Posted inଜାତୀୟ

ଆଇନକୁ ମାନୁଥିବା ବ୍ୟକ୍ତି ହିଁ ଅଧିକାରର ଦାବି କରିପାରିବେ, ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ, ୨୫।୫ : ମୌଳିକ ଅଧିକାର ନାମରେ, ଯେକୌଣସି ସୁରକ୍ଷା କବଚ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ଆଇନକୁ ଅନୁସରଣ କରନ୍ତି ଏବଂ ଆଇନଗତ ପ୍ରକ୍ରିୟାକୁ ସମ୍ମାନ ପ୍ରଦାନ କରନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ମହାରାଷ୍ଟ୍ରର ଜଣେ ବ୍ୟକ୍ତି ନିଜ ଉପରେ ମକୋକା( ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜଡ୍‌ କ୍ରାଇମ୍‌ ଆକ୍ଟ) ଲାଗୁ କରିବା ବିରୋଧରେ ଏକ ଆବେଦନ କରିଥିଲେ ଯେ ଏହା ତାଙ୍କର ମୌଳିକ ଅଧିକାର ଉପରେ ପ୍ରଭାବ ପକାଇବ। ଏହା ଉପରେ ମନ୍ତବ୍ୟ ଦେଇ କୋର୍ଟ କହିଛନ୍ତି ଯେ କେବଳ ସେହି ବ୍ୟକ୍ତି ଯେଉଁମାନେ ଦାୟିତ୍ୱ ତୁଲାନ୍ତି ସେମାନେ ମୌଳିକ ଅଧିକାରର ସୁରକ୍ଷା କବଚ ପାଇପାରିବେ। ଜଷ୍ଟିସ ଦୀନେଶ ମାହେଶ୍ୱରୀ ଏବଂ ଅନିରୁଦ୍ଧ ବୋଷଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ସମ୍ପୃକ୍ତ ବ୍ୟକ୍ତି ଆଇନ ପାଳନ ନକରନ୍ତି ସେତେବେଳେ ମୌ ଳିକ ଅଧିକାରର ଦାବି ଯଥାର୍ଥ ହୋଇପାରିବ ନାହିଁ।

ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ଉପରେ ଗ୍ୟାଙ୍ଗଷ୍ଟର ବିରୋଧୀ ଆଇନ କାର୍ଯ୍ୟକାରୀ ହୋଇଛି ଏବଂ ଏହା ତାଙ୍କର ମୌଳିକ ଅଧିକାର ଉପରେ ଗୁରୁତର ପ୍ରଭାବ ପକାଇଛି। ଏହି ରାୟ ପ୍ରଦାନ କରି ଜଷ୍ଟିସ ମାହେଶ୍ୱରୀ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ମକୋକା ଆଇନର ପ୍ରୟୋଗ ହୋଇଛି। ଯଦି ଜଣେ ବ୍ୟକ୍ତିଙ୍କୁ ପଳାତକ ଘୋଷିତ କରାଯାଏ ଏବଂ ତଦନ୍ତକାରୀ ସଂସ୍ଥାର କବଳରୁ ସେ ଦୂରେଇ ଯାଇଥାନ୍ତି। ତେବେ ଏହା ହେଉଛି ନିୟମର ପ୍ରତ୍ୟକ୍ଷ ଉଲ୍ଲଂଘନ।

ଏପରି ବ୍ୟକ୍ତିଙ୍କୁ ଦଣ୍ଡରେ କୌଣସି କୋହଳ ପ୍ରଦାନ କରାଯାଇପାରିବ ନାହିଁ। ଅଦାଲତ କହିଛନ୍ତି ଯେ ଜଣେ ସାଧାରଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ପ୍ରକ୍ରିୟାର ଧାରା ୪୩୮ ଅନ୍ତର୍ଗତ ଆଗୁଆ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।

ଅଭିଯୁକ୍ତ ପଳାତକ ହେଲେ ଏହା ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ପୋଲିସ ଦ୍ୱାରା ସେ ଜେଣ ଅଭ୍ୟାସଗତ ଅପରାଧୀ ବୋଲି ଘୋଷଣା କରାଯାଇଛି। ଧାରା ୪୩୮ ର ଲାଭ ଏପରି ବ୍ୟକ୍ତିଙ୍କୁ ଦିଆଯାଇପାରିବ ନାହିଁ।

ଅଦାଲତ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୧୩୬ ଅନୁଯାୟୀ, ଧାରା ୪୩୮ ଅଭିଯୁକ୍ତଙ୍କ ଦାବିକୁ ବିଚାର କରିବାର ଅଧିକାର ପ୍ରଦାନ କରାଯାଇଛି। କିନ୍ତୁ ଆବେଦନକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ତେଣୁ ତାଙ୍କ ଆବେଦନ ଉପରେ ଦଣ୍ଡାଦେଶ କୌଣସି କୋହଳ ପ୍ରଦାନ କରାଯାଇପାରିବ ନାହିଁ ।

ଭବିଷ୍ୟତରେ ହେବାକୁ ଥିବା ମାମଲାଗୁଡ଼ିକ ପାଇଁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏକ ଉଦାହରଣ ଭାବରେ ରଖାଯାଇ ପାରେ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri