ବିଳମ୍ବ ହେଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ କହିଛନ୍ତି। ଏହା କେବଳ ଆଇଆଇଟି ଶିକ୍ଷାବର୍ଷକୁ ପ୍ରଭାବିତ କରିବ ନାହିଁ, ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ । କରୋନା ମହାମାରୀ ଆଳରେ ଦୁଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିଲାବେଳେ ରାଓ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଦୁଇଟି ବ୍ୟାଚ୍‌କୁ କିପରି ଏକସଙ୍ଗେ ପଢ଼ାଯିବ ତାହା ସେ ଭାବିପାରୁନାହାନ୍ତି। ଏମିତି ହେଲେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଶୂନ ଶିକ୍ଷାବର୍ଷ ହେବ ବୋଲି ରାଓ କହିଛନ୍ତି।
ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ଲାଗି ବୁଧବାର ମଧ୍ୟାହ୍ନ ୧୨ରେ ଆଡମିଟ୍‌ କାର୍ଡ ଛଡ଼ାଯାଇଛି। ଏହାର ମାତ୍ର ୩ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ମେଡିକାଲ ପ୍ରବେଶିକା ପରୀକ୍ଷା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ହୋଇଥିବା ଜଣାପଡିଛି।
ଏନ୍‌ଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ଜେଇଇ ମେନ୍‌ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଅନୁଷ୍ଠିତ ହେବ। ଜେଇଇ ମେନ୍‌ ପାଇଁ ୯.୫୩ ଲକ୍ଷ ଛାତ୍ରୀଛାତ୍ର ନାମ ପଞ୍ଜୀକୃତ କରିଛନ୍ତି। ସେହିପରି ଏନ୍‌ଇଇଟି ପାଇଁ ୧୫.୯୭ ଲକ୍ଷ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଛନ୍ତି। କରୋନା ପାଇଁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିଲାବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। କୋଭିଡ୍‌ ସମୟରେ ଛାତ୍ରୀଛାତ୍ରଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ପକ୍ଷରୁ ଅଧିକ ପରୀକ୍ଷା କେନ୍ଦ୍ର, ବିକଳ୍ପ ସିଟ୍‌ ଯୋଜନା, ପ୍ରତି ପ୍ରକୋଷ୍ଠରେ କମ୍‌ ପିଲାଙ୍କୁ ବସାଇବା ଆଦି ବ୍ୟବସ୍ଥା କରାଯାଇଛି। ଜେଇଇ ମେନ୍‌ ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଛି। ସେହିପରି ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨,୫୪୬ରୁ ୩,୮୪୩କୁ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଜେଇଇ ମେନ୍‌ ପାଇଁ ଶିଫ୍ଟ ସଂଖ୍ୟା ୮ରୁ ୧୨କୁ ବୃଦ୍ଧି କରାଯାଇଥିବାରୁ ପ୍ରତି ଶିଫ୍ଟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧.୩୨ ଲକ୍ଷରୁ ୮୫,୦୦୦କୁ ହ୍ରାସ ପାଇଛି। ଏନ୍‌ଇଇଟିରେ ପ୍ରତି ପ୍ରକୋଷ୍ଠରେ ୨୪ ପରିବର୍ତ୍ତେ ୧୨ ଜଣ ପିଲା ପରୀକ୍ଷା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri