Posted inଖେଳ

ବାଇଚୁଙ୍ଗ ଭୂତିଆ ଷ୍ଟାଡିୟମ ଉଦ୍‌ଘାଟନରେ ବିଳମ୍ବ

ନୂଆଦିଲ୍ଲୀ, ୨୫ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଭାରତର ଅନ୍ୟତମ ମହାନ ଫୁଟ୍‌ବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କ ନାମରେ ତିଆରି କରାଯାଇଥିବା ଷ୍ଟାଡିୟମର ଉଦ୍‌ଘାଟନ ହେବ। ସିକିମରେ ନିର୍ମିତ ୧୫,୦୦୦ ଆସନ ବିଶିଷ୍ଟ ଏହି ଷ୍ଟାଡିୟମରେ ଫ୍ଲଡଲାଇଟ୍‌ର ବ୍ୟବସ୍ଥା ରହିଛି। ଷ୍ଟାର ଫୁଟବଲ ଖେଳାଳିଙ୍କ ଜନ୍ମସ୍ଥାନ ଟିନ୍‌କିଟାମଠାରୁ ୨୫କିଲୋମିଟର ଦୂର ନାମ୍‌ଚିଠାରେ ଏହି ଷ୍ଟାଡିୟମଟି ରହିଛି। ଫୁଟ୍‌ବଲରୁ ଅବସର ନେଇ ସାରିଥିଲେ ମଧ୍ୟ ବାଇଚୁଙ୍ଗ ଭୂତିଆ ଅନେକଙ୍କ ପାଇଁ ରୋଲ୍‌ ମଡେଲ ଓ ପ୍ରେରଣାର ଉତ୍ସ ସାଜିଛନ୍ତି। ଦେଶର ଫୁଟ୍‌ବଲରମାନଙ୍କ ପାଇଁ ସେ ରୋଲ୍‌ ମଡେଲ ମଧ୍ୟ ପାଲଟିଛନ୍ତି ବୋଲି ସିକିମ ଫୁଟ୍‌ବଲ ଆସୋସିଏଶନର ସଭାପତି ମେନ୍‌ଲା ଇଥେନ୍‌ପା କହିଛନ୍ତି। ୧୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ଭୂତିଆ ହେଉଛନ୍ତି ପ୍ରଥମ ଭାରତୀୟ ଫୁଟ୍‌ବଲର। ଜଣେ ଫୁଟ୍‌ବଲରଙ୍କ ନାମରେ ଷ୍ଟାଡିୟମ ନିର୍ମାଣ ହେବା ଦେଶରେ ପ୍ରଥମ ଦୃଷ୍ଟାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖାତା ଖୋଲିପାରିଲେନି କୋହଲି, ଜବରଦସ୍ତ ଫର୍ମରେ ରୋହିତ

ଚେନ୍ନାଇ,୧୩।୨: ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ହେଲେ ପ୍ରାରମ୍ଭରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି।...

ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇ: ସାମାଜିକ ନ୍ୟାୟ ପାଇଁ ଜୋର୍ଡାନ ଦେବେ ୭୫୫ କୋଟି ଟଙ୍କା

ଚାର୍ଲୋଟ,୬।୬(ଏପି): ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ମାଇକେଲ ଜୋର୍ଡାନ। ସମାଜରେ ଥିବା ରଙ୍ଗ ଭେଦକୁ ଦୂରେଇବା...

ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଖିପାରିବେ ଫାଇନାଲ୍‌ ମ୍ୟାଚ୍‌

ମୁମ୍ବାଇ,୨୮।୫: ଭାରତୀୟ ଦଳ ୧୮ରୁ ୨୨ଜୁନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲ ଖେଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ...

ଭାଷ୍ୟକାରଙ୍କ ପ୍ୟାନେଲରେ ଗାଙ୍ଗୁଲି, ମଞ୍ଜରେକର

ଲଣ୍ଡନ,୧୭ା୫- ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ବିଶ୍ୱକପ୍‌ ଲାଗି ଶୁକ୍ରବାର ଆଇସିସି ପକ୍ଷରୁ ଭାଷ୍ୟକାରଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ପୂର୍ବତନ ଭାରତୀୟ ଅଧିନାୟକ...

କୋହଲୀ ନୁହେଁ, ହେଡେନଙ୍କ ପସନ୍ଦ ଧୋନୀ

ନୂଆଦିଲ୍ଲୀ,୧୧।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ଏହାସହ ଏକ ଦଶନ୍ଧି ସମୟ ବିତିଯିବ। ତେବେ ଗତ ୧୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି।...

ଭୁଲ୍‌ କରିଦେଲେ କି କୋହଲି, ପନ୍ତ କହିଲେ ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା...

ଅଷ୍ଟ୍ରେଲୀୟ ଅଧିନାୟକ ପାଟ କୁମିନ୍ସଙ୍କ ମା’ଙ୍କ ପରଲୋକ

ସିଡନୀ,୧୦।୩: ଅଷ୍ଟ୍ରେଲୀୟ ଦଳର ନିୟମିତ ଅଧିନାୟକ ପାଟ କୁମିନ୍ସଙ୍କ ମା’ ମାରିଆ କୁମିନ୍ସଙ୍କ ଦେହାନ୍ତ ହୋଇଛି। ମାରିଆ ଦୀର୍ଘ ଦିନ ଧରି କ୍ୟାନ୍‌ସର୍‌ ସହ ସହ...

ବିନା ପରିବର୍ତ୍ତନରେ ଓହ୍ଲାଇଲା ସିଏସ୍‌କେ

ନୂଆଦିଲ୍ଲୀ,୧।୫ : ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ।...

Advertisement
Archives

Model This Week