Posted inଜାତୀୟ

ଏଣିକି ଏମ୍ସରେ ନିଶୁଳ୍କରେ ହୋଇପାରିବ ପଞ୍ଜୀକରଣ

ନୂଆଦିଲ୍ଲୀ,୩।୧୦: ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ଏମ୍ସର ଓପିଡି ସେବା ପାଇବା ପାଇଁ ପଞ୍ଜୀକରଣ ଫର୍ମ ଲାଗି ଶୁଳ୍କ ଆଉ ଦେବାକୁ ପଡ଼ିବନି। ନିଶୁଳ୍କରେ ରୋଗୀ ଫର୍ମ ପଞ୍ଜୀକରଣ କରିପାରିବେ। ନଭେମ୍ବର ୧ରୁ ଏହି ନିୟମ ଲାଗୁ ହେବ। ଏତଦ୍‌ ବ୍ୟତୀତ ଏମ୍ସରେ କୌଣସି ବ୍ୟକ୍ତିଙ୍କୁ ୩୦୦ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ରହିବ। ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିରେ ହଜାର ହଜାର ରୋଗୀ ଲାଭବାନ ହୋଇପାରିବେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଓପିଡିର ପଞ୍ଜୀକରଣ ପାଇଁ ଫର୍ମ ବାବଦକୁ ରୋଗୀଙ୍କୁ ୧୦ଟଙ୍କା ଶୁଳ୍କ ଦେବାକୁ ପଡ଼ୁଥିଲା। ସୂଚନା ମୁତାବକ, ଦିଲ୍ଲୀ ଏମ୍ସକୁ ନୂତନ ନିର୍ଦ୍ଦେଶକ ମିଳିବା ପରେ ଏଠାରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ଏଠାରେ କର୍କଟ ବିଭାଗର ରୋଗୀଙ୍କ ପାଇଁ ଓପିଡି ପଞ୍ଜୀକରଣର ସମୟ ପରିବର୍ତ୍ତନ କରାଯାଇଛି। ନୂତନ ସମୟ ଅନୁଯାୟୀ, ବର୍ତ୍ତମାନ କର୍କଟ ବିଭାଗର ରୋଗୀଙ୍କ ଫର୍ମ ସକାଳ ୮ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହ କର୍କଟ ବିଭାଗରେ ମଧ୍ୟ ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୫ଟା ଯାଏ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ...

ଅଖିଳେଶ ଜାରି କଲେ ବଚନ ପତ୍ର, ୨ ଚକିଆ ଚାଳକଙ୍କୁ ୧ ଲିଟର ମାଗଣା ପେଟ୍ରୋଲ-ମୃତ ଚାଷୀଙ୍କୁ ୨୫ ଲକ୍ଷ…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ଏହାକୁ ବଚନ...

ଅଟ୍ଟାଳିକାରେ ଲାଗିଲା ନିଆଁ: ୧୫-୨୦ ଜଣ ଲୋକ ଫଶିଥିବା ସନ୍ଦେହ

ଅହମଦାବାଦ୍‌, ୨୬।୭: ଗୁଜୁରାଟର ଅହମଦାବାଦରେ ଏକ ବିରାଟ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ସେଠାରେ ୧୫ରୁ ଜଣଙ୍କ ଲୋକ ଫଶିଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲିଭାଇବା ପାଇଁ...

ନିର୍ବାଚନ ଲଢିବା ଖବରକୁ ଖଣ୍ଡନ କଲେ ସିଦ୍ଧୁଙ୍କ ପିତା

ଚଣ୍ଡିଗଡ଼,୫ ।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ ଦିନ ଦ୍ୱିପ୍ରହରରେ କେତେଜଣ ଅଜ୍ଞାତ ବ୍ୟକ୍ତି ଗୁଳିକରି ହତ୍ୟା କରିଛନ୍ତି । ଏହାପରେ ଏହି...

ମୋବାଇଲ ଆପ୍‌ ଦ୍ୱାରା ଦେଶରେ ବୃଦ୍ଧି ପାଉଛି ଆତଙ୍କବାଦ ନେଟଓ୍ବାର୍କ, ଏନ୍‌ଆଇଏ ରିପୋର୍ଟ…

ନୂଆଦିଲ୍ଲୀ, ୨୪।୮ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ଏନଆଇଏ ଅନୁଯାୟୀ ଆତଙ୍କବାଦୀମାନେ ଦେଶରେ ଏକ ନୂତନ...

ଐଶ୍ୱର୍ଯ୍ୟାଙ୍କୁ ୫ ଘଣ୍ଟା ବସେଇ ରଖିଲେ

ନୂଆଦିଲ୍ଲୀ, ୨୦ା୧୨: ବଚ୍ଚନ ପରିବାରକୁ ଅଡ଼ୁଆରେ ପକାଇ ଦେଇଛି ବହୁ ଚର୍ଚ୍ଚିତ ପାନାମା ପେପର୍ସ ଲିକ୍‌ ମାମଲା। ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ବଚ୍ଚନ ପରିବାରର...

ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୩୦ା୪: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇଛି। ଏଭଳି ସମୟରେ କୋଇଲାର ଉତ୍କଟ ଅଭାବ ଯୋଗୁ ବିଭିନ୍ନ...

ଡେଲିଭରୀ ବୟ ସହିତ ସ୍କୁଟରରେ ବସି ପ୍ରଚାର କଲେ ରାହୁଲ…

ବେଙ୍ଗାଲୁରୁ,୭।୫ : କର୍ନାଟକରେ ନିର୍ବାଚନ ପ୍ରଚାରରେ ସମସ୍ତ ଦଳ ନିଜର ଶେଷ ଶକ୍ତି ଲଗାଉଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିନ୍ନ ଶୈଳୀର ପ୍ରଚାର...

Advertisement
Archives

Model This Week