ଦୀପିକାଙ୍କ ଟାଟୁ ନେଇ ପଚରା ଯାଇଥିଲା ଏପରି ପ୍ରଶ୍ନ, ରାଗିଯାଇ ରଣବୀର କହିଲେ…

ଏକଦା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫିଲ୍ମ ‘ବଚ୍ଚନା ଏ ହାସିନୋ’ର ଶୁଟିଂ ପରେ ଦୁହେଁ ନିକଟତର ହୋଇଥିଲେ। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କକୁ ବଦଳି ଯାଇଥିଲା। ଏହି ସମୟରେ ଦୀପିକା ରଣବୀରଙ୍କ ନାମରେ ଏକ ଟାଟୁ କରିଥିଲେ । ଯେଉଁଥିରେ ଲେଖାଯାଇଥିଲା ଆର.କେ। ଏହାକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହୋଇଥିଲା।
୨୦୧୩ ‘ୟେ ଜୱାନୀ ହୈ ଦିୱାନୀ’ ଫିଲ୍ମର ପ୍ରମୋଶନ ପାଇଁ ଉଭୟ ଏକ ଖବରଦାତା ସମ୍ମିଳନୀରେ ନଜର ଆସିଥିଲେ। ଏଥିରେ ଉଭୟଙ୍କ ଯୋଡିକୁ ନେଇ ପ୍ରଶ୍ନ କରାଯାଇଥିଲା। ଜଣେ ଖବରଦାତା ଏପରି କିଛି ପଚାରିଥିଲେ ଯାହା ଶୁଣିବା ପରେ ରଣବୀର ଖୁବ୍‌ ରାଗି ଯାଇଥିଲେ। ପ୍ରଶ୍ନ ଥିଲା, ଫିଲ୍ମ ପ୍ରମୋଶନ ପାଇଁ ବର୍ତ୍ତମାନ ଲୋକ କିଛି ନା କିଛି କରୁଛନ୍ତି । କ’ଣ ଦୀପିକା ପୁଣି ଥରେ ପ୍ରମୋଶନ ପାଇଁ ଟାଟୁ କରିବେ କି ? ପୂର୍ବରେ ଯେମିତି ଟାଟୁ କରିଥିଲେ। ଦୀପିକା ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ରଣବୀର କହିଥିଲେ କି, ‘ଏହା ଏକ ଆଶ୍ଚର୍ଯ୍ୟଜନକ ସହ ଲଜ୍ଜାଜନକ ପ୍ରଶ୍ନ। ଦୀପିକା କୌଣସି ଫିଲ୍ମର ପ୍ରମୋଶନ ପାଇଁ ଟାଟୁ କରିନାହାଁନ୍ତି, ଆମର କିଛି ବ୍ୟକ୍ତିଗତ ଜୀବନ ମଧ୍ୟ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାତାରାତି ଷ୍ଟାର କରି ଦେଇଥିବା ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ ବେବୋ, କାରଣ ଥିଲା ଏମିତି

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ ଫାଇଁ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ତାଙ୍କ ବିଷୟରେ...

ଶାନ୍ତି ଖୋଜୁଛନ୍ତି ରିଆ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ରିଆ ଚକ୍ରବର୍ତ୍ତି । ଏମିତିକି ଏହା ପରେ ଡ୍ର୍ରଗ୍ସ ମାମଲରେ ବି...

ସୁଟିଂ ସେଟ୍‌ରେ ଅସୁସ୍ଥ ହେଲେ ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୦।୧୨-ସୁଟିଂ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ କଶ୍ମୀର ଫାଇଲ୍ସ ୱେବସିରିଜର ସୁଟିଂ କରୁଥିବାବେଳେ ହଠାତ୍‌ ତାଙ୍କ...

୫ ଦିନରେ ଏତିକି ଟଙ୍କା ସଂଗ୍ରହ କଲେ ବିରୁଷ୍କା

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ...

ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍‌ର ଆଙ୍ଗ୍ରିମ୍ୟାନ୍‌

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ...

ଆଇଟମ୍‌କୁ ନା

ନବାଗତା ଅନନ୍ୟା ପାଣ୍ଡେ। ଚଙ୍କି ପାଣ୍ଡେଙ୍କ ଏହି କନ୍ୟା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ,...

ପାକ୍‌ରେ ମିଆଙ୍କ ଟିକ୍‌ଟକ୍‌ ବ୍ୟାନ୍‌

ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍‌ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ...

ପ୍ରସିଦ୍ଧ ସିଙ୍ଗରଙ୍କ ହଠାତ୍‌ ମୃତ୍ୟୁ, ଖେଳିଗଲା ଶୋକର ଛାୟା

୨୦୨୦ କେବଳ ବଲିଉଡ ପାଇଁ ନୁହେଁ ହଲିଉଡ ପାଇଁ ମଧ୍ୟ ଦୁଃଖଦାୟକ ପ୍ରମାଣିତ ହେଉଛି। ଆମେରିକାର ଅନ୍ୟତମ ପ୍ରସିଦ୍ଧ ଗାୟକ ଜଷ୍ଟିନ ଟାଉନ୍ସ ଇୟର୍ଲଙ୍କ ହଠାତ୍‌...

Advertisement
Archives

Model This Week