ନର୍ସରି ପାଇଁ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୫ା୫(ସ୍ବ.ପ୍ର.) ସମ୍ପ୍ରତି ଜଙ୍ଗଲକ୍ଷୟ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଙ୍ଗଲକ୍ଷୟ ଯୋଗୁ ପରିବେଶ ନଷ୍ଟ ହେବା ସହ ଜଳବାୟୁରେ ପରିବର୍ତ୍ତନ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଭଳି ପରିସ୍ଥିତିରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନର୍ସରି ସ୍ଥାପନା କରାଯାଇ ଚାରା ସୃଷ୍ଟି କରାଯାଉଛି। ତେବେ କେନ୍ଦୁଝର ବନଖଣ୍ଡ ଭୂୟଁା ଜୁଆଙ୍ଗପୀଢ ରେଞ୍ଜ ଅଧୀନ କାଞ୍ଜିପାଣି ସେକ୍ସନ କାଞ୍ଜିପାଣି ବିଟ୍‌ ତଣ୍ଡିଯୋଡା ନର୍ସରୀରେ ଚାରା ସୃଷ୍ଟି ପାଇଁ ବହୁ ସଂଖ୍ୟାରେ ଶାଳ ଗଜା କାଟି ସେଡ୍‌ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।
ସେଡ୍‌ ନିର୍ମାଣ ପାଇଁ ବହୁ ଅର୍ଥ ଆସୁଥିଲେ ହେଁ ସେଥିରେ ବାଉଁଶ କିଣି ବ୍ୟବହାର କରା ନ ଯାଇ ପାଖ ଜଙ୍ଗଲରୁ ବ୍ୟାପକ ଶାଳ ଗଜା କାଟି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। କର୍ପୋରେଟ ସୋସିଆଲ ରେଶପନଶିବିଲିଟି (ସିଏସଆର) ସ୍କିମରେ ଏହି ନର୍ସରୀରେ ୧୧ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟ ଅଟକଳରେ ୮୮ ହଜାର ଚାରା ସୃଷ୍ଟି କରାଯାଇଛି। ଏହି ଚାରାଗୁଡ଼ିକ ୧୮ ମାସ ପରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବନୀକରଣ କରାଯିବ। ତେବେ ନର୍ସରୀରେ ସୃଷ୍ଟି କରାଯାଇଥିବା ଚାରାକୁ ଛାଇ କରିବା ପାଇଁ ଉପର ଛାତରେ ଶହ ଶହ ସଂଖ୍ୟାରେ ଶାଳ ଗଛ କାଟି ବ୍ୟବହାର କରାଯାଇଥିବାରୁ ବ୍ୟାପକ ପରିମାଣର ଜଙ୍ଗଲ ନଷ୍ଟ ହୋଇଛି। ସାଧାରଣ ଲୋକ ଗଛ କାଟିଲେ ବନ ବିଭାଗ ପକ୍ଷରୁ କେସ କରି ଗିରଫ କରାଯାଉଥିବାବେଳେ ନର୍ସରୀ ପାଇଁ ଏଭଳି ବେଆଇନ ଗଛ କାଟିଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌ଡି ଧନରାଜ ଏହାର ତଦନ୍ତ କରି ଶାଳ ଗଜା କାଟି ବ୍ୟବହାର କରିଥିବା ବନ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତମାନେ ଦାବି କରିଛନ୍ତି। ଏସମ୍ପର୍କରେ ଡିଏଫ୍‌ଓ କହିଛନ୍ତି ଏଥିରେ ଶାଳ ଗଛ ବ୍ୟବହାର ହୋଇନାହିଁ। ଏହା ଏକ ଅନ୍ୟ ଜାତିର ଗଛ। ଏହି ଅନାବନା ଗଛ ଜଙ୍ଗଲ ଅଭିବୃଦ୍ଧି ପାଇଁ ସଫା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri