୮ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ବିଳମ୍ବ

ଯାଜପୁର ଅଫିସ,୧୮।୬: ସରକାରୀ ରିପୋର୍ଟ ଅନୁଯାୟୀ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ବାତ୍ୟା ଓ ବନ୍ୟା ମୁକାବିଲା କରିବାକୁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ପାଣିପାଗ ବିଭାଗ ସଦାସର୍ବଦା ସତର୍କତା ଅବଲମ୍ବନ କରି ବନ୍ୟା ଓ ବାତ୍ୟାର ପୂର୍ବାନୁମାନ ସୂଚନା ପ୍ରଦାନ କରୁଛନ୍ତି। ଏହିକ୍ରମରେ ଯାଜପୁର ଜିଲାରେ ପ୍ରାୟ ପ୍ରତିବର୍ଷ ବୈତରଣୀ ଓ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଆବଶ୍ୟକ ଆଶ୍ରୟସ୍ଥଳୀର ଅଭାବ ଯୋଗୁ ଚିନ୍ତା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ୧୮.୦୮ କୋଟି ଟଙ୍କା ବ୍ୟୟରେ ୮ଟି ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ହୋଇଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଜମି ଯୋଗାଇ ଦେବାରେ ବିଳମ୍ବ ହେଉଥିବାରୁ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଏହି ମର୍ମରେ ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌ ଯାଜପୁର-୧ ପକ୍ଷରୁ ଜିଲାପାଳଙ୍କ ଏକାଧିକ ଥର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଜମି ଚିହ୍ନଟ ପ୍ରକ୍ରିୟାରେ ଅଗ୍ରଗତି ହୋଇନାହିଁ। ତେଣୁ ଗତ ୧୧ା୬ା୨୦୨୦ରେ ପୁଣି ଥରେ ଜିଲାପାଳଙ୍କୁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ବ୍ଲକ ଅନ୍ତର୍ଗତ ଜାଫେରପୁର ପଞ୍ଚାୟତର ସାଇପୁରଠାରେ ୩ ହଜାର ବର୍ଗଫୁଟର ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏଥିପାଇଁ ୨୩୮.୯୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଯାଜପୁର ବ୍ଲକ ଭୂଇଁପୁରଠାରେ ୨୨୫.୪୭ ଲକ୍ଷ ଟଙ୍କାର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ, ୨୨୪.୫୬ ଲକ୍ଷ ଟଙ୍କାରେ ରସୁଲପୁର ହରିଜନସାହି ଓ ୨୨୩.୨୦ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱରପୁରଠାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥିର କରାଯାଇଛି। ୨୨୪.୪୬ ଲକ୍ଷ ଟଙ୍କା ବ୍ୟୟରେ ବିଞ୍ଝାରପୁର ବ୍ଲକ ଜରି, ୨୨୩.୯୭ ଲକ୍ଷ ଟଙ୍କାରେ ଟିଣା, ୨୨୫.୧୯ ଲକ୍ଷ ଟଙ୍କା ଅଟକଳରେ କୟାଁ ଏବଂ ୨୨୨.୩୫ ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀବନ୍ତ ହାଇସ୍କୁଲ ପରିସରରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ରହିଛି। ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି ପକ୍ଷରୁ ଏହିସବୁ ପ୍ରକଳ୍ପକୁ ଗତ ୨୨ା୨ା୨୦୨୧ ତାରିଖରୁ ମଞ୍ଜୁରୀ ମିଳିସାରିଛି। ଏପରିକି ଟେଣ୍ଡର ଆହ୍ବାନ ମଧ୍ୟ କରାଯାଇଛି। କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଏହିସବୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଆରମ୍ଭ ହୋଇ ପାରିନାହିଁ। ବିଶେଷକରି ଜମି ଅଭାବ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରିଛି ା
ସୂଚନାଯୋଗ୍ୟ, ୨୦୦୫ରେ ଯାଜପୁର ଜିଲାରେ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଯାଜପୁର ଓ ଭଦ୍ରକ ଜିଲାର ୨୨୦ ଗ୍ରାମର ୧ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ା ୨୦୧୧ ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲାର ୧୪୨ ଗ୍ରାମ ପଞ୍ଚାୟତ ଅଧୀନ ୪୯୯ ଗ୍ରାମର ୪ଲକ୍ଷ ୯୧ ହଜାର ୧୧୪ ଲୋକ ପ୍ରଭାବିତ ହୋଇଥିଲେ ା ୨୦୧୫ ଜୁଲାଇ ୨୭ରୁ ଲଗାତାର ବର୍ଷାରେ ଜିଲା ଅନ୍ତର୍ଗତ ୪ ବ୍ଲକର ୧,୦୭,୩୧୭ ଲୋକ ପ୍ରଭାବିତ ହୋଇଥିଲେ ା ୨୦୨୦ ଅଗଷ୍ଟ ବନ୍ୟାରେ ୨୫ ଘାଇ ସୃଷ୍ଟି ହୋଇଥିଲା ା ଏଥିରେ ଜିଲାର ୪ ବ୍ଲକର ୧୦୧ ଗ୍ରାମର ୨୫,୦୩୩ ଲୋକ ପ୍ରଭାବିତ ହୋଇଥିଲେ। ନିକଟରେ ଗତ ମେ ୨୬ ତାରିଖ ୟାସ୍‌ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁ ବୈତରଣୀ ନଦୀରେ ୪ ଘାଇ ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଯାଜପୁର ଜିଲାରେ ବନ୍ୟା ପରିସ୍ଥିତିର ମୁକାବିଲା ଓ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଗୁରୁତ୍ୱାରୋପ କରାଯାଇଛି। କିନ୍ତୁ ଠିକ୍‌ ସମୟରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉ ନ ଥିବାରୁ ବନ୍ୟା ପ୍ରଭାବିତ ଲୋକମାନେ ବିପଦରେ ପଡୁଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ ସରିଛି। ପ୍ରଶାସନ ପକ୍ଷରୁ ଜମି ହସ୍ତାନ୍ତର କରାଗଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri