Posted inଜାତୀୟ

ଡକ୍ୟୁମେଣ୍ଟ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ,୭ା୮: ଲଦାଖରେ ଚାଇନା ସୈନ୍ୟଙ୍କ ପ୍ରବେଶ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଓ୍ବେବ୍‌ସାଇଟରୁ ହଟାଇଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାର ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଛନ୍ତି। ଦସ୍ତାବିଜ୍‌ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି। ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ମଧ୍ୟରେ ପ୍ରବେଶ କରିନାହାନ୍ତି ବୋଲି ଜୁନ୍‌ରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କାହିଁକି ମିଛ କହିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ ରିପୋର୍ଟକୁ ଦର୍ଶାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଟୁଇଟ୍‌ କରିଛନ୍ତି। ଚାଇନା ନାଁ ନେବାକୁ ପ୍ରଧାନମନ୍ତ୍ରୀଙ୍କର ସାହସ ନାହିଁ ବୋଲି ରାହୁଲ କହିଛନ୍ତି। ଦସ୍ତାବିଜ୍‌ ହଟାଇଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷାଦେବାକୁ ଉଦ୍ୟମ କରୁଛି କି ବୋଲି କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍‌ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିକୁ ଯାଉଥିବା ବେଳେ ନାଳ ନିକଟରେ ଟଳିପଡ଼ିଲେ ଚାଷୀ, ତାପରେ…

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ଯାଉଥିବା ବେଳେ ଟଳି ପଡିଲେ…

ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ…

ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ, ତାର ଚୋରି ସନ୍ଦେହରେ ନାବାଳକଙ୍କୁ ବାନ୍ଧି….

ପାରଳାଖେମୁଣ୍ଡି,୨୮।୬ (ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ତାର ଚୋରି ସନ୍ଦେହରେ ଜଣେ ନାବାଳକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅମାନବୀୟ ଭାବେ ମାଡ଼…

ଆସୁଛି ବଡ଼ ବର୍ଷା, ଏହି ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର,୨୮।୬: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଚମ୍ପୁଆ ବାଉଁଶୁଳି ରାସ୍ତାରେ ଦୁର୍ଘଟଣା, ବାଇକ-କାର ମୁହାଁମୁହିଁ ଧକ୍କାରେ….

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବାଉଁଶୁଳି–ଚମ୍ପୁଆ ରାସ୍ତାର ଗିଧିବାସ ଗ୍ରାମ ନିକଟରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର-ବାଇକ ମଧ୍ୟରେ…

ରାଇସ ମିଲ୍‌ ପରିସରରୁ ମିଳିଲା ସ୍କ୍ରାପ ଗୋଟାଳିଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

କୁଆଁରମୁଣ୍ଡା,୨୮।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ କୁମଝରିଆ ପଞ୍ଚାୟତ ବିଜାବାହାଲ ନିକଟସ୍ଥ ଏକ ରାଇସ ମିଲ୍‌ ପରିସରରୁ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଛି।…

‘ତତ୍କାଳ’ ଏବଂ ‘କରେଣ୍ଟ’ ଟିକେଟ୍ ବୁକିଂ ମଧ୍ୟରେ ଥିବା ତଫାତ କ’ଣ? ଜାଣିଥିଲେ ସହଜ ହେବ ଯାତ୍ରା

ନୂଆଦିଲ୍ଲୀ,୨୮।୬: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂର ଅନେକ ବିକଳ୍ପ ରହିଛି। ଏହା ମଧ୍ୟରେ ତତ୍କାଳ ବୁକିଂ (Tatkal Booking) ଏବଂ କରେଣ୍ଟ…

ଚିତ୍କାର-ଧୂଆଁ-ମୃତ୍ୟୁ…ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା, ୧୪ମୃତ

ରିୟାଦ,୨୮।୬: ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri