Posted inଖେଳ

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ୮ ଉଇକେଟ ହରାଇ ୧୮୪ ରନ କରିଥିବାବେଳେ ରାଜସ୍ଥାନ ୧୯.୪ ଓଭରରେ ୧୩୮ ରନ କରି ଅଲଆଉଟ ହୋଇ ଯାଇଥିଲା। ଦିଲ୍ଲୀ ୬ ମ୍ୟାଚରୁ ୫ମ ବିଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ରାଜସ୍ଥାନ ୬ ମ୍ୟାଚରୁ ୪ର୍ଥ ପରାଜୟ ସହ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଶାରଜା କ୍ରିକେଟ ଷ୍ଟାଡିୟମରେ ୨୨୩ ରନ ଚେଜ୍‌ କରି ରେକର୍ଡ କରିଥିବା ରାଜସ୍ଥାନ ଏଥର କିନ୍ତୁ ଫେଲ୍‌ ମାରିଥିଲା। କୌଣସି ବ୍ୟାଟ୍ସମ୍ୟାନ ଦିଲ୍ଲୀ ବୋଲରଙ୍କୁ ଦକ୍ଷତାର ସହ ମୁକାବିଲା କରିପାରି ନ ଥିଲେ। ରାହୁଲ ଟଓ୍ବୋଟିଆ ସର୍ବାଧିକ ୩୮(୨୯ ବଲ, ୩ ଚୌକା, ୨ ଛକା) ରନ କରିଥିବାବେଳେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ୩୪(୩୬ ବଲ, ୧ ଚୌକା, ୨ ଛକା) ଓ ଅଧିନାୟକ ଷ୍ଟିଭେନ ସ୍ମିଥ ୨୪(୨ ଚୌକା, ୧ ଛକା) ରନ କରିଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ କାଗିଶୋ ରାବାଡ଼ା ସର୍ବାଧିକ ୩ଟି, ମାର୍କୁସ ଷ୍ଟୋଇନିସ ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏ ଏବଂ ଏନରିଚ୍‌ ନର୍ଜେ, ଅକ୍ଷର ପଟେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ନିଷ୍ପତ୍ତିକୁ ବୋଲରମାନେ ଉଚିତ ସାବ୍ୟସ୍ତ କରି କୌଣସି ଉଇକେଟ ଯୋଡ଼ିରେ ବଡ଼ ପାର୍ଟନରଶିପ୍‌ ହେବାକୁ ଦେଇ ନ ଥିଲେ। ଦିଲ୍ଲୀ ସ୍କୋର ମାତ୍ର ୧୨ ଥିବାବେଳେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ମାତ୍ର ୫ ରନ କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଫର୍ମରେଥିବା ପୃଥ୍‌ବୀ ଶ’ ୧୯ (୧୦ ବଲ, ୨ ଚୌକା, ୧ ଛକା) ରନ କରି ସେହି ଆର୍ଚରଙ୍କ ବଲ୍‌ରେ ଆଉଟ ହୋଇଥିବାବେଳେ ଅଧିନାୟକ ଶ୍ରେୟାସ ଆୟାର(୨୨ ରନ, ୧୮ ବଲ, ୪ ଚୌକା) ରନ ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ବିପକ୍ଷ ଦଳର ଯୁବ ଖେଳାଳି ଯଶସ୍ବି ଜୟସ୍ବାଲ ଡାଇରେକ୍ଟ ଥ୍ରୋ କରି ଆୟାରଙ୍କୁ ପ୍ୟାଭିଲିୟନ ପଥ ଦେଖାଇଥିଲେ। ୫୦ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇଥିଲା। ମଧ୍ୟଭାଗରେ ରିଷଭ ପନ୍ତ ଆଶାନୁରୂପ ଖେଳି ନ ପାରି ୯ ବଲ୍‌ରୁ ମାତ୍ର ୫ ରନ କରି ରନଆଉଟ ହୋଇଥିଲେ। ମାର୍କୁସ ଷ୍ଟୋଇନ୍ସ ଓ ଶିମରନ ହେଟମେର କିଛି ସମୟ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଦଳକୁ ସମ୍ମାନଜନକ ସ୍କୋର ପଥରେ ଅଗ୍ରସର କରାଇଥିଲେ। ତେବେ ଷ୍ଟୋଇନ୍ସ ୩୦ ବଲ୍‌ରୁ ୩୯(୪ ଛକା) ରନକରି ଏବଂ ହେଟମେର ବିପକ୍ଷ ଦଳର ଯୁବ ବୋଲର କାର୍ତ୍ତିକ ତ୍ୟାଗୀଙ୍କୁ କ୍ରମାଗତ ୨ଟି ଛକା ମାରିବାପରେ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇ କ୍ରିଜ୍‌ ଛାଡ଼ିଥିଲେ। ସେ ୨୪ ବଲ୍‌ରୁ ୧ ଚୌକା ଓ ୫ ଛକା ସହ ଦ୍ରୁତ ୪୫ ରନ ସ୍କୋର କରିଥିଲେ। ଶେଷଭାଗରେ ଅକ୍ଷର ପଟେଲ ୧୭(୮ ବଲ, ୨ ଚୌକା, ୧ ଛକା) ଓ ହର୍ଶଲ ପଟେଲ ୧୬ ରନ କରିବାରୁ ଦିଲ୍ଲୀ ସ୍କୋର ୧୮୪/୮ରେ ପହଞ୍ଚତ୍ଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ୩ଟି ଏବଂ କାର୍ତ୍ତିକ ତ୍ୟାଗୀ, ରାହୁଲ ଟଓ୍ବୋଟିଆ ଓ ଆଣ୍ଡ୍ର୍ୟୁ ଟାଏ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୪/୮(ହେଟମେର-୪୫, ଷ୍ଟୋଇନ୍ସ-୩୯, ଆୟାର-୨୨, ଆର୍ଚର-୩/୨୪, ତ୍ୟାଗୀ-୧/୩୫, ଟଓ୍ବୋଟିଆ-୧/୨୦, ଟାଏ-୧/୫୦)। ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୧୩୮/ଅଲଆଉଟ (ଟଓ୍ବୋଟିଆ-୩୮, ଜୟସ୍ବାଲ-୩୪, ରାବାଡ଼ା-୩/୩୫, ଅଶ୍ୱିନ-୨/୨୨, ଷ୍ଟୋଇନିସ-୨/୧୭, ନର୍ଜେ-୧/୨୫, ଅକ୍ଷର-୧/୮, ହର୍ଷଲ-୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri