ରବିଧାନର ଅଭାବୀ ବିକ୍ରି

ରୂପସା, ୨୫ା୫(ଡି.ଏନ.ଏ.) ବାଲେଶ୍ୱର ଜିଲାର ସଦର ଓ ବସ୍ତା ବ୍ଲକରେ ଚଳିତ ରବି ଋତୁରେ ଧାନ ଅମଳ ଶେଷ ହେବାକୁ ବସିଲାଣି। ହେଲେ ଏ ଯାଏ ଜିଲାରେ ସରକାରୀ ଧାନ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ, ଚାଷ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କାଳିଆ, ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ଆଦିରେ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ସରକାର ଯୋଗାଇଛନ୍ତି। ଏଥିରେ ପ୍ରକୃତ ଚାଷୀ ଟଙ୍କା ନ ପାଇ ନିଜର ଚାଷ ଋଣର ସୁଧ ଟଙ୍କା ପୈଠ କରୁଛନ୍ତି।
ରବି ଋତୁରେ ପ୍ରତିବର୍ଷ ପ୍ରତିକୂଳ ପାଗ ଯୋଗୁ ବିଜୁଳି ସମସ୍ୟା ହେଉ ଅଥବା କାଳବୈଶାଖୀ ତ କେତେବେଳେ ଭୂତଳଜଳ ଅଭାବ କାରଣରୁ ଚାଷୀ ବିପୁଳ କ୍ଷତି ସହିଥାନ୍ତି। ସରକାର ଚାଷୀଙ୍କୁ ଯୋଜନା ମାଧ୍ୟମରେ ଟଙ୍କା ପରିବର୍ତ୍ତେ କୃଷି କ୍ଷେତ୍ରରେ ଜଳସେଚନ, ବିଜୁଳି ରିହାତି ସାଙ୍ଗକୁ ଧାନର ଅଭାବୀ ବିକ୍ରି ପ୍ରତି ଧ୍ୟାନ ଦେଲେ କୃଷି ଓ କୃଷକ ବଞ୍ଚତ୍ପାରନ୍ତା ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ଚଳିତବର୍ଷ ବ୍ଲକ ଅଧୀନ ଗଡ଼ପଦା, ରାଉତପଡ଼ା, କସିପଦା, ରୂପସା, ଆଙ୍କ, ମଥାନୀ, ବାହାର୍ଦ୍ଦା, ଦୁଧହଂସା, ରସଲପୁର, ଶ୍ରୀରାମପୁର ଆଦି ପଞ୍ଚାୟତରେ ରବି ଫସଲ ଅମଳ ସରିବାକୁ ବସିଲାଣି। ଆଗକୁ କାଳବୈଶାଖୀ ମାଡ଼ିଆସୁଥିବାରୁ ଚାଷୀ ଧାନ ଅମଳ ସାରି ସରକାରୀ ମଣ୍ଡିକୁ ଚାହିଁ ଚାହିଁ ଶେଷରେ ଜଳକର, ଋଣ ପରିଶୋଧ, ସାର, ବିଷ ଆଦିର ବକେୟା ଟଙ୍କା ଶୁଝିବାକୁ ବାଧ୍ୟ ହୋଇ ଶାଗ ମାଛ ଦରରେ କୁଇଣ୍ଟାଲ ପ୍ରତି ୧୧ଶହ ଟଙ୍କାରେ କଷ୍ଟ ଉପାର୍ଜିତ ଧାନକୁ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କେତେକ ଦଲାଲ ଏହାର ସୁଯୋଗ ନେଇ ଚାଷୀଙ୍କଠାରୁ ଶୋଷଣ କରି ଅଧିକାରୀଙ୍କୁ ଧରି ବିଭିନ୍ନ ଚାଷୀଙ୍କ ନାମରେ ମଣ୍ଡିରେ ଧାନ ଦେବାର ଯୋଜନା କରିଥିବା ଅଭିଯୋଗ ହୋଇଛି। ଶେଷରେ ସରକାର ଟାର୍ଗେଟ ପୂରଣ ହେବା ବାହାନାରେ ମଣ୍ଡିକୁ ବନ୍ଦ କରି ଦେଉଛନ୍ତି। ଫଳରେ ଚାଷୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହିତ ଚାଷ ଉପରୁ ଆସ୍ଥା ହରାଉଛନ୍ତି। ତୁରନ୍ତ ଧାନର ଅଭାବୀ ବିକ୍ରି ବନ୍ଦ ସାଙ୍ଗକୁ ସରକାରୀ ମଣ୍ଡି ଖୋଲା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଭାଜପା କୃଷକମୋର୍ଚ୍ଚା ନେତା ସୂର୍ଯ୍ୟନାରାୟଣ ସାହୁ ପ୍ରକାଶ କରିଛନ୍ତି। ବାରମ୍ବାର ଏହି ଅଭିଯୋଗ ହୋଇଆସୁଥିବା ବେଳେ ସରକାରୀ ଉଦାସୀନତା ଚାଷୀ ମାରଣନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବ୍ଲକ କଂଗ୍ରେସ ଉପସଭାପତି ଜୟନ୍ତ ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?