଗି ସିସୋଡିଆଙ୍କୁ ଜେରା କଲା ଇଡି

ନୂଆଦିଲ୍ଲୀ,୯ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନିଷ ସିସୋଡିଆଙ୍କୁ ତିହାଡ ଜେଲରେ ପଚରା ଉଚରା କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ବି ସିସୋଡିଆଙ୍କୁ ଇଡି ଜେଲରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା । ଏହି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଜେରା କରିବାର ଥିଲା । ହେଲେ ସେ ଇଡିକୁ ୧୧ ମାର୍ଚ୍ଚରେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ । ତାଙ୍କର ଏହି ଅନୁରୋଧକୁ କେନ୍ଦ୍ରୀୟ ଏଜେନ୍ସି ସ୍ୱୀକାର କରି ନେଇଛି ।
ବିଆରଏସର ଏମଏଲସି କବିତା ଦିଲ୍ଲୀରେ କହିଥିଲେ ଆମେ ପ୍ରବର୍ତ୍ତନ ନିର୍ଦ୍ଦୋଳୟର ସାମ୍ନା କରିବୁ, ଆମେ କିଛି ଭୁଲ କରିନାହୁଁ । କବିତା ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି । ସେ କହିଛନ୍ତି ୧୧ ମାର୍ଚ୍ଚରେ ଇଡି ସାମ୍ନରେ ହାଜର ହେବେ । ଚଳିତ ସପ୍ତାହ ଆରମ୍ଭରେ ସେ କହିଥିଲେ, ସେ ଯାଞ୍ଚ ଏଜେନ୍ସିକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ, ହେଲେ ମହିଳା ଆରକ୍ଷଣ ବିଧେୟକଙ୍କ ସମର୍ଥନରେ ଦିଲ୍ଲୀରେ ୧୦ ମାର୍ଚ୍ଚରେ ପ୍ରସ୍ତାବିତ ଧାରଣାକୁ ଦେଖି ବୟାନର ତାରିଖ ଉପରେ ଆଇନଗତ ରାୟ ନେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀକୁ ଅନ୍ଧାର କରିବା ଲାଗି ଷଡ଼ଯନ୍ତ୍ର: ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ ଉପରେ କଡ଼ା ନଜର

ନୂଆଦିଲ୍ଲୀ, ୨୫।୧: ଜାନୁୟାରୀ ୨୬ ଅବସରରେ ରାଜଧାନୀ ଦିଲ୍ଲୀରେ ପାଓ୍ବାର କଟ୍‌ କରି ଅନ୍ଧାର କରିବା ଲାଗି ଖଲିସ୍ତାନ ସମର୍ଥନ ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂଗଠନ...

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନ୍ନଦାତାଙ୍କୁ ପୋଲିସର ଲାଠି ମାଡ଼

କର୍ନାଲ,୧୦।୧: କୃଷି ଆଇନକୁ ନେଇ ପ୍ରଦର୍ଶନ କରୁଥିବା ଅନ୍ନଦାତାଙ୍କ ଦୁଃଖ ବୁଝିବା ତ ଦୂରର କଥା ବରଂ ସେମାନଙ୍କ ଉପରେ ଲଗାତାର ଲାଠିମାଡ଼ ହେବାରେ ଲାଗିଛି।...

ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୩୦ା୪: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇଛି। ଏଭଳି ସମୟରେ କୋଇଲାର ଉତ୍କଟ ଅଭାବ ଯୋଗୁ ବିଭିନ୍ନ...

କରୋନା ଆଳରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧।୫: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ କୋଭିଡ୍‌-୧୯ ଆଳରେ ଗିରଫ କରାଯାଉଛି।...

ନଅ ବର୍ଷ ପରେ ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିଲେ ସବୁଠାରୁ ଅଧିକ ଭକ୍ତ, ପ୍ରତିଦିନ ଆସୁଛନ୍ତି ପ୍ରାୟ ୧୩ ହଜାର ଶ୍ରଦ୍ଧାଳୁ

ଜମ୍ମୁ,୧୧ ।୧୨: ତ୍ରିକୁଟା ପାହାଡ଼ରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରେ ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ୮୭ ଲକ୍ଷ ଲୋକ ଦେବୀ ମଆଙ୍କ ଦର୍ଶନ କରି ସାରିଲେଣି...

ସାନିଟାଇଜର ବାଣ୍ଟିଲେ ସାଣ୍ଟା

ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍‌ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍‌ ଏରିଆରେ ଲୋକଙ୍କୁ ସାନିଟାଇଜର...

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍‌: ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଗାନ୍ଧିନଗର ସେକ୍ଟରସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯାଇଛି। ମୋଦି ମା’ଙ୍କୁ ନିଆଁ...

୪୫ ବର୍ଷ ପରେ ଏଲ୍‌ଏସିରେ ସମାନ ସ୍ଥିତି: ୮ ଦିନରେ ୨ ଥର ଗୁଳି ଚାଳନା

ଲେହ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା...

Advertisement
Archives

Model This Week