Posted inଜାତୀୟ

କ୍ଲିନିକ୍‌-ସ୍କୁଲ ନିର୍ମାଣରେ ବାଧା ଦେଲେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବ ନାହିଁ: ଭାଜପାକୁ କେଜରିଓ୍ବାଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ସମସ୍ୟା ହେଉଛି ଆମ ଆଦମୀ ପାର୍ଟି ଦିଲ୍ଲୀରେ ବାରମ୍ବାର ଜିତୁଛି ଏବଂ କାହିଁକି ଭାଜପା ବାରମ୍ବାର ହାରୁଛିି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯଦି ଆପଣ ଦିଲ୍ଲୀ ଜିତିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଦିଲ୍ଲୀବାସୀଙ୍କ ହୃଦୟ ଜିତନ୍ତୁ? ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରନ୍ତୁ। ଦିଲ୍ଲୀକୁ ସାନ ଭାଇ ଭାବରେ ବିବେଚନା କରି ସହଯୋଗ କରନ୍ତୁ, ଏହାକୁ ସମର୍ଥନ କରନ୍ତୁ। ଯଦି ଆପଣ ମୋହାଲା କ୍ଲିନିକ ଏବଂ ସ୍କୁଲ ବନ୍ଦ କରିବାକୁ ଚେଷ୍ଟା କରନ୍ତି, ତେବେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବେ ନାହିଁ।

ଅନେକ ମାସ ଧରି ମୋହଲା କ୍ଲିନିକରେ ଔଷଧ, ପରୀକ୍ଷା ପାଇଁ ଟଙ୍କା ବନ୍ଦ କରିଦିଆଗଲା। କେତେ ଲୋକ ଅସୁବିଧାରେ ପଡ଼ିଲେ। ଆମେ ଫରିସ୍ତେ ଯୋଜନା ମାଧ୍ୟମରେ ୧୩୦୦୦ ରୁ ଅଧିକ ଜୀବନ ରକ୍ଷା କରିଛୁ, ଏଥିପାଇଁ ଆପଣ ଅର୍ଥ ଦେବା ବନ୍ଦ କରିଛନ୍ତି। ଏହା ଦ୍ୱାରା କିଏ ଉପନକୃତ ହୋଇଛନ୍ତି। ଆମେ ବହୁତ ଛୋଟ ଲୋକ, ତୁମେ ତୁମର କାମ କର, ଆମକୁ ଆମର କାମ କରିବାକୁ ଦିଅ।

ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଅନୁରୋଧ କରିଛନ୍ତି, ଯେ ଆମେ ଯୁଦ୍ଧ କରିବାକୁ ନୁହେଁ, କାମ କରିବାକୁ ଚାହୁଁଛୁ। ଯେଉଁ ଦେଶରେ ଝଗଡା ହୁଏ, ସବୁ ନଷ୍ଟ ହୋଇଯାଏ। ଦେଶର ହାରାହାରି ତୁଳନାରେ ଦିଲ୍ଲୀ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ଅର୍ଥମନ୍ତ୍ରୀ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି। ଯଦି କୌଣସି ଝଗଡା ହୋଇ ନ ଥାନ୍ତା, ତେବେ ୧୦ ଗୁଣା ଅଧିକ ଅଗ୍ରଗତି ହୋଇଥାନ୍ତା।।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri