ଶାହରୁଖଙ୍କ ପ୍ରଶଂସାରେ ଦୀପିକା

ଦୀପିକା ପାଦୁକୋନ ଏବେ ଶାହରୁଖଙ୍କ ପ୍ରଶଂସାରେ ଶତମୁଖ। କାରଣ ସେ ହେଉଛନ୍ତି ତାଙ୍କର ପ୍ରଥମ ସିନେମାର ନାୟକ। ହେଲେ ସେହି ଖୁସି ସହ ଆଉ ଏକ କଥା ନିକଟରେ ଯୋଡି ହୋଇଛି। ଦୀପିକାଙ୍କ ପ୍ରଥମ ସିନେମା ‘ଓମ୍‌ ଶାନ୍ତି ଓମ୍‌’ ପରେ ସେ ଶାହରୁଖଙ୍କ ସହ ‘ଚେନ୍ନାଇ ଏକ୍ସପ୍ରେସ’ରେ ଅଭିନୟ କରିଥିଲେ। ଆଉ ଏବେ ପୁଣି ଥରେ ଏହି ଯୋଡି ବଡପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଅର୍ଥାତ୍‌, ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ର ନାୟକ ସାଜୁଛନ୍ତି ଶାହରୁଖ ଆଉ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ଦୀପିକା। ଏ ନେଇ ଦୀପିକା କହନ୍ତି, ‘ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳେ ମୁଁ ତାହା ସତ ବୋଲି ବିଶ୍ୱାସ କରିପାରି ନ ଥିଲି। ମୁଁ ଏତେ ଖୁସି ହୋଇଯାଇଥିଲି ଯେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡି ପଡିଥିଲା। ଶାହରୁଖଙ୍କୁ ମୁଁ ଯେତେ ପ୍ରଶଂସା କରିବି ତାହା ସେତେ କମ୍‌ ହେବ।’ ତେବେ ଏହି ଫିଲ୍ମର ପ୍ରାରମ୍ଭିକ କାମ ଚାଲୁ ରହିଛି। ଅନ୍ୟପକ୍ଷରେ ରାଜକୁମାର ହୀରାନୀଙ୍କ ଏକ କମେଡି ଫିଲ୍ମରେ ମଧ୍ୟ ଶାହରୁଖ ଅଭିନୟ କରିବେ, ଯାହାର ଶୁଟିଂ ଏହି ବର୍ଷ ଶେଷ ଭାଗ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀଙ୍କ ପାଇଁ ଦିନେ ନିଜ ହାତ ଜାଳି ଦେଇଥିଲେ ରାଜ କପୁର

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ୧୯୩୪ ମସିହା ଜାନୟାରୀ ୯ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ମୁମ୍ବାଇରେ...

କ୍ରିସ୍‌ମାସ୍‌ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି

ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍‌ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍‌...

ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଅର୍ଣ୍ଣବଙ୍କ ସପକ୍ଷରେ ବାହାରିଲେ ବଲିଉଡ୍‌ର କୁଇନ୍‌: କହିଲେ ଏଭଳି

ବମ୍ବେ: ପୁଣି ଥରେ ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ରିପବ୍ଲିକ ଟିଭି ଏଡିଟର-ଇନ-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବାକୁ ପ୍ରତିବାଦ କରିଛନ୍ତି ସେ।...

ଫେବୃୟାରୀ ୧୪ରେ ପୁଣି ଭାରତରେ ରିଲିଜ ହେବ ‘ଜୋକର୍‌’

ବମ୍ବେ: ପୁଣି ଥରେ ଭାରତରେ ରିଲିଜ୍‌ ହେବ ଚର୍ଚ୍ଚିତ ହଲିଉଡ୍‌ ଚଳଚ୍ଚିତ୍ର ‘ଜୋକର୍‌’। ଜ୍ୱାକୁଇନ୍‌ ଫୋନେକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃୟାରୀ ୧୪ରେ ରିଲିଜ୍‌ କରାଯିବ।...

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।...

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି...

ପରିବାରର ବିରୋଧ ସତ୍ତ୍ୱେ ଶାହରୁଖଙ୍କ ହାତ ଧରିଥିଲେ ଗୌରୀ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ଗୁରୁବାର ୫୦ ବର୍ଷରେ ପାଦ ଥାପିିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...


Coronavirus Update

Archives

Model This Week

Why Dharitri