Posted inଖେଳ

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର ଡେଭିଡ୍‌ ଓ୍ବାର୍ନର (୯୨*) ଏବଂ ରୋଭମାନ ପାଓ୍ବେଲ(୬୭*)ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୦୭ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ଯୋଗୁ ୧୦ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ତାଲିକାରେ ୫ମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି ହାଇଦ୍ରାବାଦ୍‌।

ଟସ୍‌ ଜିତି କେନ ଓ୍ବିଲିୟମସନଙ୍କ ବୋଲିଂ ନିଷ୍ପତ୍ତିକୁ ପ୍ରଥମ ଓଭରରେ ସଠିକ୍‌ ପ୍ରମାଣ କରିଥିଲେ ଭୁବନେଶ୍ୱର କୁମାର। ସେ ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ମନଦୀପ ସିଂ(୦)ଙ୍କୁ ଆଉଟ୍‌ କରିଥିଲେ। ତାଙ୍କ ପଛକୁ ମିଚେଲ ମାର୍ଶ (୧୦) ମଧ୍ୟ ଶୀଘ୍ର ଆଉଟ୍‌ ହୋଇଥିଲେ। ୩ୟ କ୍ରମରେ ବ୍ୟାଟିଂ ଆସିଥିବା ଅଧିନାୟକ ରିଷଭ ପନ୍ତ ୩ ଛକା ଓ ୧ ଚୌକା ସହାୟତାରେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ ଓପନର ଓ୍ବାର୍ନରଙ୍କ ସହ ପାଓ୍ବେଲ ମିଶି ଦଳୀୟ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଚତୁର୍ଥ ଉଇକେଟ ପାଇଁ ୧୧ ଓଭରରେ ୧୨୨ ରନ୍‌ ଯୋଡ଼ିଥିଲେ। ଓ୍ବାର୍ନର ୫୮ ବଲରେ ୯୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ଥିଲା। ସେହିଭଳି ପାଓ୍ବେଲ ମାତ୍ର ୩୫ ବଲରେ ୩ ଚୌକା ଓ ୬ ଛକା ସହାୟତାରେ ୬୭ ରନ୍‌ କରି ଅପରାଜିତ ଥିଲେ। ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ଦିଲ୍ଲୀ ୨୦୦ ଅତିକ୍ରମ କରିଥିଲା। ହାଇଦ୍ରାବାଦ୍‌ ପକ୍ଷରୁ ଭୁବନେଶ୍ୱର କୁମାର, ସିନ ଆବଟ୍ଟ ଏବଂ ଶ୍ରେୟାସ ଗୋପାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଆରମ୍ଭରୁ ହାଇଦ୍ରାବାଦ୍‌ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ୭ ଓଭର ମଧ୍ୟରେ ଦଳ ପ୍ରମୁଖ ୩ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ଦଳକୁ ସମ୍ଭାଳିଥିଲେ ଏଡେନ ମାରକ୍ରାମ (୪୨ ରନ୍‌, ୪ ଚୌକା ଓ ୩ ଛକା) ଓ ନିକୋଲାସ ପୁରନ। ଦୁହେଁ ୩୫ ବଲରେ ୬୦ ରନ୍‌ ଯୋଡ଼ି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତା’ପରେ ପୁରନ ଏକାକୀ ଦଳର ବିଜୟ ଆଶାକୁ ୧୮ତମ ଓଭର ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ। ସେ ୩୪ ବଲରେ ବିସ୍ଫୋରକ ୬୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨ ଚୌକା ଓ ୬ ଛକା ଥିଲା। ତାଙ୍କ ଉଇକେଟ ସହ ଦିଲ୍ଲୀ ମ୍ୟାଚ୍‌କୁ ଜିତି ନେଇଥିଲା। ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୮୬ ରନ କରିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ବିଜୟ

ଆଡିଲେଡ୍‌,୫ା୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଘରୋଇ ଦଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହିତ ଏହାର ଅଭିଯାନ ଶେଷ କରିଛି। ରଶିଦ୍‌ ଖାନଙ୍କ ବିସ୍ଫୋରକ ବ୍ୟାଟିଂ...

ଜୁଲାଇରେ ଖେଳାଯିବ ୫ମ ଟେଷ୍ଟ

ମୁମ୍ବାଇ,୨୨।୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ମ ଟେଷ୍ଟକୁ ବାତିଲ କରାଯାଇଥିଲା। ସେହି ମ୍ୟାଚ୍‌ ଆସନ୍ତା ବର୍ଷ ଜୁଲାଇରେ ଏଜବାଷ୍ଟନଠାରେ ଖେଳାଯିବ। ଏ...

ପାକିସ୍ତାନ ହକି ମହାସଂଘକୁ ଏଫ୍‌ଆଇଏଚ୍‌ର ଜରିମାନା

କରାଚୀ, ୧୮ା୪ (ପି.ଟି.)- ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରୋ-ଲିଗ୍‌  ମ୍ୟାଚ ପାଇଁ  ଦଳ ପଠାଇ ନ ଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପାକିସ୍ତାନ ହକି...

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫...

ପୁରୁଷ ହକି ବିଶ୍ୱକପ୍‌: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ

ରାଉରକେଲା,୧୬।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ବିଜୟୀ ହୋଇଛି। ୪-୦ରେ ଗୋଲରେ ନେଦରଲ୍ୟାଣ୍ଡ୍ସ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ...

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର...

‘ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଝୁଲିପଡିବି’, ଡବ୍ଲୁଏଫଆଇ ମୁଖ୍ୟ କହିଲେ- ମୁଁ କ’ଣ ରାବଣ, ପ୍ରମାଣ ଦେଖାନ୍ତୁ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୫: ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି କି ତାଙ୍କ ବିରୋଧରେ ଆସିଥିବା ଗୋଟିଏ ବି...

ବୃହତ ବିଜୟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଲକ୍ଷ୍ନୌ

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୫୬...

Advertisement
Archives

Model This Week