ଗାଜାରେ ଭୋକର ସଂଜ୍ଞା

ଲଳିତେନ୍ଦୁ ପଲାଉରୀ

ହମାସ-ଇସ୍ରାଏଲ ଯୁଦ୍ଧରେ ୬୫ହଜାରରୁ ଅଧିକ ଗାଜାବାସୀଙ୍କ ମୃତ୍ୟୁ ହେଲାଣି। ଏମାନେ ବାରମ୍ବାର ବିସ୍ଥାପିତ ହେଉଛନ୍ତି। ଗାଜାରେ ପ୍ରମୁଖ ସମସ୍ୟା ପାଲଟିଛି ଖାଦ୍ୟ ସଙ୍କଟ। ମୁଠାଏ ଦାନା ପାଇଁ ଏମାନେ ଗାଜା ହ୍ୟୁମାନିଟାରିଆନ ଫାଉଣ୍ଡେଶନ ସହାୟତା କେନ୍ଦ୍ର ନିକଟରେ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବୁଭୁକ୍ଷୁଙ୍କୁ ଇସ୍ରାଏଲ ସେନା ଖାଦ୍ୟ ବଦଳରେ ଗୁଳିମାଡ଼ କରୁଛି। ଗତ ଜୁନ ମାସର ତଥ୍ୟ କହୁଛି ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଆହାର ମୁଠାଏ ପାଇଁ ଚାତକ ଭଳି ଚାହିଁ ରହିଥିବା ଗାଜାର ୧୧ଶହରୁ ଅଧିକ ସାଧାରଣ ଲୋକଙ୍କୁ ଇସ୍ରାଏଲ ସେନା ଗୁଳିମାରି ହତ୍ୟା କରିଛି। ବିଶେଷ କରି ନାବାଳକ, ମହିଳା, କୋଳରେ ଛୁଆ ଧରିଥିବା ମା’ମାନଙ୍କୁ ଟାର୍ଗେଟ କରୁଛି ଇସ୍ରାଏଲ ସେନା।
ଜୁନ୍‌ ପ୍ରଥମ ସପ୍ତାହରେ ରାଫାର ଏକ ଖାଦ୍ୟ ବିତରଣ କେନ୍ଦ୍ର ନିକଟରେ ଇସ୍ରାଏଲ ଟ୍ୟାଙ୍କ ବର୍ବରୋଚିତ ଭାବେ ଆଖିବୁଜା ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୩୦ ଜଣଙ୍କର ଜୀବନ ଯାଇଥିଲା। ୧୫୦ରୁ ଅଧିକ ଆହତ ହୋଇଥିଲେ। ଗତ ଜୁଲାଇ ଦ୍ବିତୀୟ ସପ୍ତାହରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ଭୋକ ସହି ନ ପାରି ପାଲେଷ୍ଟାଇନର ଏକ ଫୁଡ୍‌ ସେଣ୍ଟର ନିକଟରେ ଅପେକ୍ଷା କରିଥିବା ୪୩ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗାଜାବାସୀଙ୍କ ସ୍ଥିତି ନେଇ ଇସ୍ରାଏଲ ଓଲଟା ହମାସକୁ ଦୋଷ ଦେଇଛି। ଜାଣିଶୁଣି ହମାସ ସହ ଜଡ଼ିତ ଗାଜାର କିଛି ଲୋକ ଖାଦ୍ୟ ସେଣ୍ଟରଗୁଡ଼ିକରେ ଦଳାଚକଟା ସ୍ଥିତି ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଇସ୍ରାଏଲ କହିଛି। ସାଧାରଣ ଲୋକଙ୍କୁ ଖାଦ୍ୟ ବଣ୍ଟନ ନାଁରେ ସେମାନଙ୍କୁ ମୃତ୍ୟୁର ଫାଶ ଭିତରକୁ ଜାଣିଶୁଣି ଇସ୍ରାଏଲ ଟାଣି ଆଣୁଛି ଓ ଗମ୍ଭୀର ମାନବୀୟ ସ୍ଥିତି ସୃଷ୍ଟି କରିଛି ବୋଲି ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଗାଜାର ଏହି ଘଟଣା ଜାତିସଂଘରେ ବର୍ଣ୍ଣନା କରିବା ସମୟରେ କାନ୍ଦି ପକାଇଥିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ ରିଆଦ ମନ୍‌ସୁର। ଗାଜାରେ କ୍ଷୁଧା ପୀଡ଼ିତ କୁନିକୁନି ପିଲା ସେମାନଙ୍କ ମା’ମାନଙ୍କ ମୁହଁକୁ ବିକଳ ଭାବେ ଚାହିଁ ଖାଦ୍ୟ ପାଇଁ କ୍ରନ୍ଦନ କରୁଥିବା ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ। କେବଳ ଶିଶୁମାନେ କାହିଁକି ଭୋକିଲା ପେଟରେ ଥିବା ମା’ମାନେ ସେମାନଙ୍କର ନିଷ୍ପ୍ରଭ ଶିଶୁମାନଙ୍କୁ କୁଣ୍ଢାଇ ଧରି କେବଳ କୋହଭରା କଣ୍ଠରେ ସାନ୍ତ୍ବନା ଦେବା ଛଡ଼ା ସେମାନଙ୍କ ପାଖରେ କିଛି ନ ଥିବା ଜାତିସଂଘରେ ରିଆଦ ମନ୍‌ସୁର ବର୍ଣ୍ଣନା କରିଥିଲେ। ନିଜର ଭବିଷ୍ୟତ ପିଢ଼ିକୁ ଖାଦ୍ୟ ମୁଠାଏ ଦେଇପାରୁ ନ ଥିବା, ସେମାନଙ୍କ ଯନ୍ତ୍ରଣାଦାୟକ ସ୍ଥିତି କେବଳ ସେମାନଙ୍କ ସହ ଥିବା ଲୋକ ହିଁ କହିପାରିବ ବୋଲି କହିଥିଲେ ରିଆଦ। ତେଣୁ ଯୁଦ୍ଧ କ୍ଷୁଧାର୍ତ୍ତ ପାଲେଷ୍ଟିନୀୟଙ୍କ ଭବିଷ୍ୟତକୁ ବିକଳାଙ୍ଗ କରି ଦେଇଛି। ସେମାନେ ବାରମ୍ବାର ବିଶ୍ବକୁ କହୁଛନ୍ତି ଆମେ ବି ମଣିଷ। ଆମର ବି ମାତୃଭୂମି ରହିଛି। ଆମକୁ ମଧ୍ୟ ଅନ୍ୟମାନଙ୍କ ପରି ଆତ୍ମସମ୍ମାନ ଓ ଅଧିକାର ମିଳିବା ଉଚିତ। ଆମର ଅସହ୍ୟ ଦୁଃଖ ଓ ଯନ୍ତ୍ରଣାରେ ବିଶ୍ବ କାହିଁକି ନୀରବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ।
ଗତ ମାର୍ଚ୍ଚ ମାସରେ ଇସ୍ରାଏଲ ଯୁଦ୍ଧ ବିରତି ଭଙ୍ଗ ପରଠାରୁ ଗାଜାର ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିଛି। ଗତ ୪ ମାସ ମଧ୍ୟରେ ୫ହଜାରରୁ ଅଧିକ ପାଲେଷ୍ଟାଇନ ଶିଶୁ ଖାଦ୍ୟ ଅଭାବ, କୁପୋଷଣ ଆଉ ସ୍ବାସ୍ଥ୍ୟସେବା ନ ପାଇ ମୃତ୍ୟୁବରଣ କରିଛନ୍ତି। ଦୀର୍ଘଦିନର ଯୁଦ୍ଧ ଭିତରେ ଗାଜାର ୭୦ପ୍ରତିଶତରୁ ଅଧିକ ଭିତ୍ତିଭୂମି ନଷ୍ଟ ହୋଇସାରିଛି। ୮୫ପ୍ରତିଶତ ଗାଜାବାସୀ ବାସହୀନ। କିନ୍ତୁ ଇସ୍ରାଏଲ ସେନା ହମାସ ବିରୋଧରେ ‘ଟାର୍ଗେଟ ଅପରେଶନ’ ଜାରି ରଖିବା ସହ ନିରୀହ ଗାଜାବାସୀଙ୍କୁ ହତ୍ୟା କରି ଚାଲିଛି। ନିକଟରେ ଗାଜାର କିଣ୍ଡରଗାର୍ଟେନ ସ୍କୁଲ, ଶରଣାର୍ଥୀ ଶିବିର ଓ ହସ୍ପିଟାଲଗୁଡ଼ିକ ଉପରେ ମଧ୍ୟ ବୋମାମାଡ଼ ଓ ରକେଟ ମାଡ଼ ଜୋରଦାର କରିଛି ଇସ୍ରାଏଲ। ହମାସ ଓ ଇସ୍ରାଏଲ ମଧ୍ୟରେ ସ୍ଥାୟୀ ଅସ୍ତ୍ରବିରତି ନେଇ ଆମେରିକା ଓ ଆରବ ଦେଶ ଦ୍ବାରା ବାରମ୍ବାର ପ୍ରୟାସ ବିଫଳ ହୋଇ ଚାଲିଛି। ଗାଜାରୁ ଆତଙ୍କୀ ସଂଗଠନ ହମାସର ମୂଳୋତ୍ପାଟନ ନ ହେବା ଯାଏ ଯୁଦ୍ଧ ଏଭଳି ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଜାତିସଂଘ ଓ ମାନବାଧିକାର ସଂଗଠନ ଗାଜାରେ ମାନବୀୟ ସଙ୍କଟ ନେଇ ଉଦ୍‌ବେଗ ପ୍ରକାଶ କରୁଛି। କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରୁନି। ଏଭଳି ସ୍ଥିତିରେ ହମାସକୁ ମୁକାବିଲା ପାଇଁ ଗାଜାରେ ଇସ୍ରାଏଲ ଛିଡ଼ା କରିଛି ନୂଆ ହମାସ ଗୋଷ୍ଠୀ। ଗାଜାରୁ ହମାସର ଚେର ଉପାଡ଼ିବାକୁ ପପୁଲାର ଫୋର୍ସେସ ନାମକ ଏକ ମିଲିସିଆ ସଂଗଠନକୁ ଦାୟିତ୍ୱ ଦେଇଛି ଇସ୍ରାଏଲ। ହମାସର ମୁକାବିଲା ପାଇଁ ଏହି ଉଗ୍ରବାଦୀ ସଂଗଠନକୁ ହତିଆର ବି ଯୋଗାଉଛି ଇସ୍ରାଏଲ। ଏହି ସଂଗଠନ ଦକ୍ଷିଣ ଗାଜାରେ ବେଶ୍‌ ସକ୍ରିୟ। ଗାଜାକୁ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେଲା ହମାସ କବ୍‌ଜା କରି ରଖିଛି। ହମାସ ଆତଙ୍କୀଙ୍କୁ ମୂଳପୋଛ ପାଇଁ ଇସ୍ରାଏଲର ପ୍ରୟାସ ସଫଳ ହୋଇପାରୁନି। ଏଭଳି ସ୍ଥିତିରେ ଇସ୍ରାଏଲକୁ ଅନେକ ମୁସଲମାନ ବହୁଳ ଦେଶ ଆଲଜେରିଆ, ବାଂଲାଦେଶ, ଇରାକ, ଇରାନ, କୁଏଟ, ଲେବାନନ, ଲିବିୟା, ମାଲେସିୟା, ଓମାନ ଓ ପାକିସ୍ତାନର ବାସନ୍ଦ ଜାରି ରହିଛି। ଶେଷରେ ଏତିକି କୁହାଯାଇ ପାରେ ଯୁଦ୍ଧ ହେଉ କି ଯୁଦ୍ଧ ବିରତି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ବାର୍ଥସାଧାନ ଓ ସେମାନଙ୍କ ଆତ୍ମ ବଡ଼ିମା ପାଇଁ ଲକ୍ଷଲକ୍ଷ ନିରୀହ ଜନତାଙ୍କ ଜୀବନ ରସାତଳକୁ ଚାଲିଯାଇଛି। ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଥିବା ବିଶ୍ବର ନୀତି, ନୈତିକତା,ଆଇନ-କାନୁନ୍‌ର ଲିଖିତ ବ୍ୟବସ୍ଥା ଯେମିତି କେବଳ ଧୂଆଁବାଣ ସାବ୍ୟସ୍ତ ହୋଇଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?