ଦିଲ୍ଲୀ କ୍ୟାପିଟାଲ୍ସର ୬ଷ୍ଠ ବିଜୟ

ଦୁବାଇ, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ୮ ମ୍ୟାଚରୁ ୬ଷ୍ଠ ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ରାଜସ୍ଥାନ ୮ ମ୍ୟାଚରୁ ୫ମ ପରାଜୟ ସହ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଟସ୍‌ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ବିପକ୍ଷ ଦଳର ସ୍ପିଡ୍‌ଷ୍ଟର ଜୋଫ୍ରା ଆର୍ଚର ଇନିଂସର ପ୍ରଥମ ବଲ୍‌ରେ ପୃଥ୍ବୀ ଶ’ ଏବଂ ନିଜ ଦ୍ୱିତୀୟ ଓଭରର ତୃତୀୟ ବଲ୍‌ରେ ଅଜିଙ୍କ୍ୟ ରାହାନେଙ୍କୁ ଆଉଟ କରି ଦିଲ୍ଲୀକୁ ଡବଲ୍‌ ଝଟ୍‌କା ଦେଇଥିଲେ। ପୃଥ୍ବୀ ଖାତା ଖୋଲିପାରି ନ ଥିବାବେଳେ ରାହାନେ ମାତ୍ର ୨ ରନ କରିଥିଲେ। ୧୦ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା କ୍ୟାପିଟାଲ୍ସ। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଆୟାର ପ୍ରତିପକ୍ଷ ବୋଲରଙ୍କୁ ସତର୍କତାର ସହ ଖେଳି ଇନିଂସ ଗଢ଼ିବା ଉପରେ ଧ୍ୟାନ ଦେଇଥିଲେ। ତୃତୀୟ ଉଇକେଟରେ ଦୁହେଁ ୫୫ ବଲ୍‌ରୁ ୮୫ ରନ ଯୋଗକରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଧାଓ୍ବନ ୩୩ ବଲ୍‌ରୁ ୫୭(୬ ଚୌକା, ୨ ଛକା) ରନ ସ୍କୋର କରି ୧୨ତମ ଓଭରର ୪ର୍ଥ ବଲ୍‌ରେ ଶ୍ରେୟାସ ଗୋପାଳଙ୍କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଆୟାର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୫୩ ରନ ସ୍କୋର କରିଥିଲେ। ଶେଷଭାଗରେ ରାଜସ୍ଥାନ ବୋଲିଂ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ଫଳରେ ଦିଲ୍ଲୀ ଏକଦା ଏକ ବଡ଼ ସ୍କୋର କରିବ ବୋଲି ମନେ ହେଉଥିଲେ ହେଁ ଇନିଂସ ୨୦ ଓଭରରେ ୧୬୧/୭ରେ ସୀମିତ ରହିଥିଲା। ମାର୍କୁସ ଷ୍ଟୋଇନ୍ସ ୧୯ ବଲ୍‌ରୁ ୧୮, ଆଲେକ୍ସ କାରେ ୧୩ ବଲ୍‌ରୁ ୧୪ ଓ ଅକ୍ଷର ପଟେଲ ୪ ବଲ୍‌ରୁ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭରରେ ଜୟଦେବ ଉନାଡକଟ ୮ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଶେଷ ୫ ଓଭରରେ ଦିଲ୍ଲୀ ୩୨ ରନ ସଂଗ୍ରହ କରି ୪ଟି ଉଇକେଟ ହରାଇଥିଲା। ରାଜସ୍ଥାନ ପକ୍ଷରୁ ଆର୍ଚର ନିଜ ୪ ଓଭର ସ୍ପେଲରେ ମାତ୍ର ୧୯ ରନ ଦେଇ ସର୍ବାଧିକ ୩ଟି, ଉନାଡକଟ ୨ଟି ଏବଂ କାର୍ତ୍ତିକ ତ୍ୟାଗୀ ଓ ଶ୍ରେୟାସ ଗୋପାଳ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ରାଜସ୍ଥାନ ପକ୍ଷରୁ ଦୁଇ ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ବଟଲର ଇନିଂସ ଓପନ କରିଥିଲେ। ଦୁହେଁ ୧୮ ବଲ୍‌ରୁ ୩୭ ରନ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ ହେଁ ୩ ରନ ମଧ୍ୟରେ ୨ଟି ଉଇକେଟ ପତନ ଦଳକୁ ବିପଦରେ ପକାଇଥିଲା। ବଟଲର ୯ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୨ ଓ ଅଧିନାୟକ ଷ୍ଟିଭ୍‌ ସ୍ମିଥ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଷ୍ଟୋକ୍ସ ଓ ସଞ୍ଜୁ ସାମସନ ଦଳକୁ ଲକ୍ଷ୍ୟପଥରେ ଆଗେଇ ନେଇଥିଲେ। ତୃତୀୟ ଉଇକେଟରେ ୪୬ ରନ ଯୋଗ ହେବାପରେ ଷ୍ଟୋକ୍ସ ୪୧(୩୫ ବଲ, ୬ ଚୌକା) ରନ କରି ଆଉଟ ହୋଇଥିଲେ। ୧୮ ବଲ୍‌ରୁ ୨୫(୨ ଛକା) ରନ କରିଥିବାବେଳେ ସାମସନ୍‌ଙ୍କ ଆଉଟ ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ବୁଝାମଣାରେ ଅଭାବ ଯୋଗୁ ରାୟାନ ପରାଗ ୧ ରନ କରି ରନଆଉଟ ହେବାରୁ ଦଳର ଭାର ରବିନ ଉଥପ୍ପା ଓ ରାହୁଲ ଟଓ୍ବୋଟିଆଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଟଓ୍ବୋଟିଆ ଜୀବନଦାନ ପାଇଥିଲେ। ୧୫ତମ ଓଭରର ଦ୍ୱିତୀୟ ବଲ୍‌ରେ ଫାଇନ୍‌ଲଗେ୍‌ ଅଞ୍ଚଳରେ ଏଡ଼ରିଚ୍‌ ନର୍ଜେ ଏକ ସହଜ କ୍ୟାଚ ହାତଛଡ଼ା କରିଥିଲେ। ପିଚ୍‌ କ୍ରମେ ସ୍ଲୋ ହେଉଥିବାରୁ ଷ୍ଟ୍ରୋକ୍‌ ଖେଳିବାରେ ଉଭୟ ବ୍ୟାଟ୍ସମ୍ୟାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶେଷ ୫ ଓଭରରେ ବିଜୟ ପାଇଁ ଦଳକୁ ୩୯ ରନ ଆବଶ୍ୟକ ଥିଲା। ୧୮ତମ ଓଭରର ତୃତୀୟ ବଲ୍‌ରେ ଉଥପ୍ପାଙ୍କୁ ବୋଲ୍ଡ କରିଥିଲେ ନର୍ଜେ। ଉଥପ୍ପା ୨୭ ବଲ୍‌ରୁ ୩୨(୩ ଚୌକା, ୧ ଛକା) ରନ କରିଥିଲେ। ୧୮ତମ ଓଭରରେ ନର୍ଜେ ୪ ଓ ୧୯ତମ ଓଭରରେ ରାବାଡ଼ା ମାତ୍ର ୩ ରନ ବ୍ୟୟ କରିବାରୁ ଶେଷ ଓଭରରୁ ବିଜୟ ପାଇଁ ୨୨ ରନ ଆବଶ୍ୟକ ହେଉଥିଲା। ମାତ୍ର ତୁଷାର ଦେଶପାଣ୍ଡେ ୮ ରନ ବ୍ୟୟ କରିବାରୁ ଦିଲ୍ଲୀ ୧୩ ରନରେ ବିଜୟୀ ହୋଇଥିଲା। ଟଓ୍ବୋଟିଆ (୧୮ ବଲ୍‌ରୁ ୧୪ ରନ) ଅପରାଜିତ ରହିଥିଲେ ହେଁ ଦଳକୁ ବିଜୟୀ କରିପାରି ନ ଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ଦେଶପାଣ୍ଡେ ଓ ନର୍ଜେ ୨ଟି ଲେଖାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ କାଗିଶୋ ରାବାଡ଼ା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୧/୭(ଧାଓ୍ବନ-୫୭, ଆୟାର-୫୩, ଆର୍ଚର-୩/୧୯, ଉନାଡକଟ-୨/୩୨, ତ୍ୟାଗୀ-୧/୩୦, ଗୋପାଳ-୧/୩୧)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୪୮/୮ (ଷ୍ଟୋକ୍ସ-୪୧, ସାମସନ-୨୫, ଉଥପ୍ପା-୩୨, ବଟଲର-୨୨, ଦେଶପାଣ୍ଡେ-୨/୩୭, ଏନରିଚ୍‌ ନର୍ଜେ-୨/୩୩, ଅଶ୍ୱିନ-୧/୧୭, ରାବାଡ଼ା-୧/୨୮, ଅକ୍ଷର-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?