ନରେଶ ଗୋୟଲଙ୍କ ବିରୋଧରେ ତଦନ୍ତ ବନ୍ଦକୁ ଇଡିର ବିରୋଧ

ନୂଆଦିଲ୍ଲୀ,୨୮।୬: ଜେଟ୍‌ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତାଙ୍କ ବିରୋଧରେ ତଦନ୍ତ ବନ୍ଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧ କରିଥିବା ଜଣାପଡିଛି। ବର୍ତ୍ତମାନ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇ ପଡିଛି। ନରେଶ ଗୋୟଲଙ୍କ ବିରୋଧରେ ଚାଲିଥିବା ଠକେଇ ମାମଲାର କ୍ଲୋଜର ରିପୋର୍ଟ ମୁମ୍ବାଇ ପୋଲିସ ଫାଇଲ କରିଛି। ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପୋଲିସ ଗ୍ରହଣ କରୁ ନ ଥିବା ଇଡି ପ୍ରକାଶ କରିଛି। ଏହାକୁ ନେଇ ଏହି ପ୍ରମୁଖ ଏଜେନ୍ସି କୋର୍ଟରେ ଏକ ହସ୍ତକ୍ଷେପ ଆବେଦନ କରିଛି। ଗୋୟଲଙ୍କ ବିରୋଧରେ ଚଳିତ ବର୍ଷ ଫେବୃୟାରୀରେ ୪୬ କୋଟି ଟଙ୍କାର ଏକ ଠକେଇ ମାମଲା ହୋଇଥିଲା। ଏହି ମାମଲାରେ କୌଣସି ଠୋସ୍‌ ପ୍ରମାଣ ନ ଥିବା ଦର୍ଶାଇ ପୋଲିସ କ୍ଲୋଜର ରିପୋର୍ଟ ପ୍ରଦାନ କରିଛି। ତାଙ୍କ ବିରୋଧରେ ଠିକ୍‌ ତଥ୍ୟ ପ୍ରମାଣକୁ ବ୍ୟବହାର କରିବାରେ ପୋଲିସ ବିଫଳ ହୋଇଛି ବୋଲି ଇଡି ଆବେଦନରେ କହିଛି। ଏହି ମାମଲାରେ ଗୋୟଲଙ୍କ ବିରୋଧରେ ଆକବର ଟ୍ରାଭେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଅଭିଯୋଗ ଆଣିଥିଲା। କ୍ଲୋଜର ରିପୋର୍ଟକୁ ଆକବର ଟ୍ରାଭେଲ୍ସ ପକ୍ଷରୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ପୋଲିସ ଠିକ୍‌ ତଦନ୍ତ ନ କରି ଏଭଳି ରିପୋର୍ଟ ପ୍ରଦାନ କରିଛି ବୋଲି ଆକବର ଟ୍ରାଭେଲ ପକ୍ଷରୁ ମାମଲା ଲଢୁଥିବା ଓକିଲ ଧର୍ମେଶ ଜୋଷୀ କହିଛନ୍ତି। ବିଗତ ଦିନଗୁଡିକରେ ଜେଟ ଏୟାର ଏହି ସଂସ୍ଥା ସହ ୯୦୦ କୋଟି ଟଙ୍କାର କାରବାର କରିଛି। ବିମାନ କମ୍ପାନୀ କ୍ଷତିରେ ଚାଲିଥିଲେ ମଧ୍ୟ ନରେଶ ଗୋୟଲ ବୁକିଂ ବାବଦ ଏହି ଅର୍ଥ ନେଇ ଆଉ ଫେରାଇ ନାହାନ୍ତି। ବେଆଇନ କଳାଟଙ୍କା କାରବାର ନିରୋଧୀ ଆଇନ ଏବଂ ବିଦେଶୀ ବିନିମୟ ପରିଚାଳନା ଆଇନରେ ଇଡି ନରେଶ ଗୋୟଲ ଏବଂ ଜେଟ ଏୟାରଓ୍ବେଜ ବିରୋଧରେ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri