ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ

ରାଉରକେଲା,୨୬।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୮କୋଟି ଟଙ୍କା ବ୍ୟୟବରାଦରେ ୩୦ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ବୃହତ୍‌ ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଫଳରେ ପରିବା ଚାଷୀମାନଙ୍କ ମହଲରେ ଅସନ୍ତୋଷ ବଢୁଛି।
୨୦୨୨ରେ ସହରର ୪ସ୍ଥାନରେ ୪ଟି ଶୀତଳଭଣ୍ଡାର ସ୍ଥାପନ ପାଇଁ ୮କୋଟି ଟଙ୍କା ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ମାଧ୍ୟମରେ ଅନୁମୋଦନ ହୋଇଥିଲା। ଏହି ୪ ଶୀତଳଭଣ୍ଡାର କୁଆଁରମୁଣ୍ଡା, ଲାଠିକଟା, ନୂଆଗାଁ ଓ ବିଶ୍ରା ବ୍ଲକ ସମେତ ସହରାଞ୍ଚଳର ପରିବା ଚାଷୀ ଓ ବ୍ୟବସାୟୀଙ୍କ ତଟକା ପରିବା ଅପଚୟ ମାତ୍ରାରେ ଅଙ୍କୁଶ ଲଗାଇବା ସହ ଅର୍ଥନୈତିକ ବିକାଶ କରାଇବ। ମାତ୍ର ଇତି ମଧ୍ୟରେ କାମ ହେବା ୩ବର୍ଷରୁ ଊର୍ଦ୍ଧ୍ୱ ବିତି ସାରିଛି। କେବଳ ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଚାଲିଥିବା ଶୀତଳଭଣ୍ଡାର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି। ଛେଣ୍ଡ, ଆମ୍ବାଗାନ ମାର୍କେଟ ଓ ପାନପୋଷ ମାର୍କେଟରେ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ହୋଇନାହିଁ। ଟ୍ରାଫିକ ଗେଟ୍‌ ମାର୍କେଟରେ ନିର୍ମିତ ହୋଇଥିବା ୩୦ହଜାର କିଲୋ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରକଳ୍ପର ୩ଟି ଶିତଳୀକରଣ ଚ୍ୟାମ୍ବର, ଏସ୍‌ଏଚ୍‌ଜି ମହିଳାମାନଙ୍କର ପରିବା ସଂଗୃହୀତ ଘର ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ଛେଣ୍ଡ, ଆମ୍ବାଗାନ ଓ ପାନପୋଷ ମାର୍କେଟ ପରିସରରେ ଶୀତଳଭଣ୍ଡାର କାର୍ଯ୍ୟ ବର୍ତ୍ତମାନ ବି ଅଧାରେ ଅଟକି ରହିଛି। ନିର୍ମାଣ କାର୍ଯ୍ୟରେ ହେଉଥିବା ଅହେତୁକ ବିଳମ୍ବ ୪ଟି ବ୍ଲକର ଏସଏଚ୍‌ଜି ଗ୍ରୁପ୍‌ ମହିଳା ଏବଂ ପରିବା ଚାଷୀଙ୍କୁ ବ୍ୟଗ୍ର କରୁଛି। ଅନ୍ୟପଟେ ବର୍ତ୍ତମାନ ସହରରେ ପରିବା ଦରଦାମ ସମ୍ପୂର୍ଣ୍ଣ ହ୍ରାସ ପାଇଥିବାବେଳେ ସହରର ୮ଟି ବୃହତ୍ତ ପରିବା ବଜାରରେ ଟେକା ଦରରେ ପରିବା ବିକ୍ରି ଚାଲିଛି। ଏ ସମୟରେ ଯଦି ମହିଳା ପରିବା ଚାଷୀ ଓ ବ୍ୟବସାୟୀଙ୍କ ତଟକା ପନିପରିବା ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ଅନ୍ୟ ୩ଟି ଶୀତଳ ଭଣ୍ଡାର ଥାନ୍ତା ତେବେ ବ୍ଲକ ଓ ସହରାଞ୍ଚଳ ପରିବା ଚାଷୀ ବେଶ ଉପକୃତ ହୋଇ ପାରିଥାନ୍ତେ। ମାତ୍ର ଆର୍ଥିକ ଅନୁଦାନ ସତ୍ତ୍ୱେ ମଧ୍ୟ ୩ ଶୀତଳଭଣ୍ଡାର ପ୍ରକଳ୍ପ ନିର୍ମାଣ ନ ହେବା ଉଦ୍ୟାନଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଣୁ ଆଗକୁ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା ପାଇଁ ଅଞ୍ଚଳର ପରିବା ଚାଷୀ ମହଲରେ ଦାବି ହେଉଛି। ରାଉରକେଲା ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରା କୁହନ୍ତି, ଏହି ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଗଲେ ପନିପରିବା ଆଉ ଖରାବର୍ଷାରେ ନଷ୍ଟ ହେବ ନାହିଁ। ଏସବୁ ଶୀତଳ ଭଣ୍ଡାରରେ ପରିବା ସୁରକ୍ଷିତ ଓ ଦୀର୍ଘ ଦିନ ଧରି ଅପଚୟ ନ ହୋଇ ରହିପାରିବ। ଏନେଇ ଜୟ ମାତା ଦୀ ଏସ୍‌ଏଚ୍‌ଜି ଗ୍ରୁପ ସଭାପତି ତୁଳସୀ ଦାସ କହିଥିଲେ ଯେ,ଆଉ ଆମ ପରିବା ଅପଚୟ ହେବନାହିଁ। ଶୀତଳଭଣ୍ଡାର କାର୍ଯ୍ୟ ହୋଇଯାଇଛି। ମାତ୍ର ଅନ୍ୟ ତିନୋଟି ଶୀତଳ ଭଣ୍ଡାର ଯଦି ଶିଘ୍ର ହୁଅନ୍ତା ତେବେ ୪ବ୍ଲକ ସହିତ ସହରର ହଜାର ହଜାର ପରିବା ବେପାରୀ ମଧ୍ୟ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri