ଦୀପିକା ଦୀପୁ ଇନ୍ଦିରା ଠାକୁର ନାଁରେ ବୁଲାଇଲେ କଳାକନା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ଏପିଏମ୍‌ ଆପ୍‌ ଠକେଇ ଘଟଣାରେ ନୟାଗଡ଼ ଜିଲାରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ତେବେ ଇନ୍ଦିରା ଠାକୁର ନାଁରେ ଦୀପିକା ଦିପୁ ନାମ୍ନୀ ଜଣେ ମହିଳା ଜମାକାରୀଙ୍କ ଜମା ଟଙ୍କାକୁ କଳାକନା ବୁଲାଇ ଦେଇଥିବା ଚର୍ଚ୍ଚା ହେଉଛି। ଇନ୍ଦିରା ଠାକୁର ଏପିଏମ୍‌ ଆପ୍‌ରେ ଏକ କୁକୁର ଧରି ଠିଆ ହୋଇଛନ୍ତି। ଏପିଏମ୍‌ ଆପ୍‌ ସମ୍ପର୍କରେ ବିଭିନ୍ନ ସମୟରେ ଇନ୍ଦିରା ଠାକୁର ହ୍ବାଟ୍ସ ଅପ୍‌ ଗ୍ରୁପ ଚଳାଉଥିଲେ। ଠକେଇ ପରେ ଇନ୍ଦିରା ଠାକୁର ଦୀପିକା ଦିପୁ ବୋଲି ଜଣାପଡିଛି ବୋଲିି କେତେଜଣ ଜମାକାରୀ ନିଜ ନାମ ଗୋପନ ରଖି କହିଛନ୍ତି।
ସୂଚନାଯୋଗ୍ୟ, ଏହି ଏପିଏମ୍‌ ଆପ୍‌ ଅନ୍‌ଲାଇନ ଗ୍ରୁପରେ ସଂସ୍ଥାର ଲୋଭନୀୟ ଅଫର ଦେଇ ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ହେବ ଜମାକାରୀ ବଢ଼ାଇ ଚାଲିଥିଲେ। ନୟାଗଡ଼ ନୂଆ ରାଜବାଟୀ ଲେନ୍‌ ଗାୟତ୍ରୀ କଲୋନୀର ଅରୁଣ କୁମାର ଦାସ ଏଥିରେ ସାମିଲ ହୋଇ ନୟାଗଡ଼ରେ ନିଜର ଚେନ୍‌ ବଢ଼ାଇବାରେ ଲାଗିଥିଲେ। ଅରୁଣ ନିଜର ସାନ ଭାଇ ଅମୂଲ୍ୟଙ୍କୁ ନେଇ ବିଭିନ୍ନ ସ୍ଥାନରେ ସଭାସମିତି କରି ଏପିଏମ୍‌ ଆପ୍‌କୁ ଲୋକପ୍ରିୟ କରାଇଲେ। ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା। ବହୁ ଜମାକାରୀ ସ୍ବଳ୍ପ ଟଙ୍କା ଦେଇ ଲାଭବାନ ହୋଇ ଚାଲିଥିଲେ। ତେବେ ଗତ ଗାନ୍ଧୀ ଜୟନ୍ତୀର ଅଫର ୫ ହଜାର ଦେଲେ ୨୪ ଘଣ୍ଟା ପରେ ୬ ହଜାର ପାଇବ। ୩୦ ଦିନ ପର୍ଯ୍ୟନ୍ତ ଦିନକୁ ୧ ହଜାର ଲେଖାଏ ଏପରି ଜମାକାରୀ ୩୫ ହଜାର ପାଇଥାନ୍ତେ। ହେଲେ ଗାନ୍ଧୀ ଜୟନ୍ତୀ ଅଫର ସବୁ କିଛି ବିଗାଡି ଦେଲା। ଜମାକାରୀଙ୍କ ଆକାଉଣ୍ଟକୁ ଆଉ ଟଙ୍କା ଆସିଲାନି। ମୋବାଇଲରୁ ଆପ୍‌ ନିଷ୍କ୍ରିୟ ହୋଇଗଲା। ଗାନ୍ଧୀ ଜୟନ୍ତୀ ଅଫରରେ ଟଙ୍କା ଡିପୋଜିଟ୍‌ କରିଥିବା ଲୋକ ବେଶି କ୍ଷତିଗସ୍ତ ହୋଇଛନ୍ତି। ଏହି ଠକେଇ ଘଟଣାରେ ନୟାଗଡ଼ର ୨ ଭାଇ ଅରୁଣ ଓ ଅମୂଲ୍ୟ ଦାସଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ତେବେ ଏପିଏମ୍‌ ଆପ୍‌ର ମୁଖ୍ୟ ଦିପିକା ଦୀପୁ ପାଖରେ ପୋଲିସ ପହଞ୍ଚି ପାରିନାହିଁ। ଭୟ ଦେଖାଇ ରୋଜଗାର ଚାଲିଛି ଏପିଏମ୍‌ ଆପ୍‌ ଠକେଇ ଘଟଣାରେ ନାଁ ରହିଛି, ପୋଲିସ ଆପଣଙ୍କୁ ଥାନାକୁ ଡକାଇ ଜେରା କରିପାରେ। ଦରକାର ପଡିଲେ କୋର୍ଟ ଚାଲାଣ କରିପାରେ ବୋଲି ନୟାଗଡ଼ ସହରରେ କେତେଜଣ ବ୍ୟକ୍ତି ଏପରି କହି ଲୋକଙ୍କୁ ଭୟଭୀତ କରୁଛନ୍ତି। ଏପରି କି ପୋଲିସ ଡାଏରୀରୁ ନାଁ କାଟିବାକୁ ଭଲ ଟଙ୍କା ନେଉଥିବା ପରି ଅଭିଯୋଗ ଉଠିଛି। ଏପିଏମ୍‌ ଆପ୍‌ରେ ଠକେଇ ହୋଇଥିବା କେତେଜଣ ଜମାକାରୀ ଦଲାଲଙ୍କ ହାବୁଡରେ ପଡି କିଛି ଟଙ୍କା ଦେଇ ସାରିଲେଣି ବୋଲି କୁହାଯାଉଛି। ପୋଲିସ ପକ୍ଷରୁ ଘଟଣା ସମ୍ପର୍କରେ ସଚେତନତା କରା ନ ଗଲେ ଏପରି ବ୍ୟକ୍ତିମାନେ ରୋଜଗାର ବଢ଼ାଇ ଚାଲିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri