ପିସ୍ତଲ ଜବତ, ୫ ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ, ୨୩|୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରୁ ଗତ ୧୭ ତାରିଖରେ ୟୁନିଟ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜଗତ୍‌ସିଂହପୁର ଶାଖା ମହିଳା ଲୋନ ଅଫିସରଙ୍କଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍‌ କରାଯାଇଥିଲା। ଏନେଇ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଅଲିଆରା ଗ୍ରାମର ତଥା ଲୋନ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି (୧୯) ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଶନିବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଥାନା ଗୋପାଳସାହି ଜଗନ୍ନାଥ ବିହାରରେ ରହୁଥିବା ସ୍ଥାନୀୟ ଓଡ଼ିଶୋର ଅଭିଜିତ ମହାରଣା (୨୧), ସାଗର ରଞ୍ଜନ ମହାରଣା (୨୩), କାଶୀନାଥ ବିଶ୍ୱାଳ ଓରଫ କାଶୀ (୨୮), କୃଷ୍ଣ ଚନ୍ଦ୍ର ଭୋଇ ଓରଫ ଧୁଣ୍ଡ (୨୦) ଓ ଭରତପୁର ଥାନା ବରମୁଣ୍ଡା ଟେଲ୍‌କୋ କଲୋନୀରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଣିର ରାକେଶ ପ୍ରଧାନ (୧୯)। ସେମାନଙ୍କ ନିକଟରୁ ନଗଦ ୩୨,୨୮୦ ଟଙ୍କା ସହ କଳା ରଙ୍ଗର ସ୍କୁଟି, ବାଇକ୍‌, ୪ ମୋବାଇଲ ଫୋନ୍‌ ଓ ଗୋଟିଏ ମେଟାଲିକ୍‌ ପିସ୍ତଲ ଜବତ କରାଯାଇଛି ବୋଲି ଜଗତ୍‌ସିଂହପୁର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂହ ଓ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି। ସେମାନେ କହିଛନ୍ତି, ଲୁଟ୍‌ର ୧୫ ଦିନ ପୂର୍ବରୁ ଅଭିଯୁକ୍ତମାନେ ଏଥିପାଇଁ ଯୋଜନା କରିଥିଲେ। କାରଣ ପ୍ରତ୍ୟେକ ସୋମବାର ଲୋନ୍‌ ଅଫିସର ମହାନ୍ତି ଗ୍ରୁଫଗୁଡିକରୁ ଟଙ୍କା ସଂଗ୍ରହ କରି ଜଗତ୍‌ସିଂହପୁର ଫେରିଥାନ୍ତି। ଗତ ୧୭ ତାରିଖରେ ମହାନ୍ତି ଦେଭୋଗ ଓ ଓଡ଼ିଶୋ ଅଞ୍ଚଳରୁ ଫାଇନାନ୍ସ ଲୋନ୍‌ ଟଙ୍କା ସଂଗ୍ରହ କରି ନିଜ ସ୍କୁଟିରେ ଓଡ଼ିଶୋରୁ ଫେରୁଥିଲେ। ପୂର୍ବପ୍ରସ୍ତୁତି ମୁତାବକ ୫ ଅଭିଯୁକ୍ତ ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ପିସ୍ତଲ ଦେଖାଇ ପ୍ରଥମେ ଭୟଭୀତ କରିବା ପରେ ପାଖାରେ ଥିବା ଟଙ୍କା ଲୁଟ୍‌ ନେଇଥିଲେ। ଗଲାବେଳେ ମହାନ୍ତିଙ୍କ ସ୍କୁଟି ମଧ୍ୟ ନେଇ ଯାଇଥିଲେ।ଅଭିଯୋଗ ପରେ ପୋଲିସ ମାମଲା (ନଂ.୪୦/୨୨) ରୁଜୁ କରିଥିଲା।ତେବେ ସ୍ଥାନୀୟ କେତେଜଣ ଗୁପ୍ତଚର ଓ କ୍ଷେତ୍ର ପରିଦର୍ଶନ ଆଧାରରେ ଅଭିଯୁକ୍ତମାନଙ୍କ ଗତିବିଧି ସମ୍ପର୍କରେ ଜଣାପଡିଥିଲା। ତା ପରେ ଯୋଜନା ମୁତାବକ ସେମାନଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?