Posted inଖେଳ

ଶୀର୍ଷସ୍ଥାନ ବଜାୟ ଲକ୍ଷ୍ୟରେ ଦିଲ୍ଲୀ

ଆବୁଧାବି,୨୪।୧୦(ପି.ଟି.): ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଶନିବାର ପରସ୍ପରକୁ ଭେଟିବେ। ଶନିବାର ପ୍ରଥମ ମ୍ୟାଚ୍‌ରେ ଦୁଇ ଦଳ ଟୁର୍ନାମେଣ୍ଟର ୪୨ତମ ମୁକାବିଲାରେ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଦିଲ୍ଲୀ ଅପେକ୍ଷା କୋଲକାତା ପାଇଁ ଅଧିକ ଗୁରୁତ୍ୱବହନ କରୁଛି। କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ପରାସ୍ତ ହେବା ପରେ ଦିଲ୍ଲୀ ତା’ର ବ୍ୟାଟିଂରେ ସୁଧାର ଆଣିବାକୁ ପ୍ରୟାସ କରିବ। ଦିଲ୍ଲୀ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୭ ବିଜୟ, ୩ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଉନ୍ନତ ରନ୍‌ରେଟ୍‌ ଦୃଷ୍ଟିକୋଣରୁ ତାଲିକାର ଶୀର୍ଷରେ ରହିଛି। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଜବରଦସ୍ତ ଫର୍ମରେ ରହିଛନ୍ତି। ସେ କ୍ରମାଗତ ଦୁଇଟି ଶତକ ହାସଲ କରି ଆଇପିଏଲ୍‌ରେ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏହି ଶତକ ସତ୍ତ୍ୱେ ଦିଲ୍ଲୀ ପରାସ୍ତ ହୋଇଥିଲା। ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫେଲ୍‌ ମାରିଥିଲେ। ଯୁବ ଓପନର ପୃଥ୍ବୀ ଶ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଗତ ୪ଟି ଇନିଂସରେ ସେ ୨ଥର ଶୂନରେ ଆଉଟ ହୋଇଛନ୍ତି। ଅଧିନାୟକ ଶିଖର ଧାଓ୍ବନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭଲ ପ୍ରଦର୍ଶନ କରି ନାହାନ୍ତି। ଦିଲ୍ଲୀ ମିଡିଲ ଅର୍ଡର ମେରୁଦଣ୍ଡ କୁହାଯାଉଥିବା ମାର୍କୁସ ଷ୍ଟୋଇନିସଙ୍କୁ ମଧ୍ୟ ଭଲ ଖେଳିବାକୁ ହେବ। କାଗିସୋ ରାବାଡ଼ାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଅନରିଚ ନୋର୍ଜ ଭଲ ପ୍ରଦର୍ଶନ କରିଛନ୍ତି। କ୍ଲାନ୍ତି ଓ ବ୍ୟସ୍ତତା କାରଣରୁ ରାବାଡ଼ା ଗତ ମ୍ୟାଚ୍‌ ଖେଳିପାରି ନ ଥିଲେ। ସେ ପ୍ରତ୍ୟାବର୍ତ୍ତନ କଲେ ଦିଲ୍ଲୀ ଆହୁରି ଶକ୍ତିଶାଳୀ ହେବ। ରାବାଡ଼ା ଖେଳିଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଡାନିଏଲ୍‌ ସାମ୍ସଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିବ।
ଅପରପକ୍ଷରେ କୋଲକାତା ନାଇଟ ରାଇଡର୍ସ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ପ୍ଲେ- ଅଫ୍‌ ଦୌଡ଼ରେ ସ୍ଥିତି ବଜାୟ ରଖିବା ଦଳର ଏବେ ଲକ୍ଷ୍ୟ ରହିଛି। ଗତ ମ୍ୟାଚ୍‌ରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅତି ସହଜରେ କୋଲକାତାକୁ ହରାଇଥିଲା। କୋଲକାତା ମାତ୍ର ୮୪ ରନ କରି ଅଲଆଉଟ ହୋଇଥିଲା। ତେଣୁ ଭଲ ଖେଳି କୋଲକାତା ଆତ୍ମବିଶ୍ୱାସ ତଥା ସନ୍ତୁଳନ ଫେରିପାଇବାକୁ ଓ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ। ଆନ୍ଦ୍ରେ ରସେଲଙ୍କ ଖରାପ୍‌ ଫର୍ମ ଦଳ ପାଇଁ ଚିନ୍ତା ସୃଷ୍ଟି କରିଛି। ତେବେ ଦ୍ରୁତ ବୋଲର ଲୋକି ଫର୍ଗୁସନଙ୍କ ଦମ୍‌ଦାର ପ୍ରଦର୍ଶନ ଦଳ ପାଇଁ ଆଶା ସୃଷ୍ଟି କରିଛି। ଦଳଗତ ପ୍ରଦର୍ଶନ ଉପରେ କୋଲକାତାକୁ ଗୁରୁତ୍ୱ ଦେବାକୁ ହେବ। ଏଥିପାଇଁ ଅଧିନାୟକ ଇଅନ ମୋର୍ଗାନଙ୍କ ସମେତ ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା ଓ ଅନ୍ୟମାନଙ୍କୁ ଅଧିକ ଭଲ ଖେଳିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri