ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିବା ଦୀପିକାଙ୍କୁ ବଲିଉଡ୍‌ରେ ବିତିଗଲାଣି ୧୩ ବର୍ଷ। ଆଉ ଏହା ମଧ୍ୟରେ ସେ ଫ୍ୟାନଙ୍କୁ ଦେଇଛନ୍ତି ବହୁ ହିଟ୍‌ ଫିଲ୍ମ। ଆସନ୍ତୁ ଜାଣିବା ଏହି ଆକ୍ଟ୍ରେସଙ୍କ କ୍ୟାରିୟର ସର୍ବାଧିକ ଆୟ କରିଥିବା ଟପ୍‌-୫ ଫିଲ୍ମ ସମ୍ପର୍କରେ ….

ପଦ୍ମାବତ୍‌ – ୨୦୧୮ରେ ରିଲିଜ୍‌ ହୋଇଥିବା ପଦ୍ମାବତ୍‌ ଦୀପିକାଙ୍କ କ୍ୟାରିୟରର ସବୁଠୁ ବଡ଼ ହିଟ୍‌ ଫିଲ୍ମ। ରାଣୀ ପଦ୍ମାବତୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ଦୀପିକା। ଶୁଟିଂ ଆରମ୍ଭରୁ ହିଁ ବିବାଦରେ ଘେରି ହୋଇ ରହିଥିବା ଫିଲ୍ମ ଆୟ କରିଥିଲା ୨୮୨.୮୩ କୋଟି ଟଙ୍କା।

ଚେନ୍ନାଇ ଏକ୍ସପ୍ରେସ- ଓମ୍‌ ଶାନ୍ତି ଓମ୍‌ରେ ଡେବ୍ୟୁ କରିବା ପରେ ଦୀପିକା ପ୍ରଥମ ଥର ପାଇଁ ଶାହାରୁଖଙ୍କ ସହ ସ୍କ୍ରିନ ଶେୟାର କରିଥିଲେ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ। କମେଡି ଭିତ୍ତିକ ଫିଲ୍ମ କେବଳ ଡୋମେଷ୍ଟିକ ସର୍କିଟରେ ୨୦୭.୬୯ କୋଟି ଟଙ୍କା ଆୟ କରିଥିଲା।

ବାଜିରାଓ ମସ୍ତାନି- ସଞ୍ଜୟ ଲିଲା ଭଂସାଲିଙ୍କ ଦ୍ୱାରା ନିର୍ମିତ ଆଉ ଏକ ଫିଲ୍ମ ବାଜିରାଓ ମସ୍ତାନି, ଯେଉଁଥିରେ ଦୀପିକା ଓ ରଣବୀର ସିଂଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୧୮୩ କୋଟି ଟଙ୍କା ଆୟ କରିବା ସାଙ୍ଗକୁ ୭ଟି ଜାତୀୟ ଫିଲ୍ମ ଆଓ୍ବଡର୍‌ସ ମଧ୍ୟ ଜିତିଥିଲା।

ହାପି ନ୍ୟୁ ଇୟର- ପୁଣି ଥରେ ଶାହାରୁଖ ଓ ଦୀପିକାଙ୍କ ଫିଲ୍ମର ଯାଦୁ ଦେଖିବାକୁ ମିଳିଥିବା ବକ୍ସ ଅଫିସରେ। ମିକ୍ସଡ୍‌ ରିଭ୍ୟୁ ମିଳିଥିଲେ ମଧ୍ୟ ହାପି ନ୍ୟୁ ଇୟର ଆୟ କରିଥିଲା ୧୭୮.୪୧ କୋଟ ଟଙ୍କା ।

ୟେ ଜଓ୍ବାନି ହେ ଦିଓ୍ବାନି – ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା ଦୀପିକା ଓ ରଣବୀର କପୁରଙ୍କ କେମେଷ୍ଟ୍ରି। ଡ୍ରାମାରେ ଭରପୁର ଫିଲ୍ମ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଥିଲା ବଡ଼ ହିଟ୍‌। ଡୋମେଷ୍ଟିକ୍‌ ସର୍କିଟରେ ୧୭୭.୯୯ କୋଟି ଟଙ୍କା ଆୟ କରିଥିଲା ‘ୟେ ଜଓ୍ବାନି ହେ ଦିଓ୍ବାନି’ ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri