Posted inଖେଳ

କେକେଆର୍‌କୁ ହରାଇଲେ କୁଲଦୀପ

ମୁମ୍ବାଇ,୨୮।୪ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଲଦୀପ ଯାଦବ। ସେ ୩ ଓଭରରେ ମାତ୍ର ୧୪ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଥିଲେ। ଏହା ତାଙ୍କ ଆଇପିଏଲ୍‌ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଏଥିଯୋଗୁ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। କେକେଆର୍‌ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ୍‌ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୬ ଉଇକେଟରେ ୧୫୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଚତୁର୍ଥ ବିଜୟ ସହ ଦିଲ୍ଲୀ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।
ଟସ୍‌ ଜିତି ବୋଲିଂ ବାଛିବା ଟ୍ରେଣ୍ଡ୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଜାରି ରଖିଥିଲେ। ତାଙ୍କ ନିଷ୍ପତ୍ତିକୁ ଉଚିତ ପ୍ରମାଣ କରି ଦେଖାଇଥିଲେ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚେତନ ସାକାରିଆ। ସେ ଦ୍ୱିତୀୟ ଓଭରରେ ଆରୋନ ଫିଞ୍ଚ (୩)ଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଅନ୍ୟତମ ଓପନର ଭେଙ୍କଟଶ ଆୟାର (୬) ମଧ୍ୟ ଫେଲ୍‌ ମାରିଥିଲେ। ତା’ପରେ କୁଲଦୀପ ଯାଦବ ଲଗାତର ଦୁଇ ବଲରେ ପଦାର୍ପଣକାରୀ ବାବା ଇନ୍ଦ୍ରଜିତ (୬) ଓ ସୁନିଲ ନାରିନ(୦)ଙ୍କ ଉଇକେଟ ନେଇ କୋଲକାତାକୁ ବ୍ୟାକ୍‌ ଫୁଟ୍‌ ଠେଲି ଦେଇଥିଲେ। ଏଭଳି ସଙ୍କଟଜନକ ପରିସ୍ଥିତିରେ ଦଳୀୟ ସ୍ଥିତି ସମ୍ଭାଳିଥିଲେ ଅଧିନାୟକ ଶ୍ରେୟାସ ଆୟାର(୪୨) ଏବଂ ନୀତିଶ ରାଣା(୫୭ ରନ୍‌, ୩ ଚୌକା ଓ ୪ ଛକା)। ଦୁହେଁ ୪୮ ରନ୍‌ ଯୋଡ଼ିଥିଲେ। ପୁଣି ଥରେ ଗୋଟିଏ ଓଭରରେ ଦଳକୁ ଦୁଇଟି ଝଟ୍‌କା ଦେଇଥିଲେ କେକେଆରର ପୂର୍ବତନ ସଦସ୍ୟ। ତା’ପରେ ରିଙ୍କୁ ସିଂଙ୍କ ସହ ମିଶି ରାଣା କୋଲକାତା ସ୍କୋରକୁ ୧୪୬/୯ ପହଞ୍ଚାଇଥିଲେ।
ଜବାବରେ ଦିଲ୍ଲୀକୁ ଆରମ୍ଭରୁ ପୃଥ୍ବୀ ଶ’ (୦) ଏବଂ ମିଚେଲ ମାର୍ଶ (୧୩)ଙ୍କ ଉଇକେଟ ହରାଇଥିଲା। ତା’ପରେ ଡେଭିଡ୍‌ ଓ୍ବାର୍ନର(୪୨) ଓ ଲଳିତ ଯାଦବ (୨୨) ତୃତୀୟ ଉଇକେଟ ପାଇଁ ୬୫ ରନ୍‌ ଯୋଡ଼ି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ। କିନ୍ତୁ ଲଗାତର ୩ ଉଇକେଟ ପଡ଼ିଯିବାରୁ କୋଲକାତା ମ୍ୟାଚ୍‌କୁ ଫେରିଥିଲା। ହେଲେ ଅକ୍ଷର ପଟେଲ (୨୪) ଓ ରୋଭମାନ ପାଓ୍ବେଲ (୩୩*)ଙ୍କ ଯୋଗୁ ଦିଲ୍ଲୀ ଗୋଟିଏ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କୋଲକାତା ପକ୍ଷରୁ ଉମେଶ ଯାଦବ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?