Posted inଖେଳ

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯ ଯୋଗୁ ଏହି ବିବାହ ଉତ୍ସବରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜରକୁ ଗୁରୁତ୍ୱ ଦିଆଯିବ। ଉଭୟଙ୍କ ନିମନ୍ତ୍ରଣ ପତ୍ରରେ ବିଶେଷ ସୂଚନା ଦିଆଯାଇଛି। ଏଥିରେ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ଅତିଥିମାନଙ୍କୁ ଅନୁରୋଧ କରାଯାଇଛି। ଦୀପିକା କହିଛନ୍ତି, ଅତିଥିମାନଙ୍କ ଲାଗି ସେମାନେ ଏକ ବଡ଼ ବାଙ୍କ୍ବେଟ୍‌ ହଲ୍‌ର ବ୍ୟବସ୍ଥା କରିଛନ୍ତି। ସାମାଜିକ ଦୂରତା ବଜାୟ ରଖ୍‌ତ୍ବା କ୍ଷେତ୍ରରେ ଏହା ସହାୟକ ହେବ। ଅତିଥି ପହଞ୍ଚତ୍ବାକ୍ଷଣି ସେମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ। ମାତ୍ର ୬୦ଟି ନିମନ୍ତ୍ରଣପତ୍ର ଛପାଯାଇଛି। ସାନ୍ଧ୍ୟ ବିବାହ ଭୋଜି ଦୁଇଟି ପର୍ଯ୍ୟାୟରେ ହେବ। ପରିବାର ସଦସ୍ୟମାନେ ଘରେ ରହିବେ ବୋଲି ସେ କହିଛନ୍ତି। ଦୀପିକା କହିଛନ୍ତି, ଆମ ଅତିଥିମାନଙ୍କୁ ଆମେ ଦୁଇଟି ବ୍ୟାଚ୍‌ରେ ବିଭକ୍ତ କରିଛୁ। ସନ୍ଧ୍ୟା ୫ଟା ୩୦ରୁ ୭ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୫୦ ଅତିଥି ଆସିବେ। ଅନ୍ୟ ୫୦ ଅତିଥି ଦ୍ୱିତୀୟ ପର୍ଯ୍ୟାୟରେ ଆସିବେ। ଅତିଥିମାନେ ଉପସ୍ଥିତ ଥିବା ପର୍ଯ୍ୟନ୍ତ ପରିବାର ସଦସ୍ୟମାନେ ଘରେ ରହିବେ। ସୁରକ୍ଷା ଦୃଷ୍ଟିରୁ ସେଦିନ ଆମେ କୌଣସି ଜିନିଷ ସ୍ପର୍ଶ କରିବୁ ନାହିଁ। ଏହାଦ୍ୱାରା ଆମେ ଓ ଅନ୍ୟମାନେ ସୁରକ୍ଷିତ ରହିପାରିବେ। ଦୀପିକା ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ହେବା ପଛରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆର ନବ ନିର୍ବାଚିତ ସଭାପତି ଅର୍ଜୁନ ମୁଣ୍ଡାଙ୍କର ବିଶେଷ ଭୂମିକା ରହିଛି। ଏହି ନିରାଡ଼ମ୍ବର ଉତ୍ସବରେ ସେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଦୀପିକା କହିଛନ୍ତି, ଆମେ କେତେଜଣ ବଛାବଛା ଅତିଥି ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ ପତ୍ର ଦେଇଛୁ। ଅନ୍ୟମାନଙ୍କୁ ଫୋନ୍‌ ଜରିଆରେ ନିମନ୍ତ୍ରଣ କରିଛୁ। କୌଣସି ସାଙ୍ଗ, ସାଥୀ ତୀରନ୍ଦାଜ କିମ୍ବା ଗଣମାଧ୍ୟମକୁ ଡାକି ନାହୁଁ। ଦୀପିକା ଓ ଅତନୁଙ୍କ ମଧ୍ୟରେ ୨୦୧୮ରେ ସମ୍ପର୍କ ସ୍ଥାପନ ହୋଇଥିଲା। ଲକ୍‌ଡାଉନ ସମୟର ସଦୁପଯୋଗ କରିବା ପରିପ୍ରେକ୍ଷୀରେ ଉଭୟେ ବିବାହ କରିନେବାକୁ ସ୍ଥିର କରିଥିଲେ। ସେପ୍ଟେମ୍ବର ବେଳକୁ ପରିସ୍ଥିତିରେ ସୁଧାର ଆସିଥିବ ବୋଲି ଅନୁମାନ। ଆର୍ଚେରି ଆସୋସିଏଶନ ସେତେବେଳେ ଟୋକିଓ ଅଲିମ୍ପିକ୍ସ ପାଇଁ ସମ୍ଭାବ୍ୟ ତୀରନ୍ଦାଜମାନଙ୍କ ଲାଗି କ୍ୟାମ୍ପ ଆୟୋଜନ କରିବା ନିମନ୍ତେ ଯୋଜନା କରୁଛି ବୋଲି ଦୀପିକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ପ୍ରେମିକାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି କୁଆଡେ ଗଲେ ପ୍ରେମିକ? ଲିଭ ଇନ ରିଲେଶନର କରୁଣ ଚିତ୍ର…

ହାଇଦ୍ରାବାଦ,୧୭।୮: ୧୬ ଅଗଷ୍ଟ ରାତିରେ, ହାଇଦ୍ରାବାଦର ବାଲାପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଶାହିନ ନଗରର ବିସମିଲ୍ଲାହ କଲୋନି ଅଞ୍ଚଳରେ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ…

ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri