ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ

ରାଉରକେଲା,୨୬।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୮କୋଟି ଟଙ୍କା ବ୍ୟୟବରାଦରେ ୩୦ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ବୃହତ୍‌ ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଫଳରେ ପରିବା ଚାଷୀମାନଙ୍କ ମହଲରେ ଅସନ୍ତୋଷ ବଢୁଛି।
୨୦୨୨ରେ ସହରର ୪ସ୍ଥାନରେ ୪ଟି ଶୀତଳଭଣ୍ଡାର ସ୍ଥାପନ ପାଇଁ ୮କୋଟି ଟଙ୍କା ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ମାଧ୍ୟମରେ ଅନୁମୋଦନ ହୋଇଥିଲା। ଏହି ୪ ଶୀତଳଭଣ୍ଡାର କୁଆଁରମୁଣ୍ଡା, ଲାଠିକଟା, ନୂଆଗାଁ ଓ ବିଶ୍ରା ବ୍ଲକ ସମେତ ସହରାଞ୍ଚଳର ପରିବା ଚାଷୀ ଓ ବ୍ୟବସାୟୀଙ୍କ ତଟକା ପରିବା ଅପଚୟ ମାତ୍ରାରେ ଅଙ୍କୁଶ ଲଗାଇବା ସହ ଅର୍ଥନୈତିକ ବିକାଶ କରାଇବ। ମାତ୍ର ଇତି ମଧ୍ୟରେ କାମ ହେବା ୩ବର୍ଷରୁ ଊର୍ଦ୍ଧ୍ୱ ବିତି ସାରିଛି। କେବଳ ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଚାଲିଥିବା ଶୀତଳଭଣ୍ଡାର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି। ଛେଣ୍ଡ, ଆମ୍ବାଗାନ ମାର୍କେଟ ଓ ପାନପୋଷ ମାର୍କେଟରେ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ହୋଇନାହିଁ। ଟ୍ରାଫିକ ଗେଟ୍‌ ମାର୍କେଟରେ ନିର୍ମିତ ହୋଇଥିବା ୩୦ହଜାର କିଲୋ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରକଳ୍ପର ୩ଟି ଶିତଳୀକରଣ ଚ୍ୟାମ୍ବର, ଏସ୍‌ଏଚ୍‌ଜି ମହିଳାମାନଙ୍କର ପରିବା ସଂଗୃହୀତ ଘର ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ଛେଣ୍ଡ, ଆମ୍ବାଗାନ ଓ ପାନପୋଷ ମାର୍କେଟ ପରିସରରେ ଶୀତଳଭଣ୍ଡାର କାର୍ଯ୍ୟ ବର୍ତ୍ତମାନ ବି ଅଧାରେ ଅଟକି ରହିଛି। ନିର୍ମାଣ କାର୍ଯ୍ୟରେ ହେଉଥିବା ଅହେତୁକ ବିଳମ୍ବ ୪ଟି ବ୍ଲକର ଏସଏଚ୍‌ଜି ଗ୍ରୁପ୍‌ ମହିଳା ଏବଂ ପରିବା ଚାଷୀଙ୍କୁ ବ୍ୟଗ୍ର କରୁଛି। ଅନ୍ୟପଟେ ବର୍ତ୍ତମାନ ସହରରେ ପରିବା ଦରଦାମ ସମ୍ପୂର୍ଣ୍ଣ ହ୍ରାସ ପାଇଥିବାବେଳେ ସହରର ୮ଟି ବୃହତ୍ତ ପରିବା ବଜାରରେ ଟେକା ଦରରେ ପରିବା ବିକ୍ରି ଚାଲିଛି। ଏ ସମୟରେ ଯଦି ମହିଳା ପରିବା ଚାଷୀ ଓ ବ୍ୟବସାୟୀଙ୍କ ତଟକା ପନିପରିବା ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ଅନ୍ୟ ୩ଟି ଶୀତଳ ଭଣ୍ଡାର ଥାନ୍ତା ତେବେ ବ୍ଲକ ଓ ସହରାଞ୍ଚଳ ପରିବା ଚାଷୀ ବେଶ ଉପକୃତ ହୋଇ ପାରିଥାନ୍ତେ। ମାତ୍ର ଆର୍ଥିକ ଅନୁଦାନ ସତ୍ତ୍ୱେ ମଧ୍ୟ ୩ ଶୀତଳଭଣ୍ଡାର ପ୍ରକଳ୍ପ ନିର୍ମାଣ ନ ହେବା ଉଦ୍ୟାନଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଣୁ ଆଗକୁ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା ପାଇଁ ଅଞ୍ଚଳର ପରିବା ଚାଷୀ ମହଲରେ ଦାବି ହେଉଛି। ରାଉରକେଲା ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରା କୁହନ୍ତି, ଏହି ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଗଲେ ପନିପରିବା ଆଉ ଖରାବର୍ଷାରେ ନଷ୍ଟ ହେବ ନାହିଁ। ଏସବୁ ଶୀତଳ ଭଣ୍ଡାରରେ ପରିବା ସୁରକ୍ଷିତ ଓ ଦୀର୍ଘ ଦିନ ଧରି ଅପଚୟ ନ ହୋଇ ରହିପାରିବ। ଏନେଇ ଜୟ ମାତା ଦୀ ଏସ୍‌ଏଚ୍‌ଜି ଗ୍ରୁପ ସଭାପତି ତୁଳସୀ ଦାସ କହିଥିଲେ ଯେ,ଆଉ ଆମ ପରିବା ଅପଚୟ ହେବନାହିଁ। ଶୀତଳଭଣ୍ଡାର କାର୍ଯ୍ୟ ହୋଇଯାଇଛି। ମାତ୍ର ଅନ୍ୟ ତିନୋଟି ଶୀତଳ ଭଣ୍ଡାର ଯଦି ଶିଘ୍ର ହୁଅନ୍ତା ତେବେ ୪ବ୍ଲକ ସହିତ ସହରର ହଜାର ହଜାର ପରିବା ବେପାରୀ ମଧ୍ୟ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?