Posted inଖେଳ

ଦୀପକ, ହୁସାମୁଦ୍ଦିନ, ନିଶାନ୍ତ ପଦକ ନିଶ୍ଚିତ କଲେ

ତାସକେଣ୍ଟ, ୧୧।୫ (ପି.ଟି.): ବକ୍ସର ଦୀପକ ଭୋରିଆ (୫୧ କେଜି), ମହମ୍ମଦ ହୁସାମୁଦିନ (୫୭ କେଜି) ଓ ନିଶାନ୍ତ ଦେବ (୭୧ କେଜି) ଚଳିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। କୌଣସି ଏକ ବିଶ୍ୱବକ୍ସିଂ ଚାମ୍ପିୟନଶିପ୍‌ ଇତିହାସରେ ଭାରତର ୩ ଜଣ ପଦକ ପକ୍କା କରିବା ଏହା ପ୍ରଥମ। ବକ୍ସିଂ ନିୟମ ଅନୁସାରେ ସେମିଫାଇନାଲରେ ପରାଜିତ ହେଲେ ମଧ୍ୟ ପ୍ରତିଯୋଗୀ ଅତିକମ୍‌ରେ ବ୍ରୋଞ୍ଜ ପଦକ ପାଇବେ। ୨୦୧୯ ଚାମ୍ପିୟନଶିପ୍‌ରେ ଭାରତ ସର୍ବାଧିକ ୨ଟି ପଦକ ପାଇଥିଲା। ଅମିତ ପଙ୍ଘାଲ ରୌପ୍ୟ ଏବଂ ମନିଷ କୌଶିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଫ୍ଲାଇଓ୍ବେଟ କାଟେଗୋରିରେ ଭାରତର ଦୀପକ ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ତାନର ନୁର୍‌ଝିଜିଟ୍‌ ଡୁଶେବାଏଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ପଛୁଆ ରହିବାପରେ ଡୁଶେବାୟେଭ ଦ୍ୱିତୀୟ ରାଉଣ୍ଡରେ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ମାତ୍ର ଦୀପକ ଦୃଢ଼ ଡିଫେନ୍ସ ସହିତ କାଉଣ୍ଟର ଆଟାକ କରି ସଫଳ ରହିଥିଲେ। ସେମିଫାଇନାଲରେ ଦୀପକ ଫ୍ରାନ୍ସର ବି.ବେନାମାଙ୍କୁ ଶୁକ୍ରବାର ଭେଟିବେ।
ସେହିପରି ୨ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ମେଡାଲିଷ୍ଟ ହୁସାମୁଦ୍ଦିନ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ବୁଲଗେରିଆର ଜେ. ଡିଆଜ ଇବାନେଜ୍‌ଙ୍କୁ ୪-୩ ପଏଣ୍ଟରେ ହରାଇ ଦେଇଥିଲେ। ଦୁଇଜଣଙ୍କ ଫାଇଟ୍‌ ପାଖାପାଖି ଥିବାରୁ ଜଜ୍‌ଙ୍କ ପଏଣ୍ଟ ଭାଗ ହୋଇ ଯାଇଥିଲା। ତେବେ ଶେଷରେ ଭାରତୀୟ ପ୍ରତିଯୋଗୀ ବାଜି ମାରିଥିଲେ। ସେମିଫାଇନାଲରେ କ୍ୟୁବାର ସିଡେଲ ହୋର୍ଟାଙ୍କୁ ଭେଟିବେ। ଅନ୍ୟତମ ଭାରତୀୟ ନିଶାନ୍ତଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ସେ କ୍ୟୁବାର ଜର୍ଜ କୁଇଲାରଙ୍କ ବିପକ୍ଷରେ ନିର୍ବିବାଦୀୟ ନିଷ୍ପତ୍ତିକ୍ରମେ ବିଜୟୀ ହୋଇଥିଲେ। ୨୨ ବର୍ଷୀୟ ଏହି ଜାତୀୟ ଚାମ୍ପିୟନ ଆକ୍ରମଣାତ୍ମକ ଆଭିମୁଖ୍ୟରେ ପୂରା ୯ ମିନିଟଧରି ପ୍ରତିଦ୍ୱନ୍ଦ୍ୱିଙ୍କୁ ପଞ୍ଚ୍‌ ମାରି ଚାଲିଥିଲେ। ଗତଥର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ନିଶାନ୍ତ ସେମିଫାଇନାଲରେ ଏସିଆନ ଚାମ୍ପିୟନ କାଜାଖସ୍ତାନର ଅସଲାନ୍‌ବେକ୍‌ ଶିମ୍ବର୍ଗେନୋଭଙ୍କୁ ଭେଟିବେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ଏପର୍ଯନ୍ତ ଗୋଟିଏ ରୌପ୍ୟ ସହିତ ମୋଟ ୭ଟି ପଦକ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?