Posted inଜାତୀୟ

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି, ଦେଶରେ ତିନି ତଲାକ୍‌ ପ୍ରଥା ଉଚ୍ଛେଦ କରି ମୁସଲିମ୍ ମହିଳାଙ୍କୁ ସମାନ ଅଧିକାର ଦିଆଯାଇଛି। ଏହାସହ କିଛି ରାଜ୍ୟରେ UCC ଲାଗୁ ହୋଇସାରିଛି ବୋଲି ସେ କହିଛନ୍ତି।

ଶାହା କହିଛନ୍ତି, ଗତ ୧୨ ବର୍ଷରେ କେନ୍ଦ୍ର ସରକାର ଅନେକ ବଡ଼ ପଦକ୍ଷେପ ନେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପାର ୨୫ ବର୍ଷର ଯାତ୍ରାରେ ମଧ୍ୟ ଅନେକ ଉପଲବ୍ଧି ହାସଲ ହୋଇଛି ବୋଲି ସେ କହିଛନ୍ତି। ଭାରତୀୟ ନ୍ୟାୟ ସଂହିତା ମାଧ୍ୟମରେ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରାଯାଇଥିବା ଶାହା କହିଛନ୍ତି । କିଛି ରାଜ୍ୟରେ ଗୋଟିଏ ବର୍ଷ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ସେ ଦାବି କରିଛନ୍ତି । ଏହାସହ ୩ ବର୍ଷ ମଧ୍ୟରେ ନ୍ୟାୟ ମିଳିବା ନିଶ୍ଚିତ କରିବାକୁ ଏକ ବ୍ୟବସ୍ଥା ପ୍ରସ୍ତୁତ ହେଉଥିବା କହିଛନ୍ତି।

ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଶାହା କହିଛନ୍ତି, ଗୋଟିଏ ବି ବୁନ୍ଦା ରକ୍ତ ନବୁହାଇ କିମ୍ବା ଗୁଳି ନଚଳାଇ ଧାରା ୩୭୦ ଓ ୩୫ଏ ହଟାଯାଇଛି। ଏବେ କଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତ ସହ ଯୋଡ଼ି ହୋଇଛି ।ସେହିପରି ଦୀର୍ଘ ୫ ଦଶନ୍ଧି ଧରି ଚାଲିଥିବା ନକ୍ସଲବାଦକୁ ଶେଷ କରାଯାଇଥିବା ଏବଂ ଉତ୍ତର-ପୂର୍ବ ଭାରତରେ ୧୪ରୁ ଅଧିକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିବା ସେ କହିଛନ୍ତି। ୯ ହଜାରରୁ ଅଧିକ ଲୋକ ଆତ୍ମସମର୍ପଣ କରିଥିବା ଶାହା ଦାବି କରିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କହିବା ଅନୁସାରେ, ସର୍ଜିକାଲ୍ ଷ୍ଟ୍ରାଇକ୍‌, ଏୟାର୍ ଷ୍ଟ୍ରାଇକ୍‌ ଏବଂ ଅପରେସନ୍ ସିନ୍ଦୂର ମାଧ୍ୟମରେ ଆତଙ୍କବାଦ ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ସ୍ପଷ୍ଟ ହୋଇଛି।ମଣିପୁରରେ NRC ଲାଗୁ କରିବା ପାଇଁ ୧୯୫୧ ମସିହାର ବେସ୍‌ଲାଇନ୍‌ ବ୍ୟବହାର ହେବ କି ନାହିଁ, ପ୍ରଶ୍ନର ଉତ୍ତରରେ ଶାହା କହିଛନ୍ତି ଯେ ଏହି ପ୍ରସଙ୍ଗରେ ସହଯୋଗୀ ଦଳ ଓ ମଣିପୁରର ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା ଚାଲିଛି। ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଡବଲ ଖୁସି, ସିନ୍ଧୁ, ଲକ୍ଷ୍ୟ ଚାମ୍ପିୟନ

ସାରାବ୍ରକେନ,(ଜର୍ମାନୀ),୧ା୧୧: ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସାରାବ୍ରକେନଠାରେ ଅନୁଷ୍ଠିତ ହାଇଲୋ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ: ଅଭିଯୁକ୍ତଙ୍କୁ ଗୁଳିକରି ଗିରଫ କଲା ପୋଲିସ

ଅନନ୍ତପୁର,୧ା୧୧: ଆନ୍ଧ୍ରପ୍ରଦେଶର ରାପଟାଡୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗୋପିକାଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେମନ୍ଥ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ…

ବୁଲେଟପ୍ରୁଫ୍ କାଚ ବାକ୍ସ ଭିତରୁ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ବିଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରବିବାର ନିଜ ବାସଭବନ ‘ଜଲ୍‌ସା’ ବାହାରେ ଏକାଠି ହେଉଥିବା ହଜାର ହଜାର ପ୍ରଶଂସକଙ୍କୁ…

ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା

କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା ହୋଇଛି। ହତ୍ୟା ପରେ ମୃତଦେହକୁ…

ଆଜି ଭୀଷଣ ବାତ୍ୟାର ରୂପ ନେବ ‘ମୁରାସୁ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ଏହି ୫ ଜିଲାକୁ ଅଧିକ…

ଭୁବନେଶ୍ୱର,୧ା୧୧(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି.,…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି…

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ: ସରକାରଙ୍କ ବିଫଳତାକୁ ନେଇ ବର୍ଷିଲେ ବିଜେଡି ନେତା

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳିସ୍ଥିତିରେ…

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?