ଖର୍ଚ୍ଚ ଅଧିକ,ଚାହିଦା ମୁତାବକ ପାଣି ମିଳୁନି

ଯାଜପୁର ଅଫିସ,୪ା୫: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି)ପାଣ୍ଠିରେ ନିର୍ମାଣ ହେଉଥିବା ୩ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପରୁ ନିର୍ଦ୍ଧାରିତ ଗ୍ରାମବାସୀଙ୍କୁ ଏଯାଏ ସ୍ବଚ୍ଛ ପାଣି ମିଳି ନାହିଁ। ଗତ ୩୧ା୩ା୨୦୨୩ ଏହି ୩ ପ୍ରକଳ୍ପର ନିର୍ଦ୍ଧାରିତ ମୂଲ୍ୟ ୨୩୨.୭୫ କୋଟି ଟଙ୍କା ମଧ୍ୟରୁ ବର୍ଦ୍ଧିତ ଦର ସହ ୨୩୯.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ତଥାପି ସୁକିନ୍ଦା ଖଣି ପ୍ରଭାବିତ ଅଞ୍ଚଳବାସୀ ପୁଣି ପାଣି ପାଇଁ ଡହଳବିକଳ ହେବେ ବୋଲି ମତପ୍ରକାଶ ପାଇଛି। ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନସିସି)ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଉକ୍ତ ୩ଟି ପ୍ରକଳ୍ପର ନିର୍ମାଣ ସମୟରେ ବ୍ୟାପକ ତ୍ରୁଟି, ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଆଦି ଅନିୟମିତତା ଯୋଗୁ ପ୍ରକଳ୍ପଗୁଡ଼ିକର ଦୀର୍ଘସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖଣି ସମ୍ବନ୍ଧୀୟ କାର୍ଯ୍ୟକଳାପ ହେତୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ପୁନରୁଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓଏମ୍‌ବିଏଡିସି ଗଠନ ହୋଇଛି। ଏହି ଯୋଜନାରେ ୪୮୩୧ କୋଟି ଟଙ୍କାର ୨୦ ମେଗା ଜଳଯୋଗାଣ ପ୍ରକଳ୍ପ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଚାଲିଛି। ଏହିସବୁ ପ୍ରକଳ୍ପ ଦକ୍ଷିଣ ଭାରତର ୪ ଅଣଓଡିଆ ଠିକାସଂସ୍ଥାକୁ ନିର୍ମାଣ କରିବାକୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି ଅର୍ଥକୁ ମନଇଚ୍ଛା ସ୍ଥାନୀୟ ଅଧିବାସୀ ବା ସିଭିଲ ସୋସାଇଟି ସହିତ ପରାମର୍ଶ ନ କରି ଅଣଓଡିଆ ଠିକାସଂସ୍ଥାମାନଙ୍କୁ ନିଯୁକ୍ତି ଦେଇ ଏହି ଅର୍ଥ ଲୁଟ ପାଇଁ ଲାଗି ପଡିଛନ୍ତି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଏନ୍‌ସିସି ଠିକାସଂସ୍ଥାକୁ ଯାଜପୁର ଜିଲାର ସୁକିନ୍ଦା ବ୍ଲକର କାଳିଆପାଣି ଏବଂ ୨୪ ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ୭୯.୫୬ କୋଟି ଟଙ୍କା, ବ୍ଲକର ୧୯ଟି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ପ୍ରକଳ୍ପ-୧ରେ ୪୬.୧୯ କୋଟି ଟଙ୍କା ଏବଂ ୫୨ଟି ଗ୍ରାମବାସୀଙ୍କ ପାଇଁ ପ୍ରକଳ୍ପ-୨ରେ ୧୦୭ କୋଟି ଟଙ୍କା ଭାବେ ସମୁଦାୟ ୨୩୨.୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସେଥିରୁ ୨୪୪.୮୮ କୋଟି ଟଙ୍କା ଆବଣ୍ଟନ ଗ୍ରହଣ ହୋଇ ସାରିଛି। ଏହାବାଦ୍‌ କ୍ଷତିପୂରଣ ବାବଦକୁ ୨ ନମ୍ବର ପ୍ରକଳ୍ପ ପାଇଁ ୨.୩୫ କୋଟି ଟଙ୍କା ବୃଦ୍ଧି ହୋଇଛି। ବସୁଧା ପାଣ୍ଠିରୁ ପ୍ରଥମ ପ୍ରକଳ୍ପ ପାଇଁ ୫.୦୨ କୋଟି, ପ୍ରକଳ୍ପ ନମ୍ବର-୧ ପାଇଁ ୦.୩୩ କୋଟି ଏବଂ ପ୍ରକଳ୍ପ ନମ୍ବର-୨ ପାଇଁ ୧.୧୨ କୋଟି ଟଙ୍କା ବୃଦ୍ଧି ହୋଇଛି। ତଥାପି ପ୍ରଥମ ପ୍ରକଳ୍ପରୁ ଏଯାଏ ନିର୍ଦ୍ଧାରିତ ଗ୍ରାମବାସୀ ସ୍ବଚ୍ଛ ପାଣି ପାଇ ନାହାନ୍ତି। ପ୍ରକଳ୍ପ ନମ୍ବର-୧ ଓ ୨ ନିର୍ମାଣାଧୀନ ରହିଥିବା ସୂଚନା ମିଳିଛି। ଗତ ୨୦୧୯ ଜୁଲାଇରେ ବିଭାଗୀୟ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ପ୍ରଥମ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ନୀରିକ୍ଷଣ କରାଯାଇଥିଲା ା ନୀରିକ୍ଷଣରେ ଖାତ (ଟେନଚ୍‌)ରେ ଆବଶ୍ୟକତାଠାରୁ କମ ଗାତ ଖୋଳି ପାଇପ୍‌ ବିଛା, ପାଟନାଠାରେ ନିର୍ମାଣାଧୀନ ଇଏସ୍‌ଆର ସ୍ତମ୍ଭରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା, ନିମ୍ନମାନର ଷ୍ଟିଲ ସାମଗ୍ରୀ ବ୍ୟବହାର ଇତ୍ୟାଦି ସେମାନେ ନୀରିକ୍ଷଣରେ ଦେଖିବାକୁ ପାଇଥିଲେ। ଏହାପରେ ଇଞ୍ଜିନିୟର୍ସ ଅଥରିଟିର ରିପୋର୍ଟକୁ ଭିତ୍ତିକରି ବିଭାଗୀୟ ଇଞ୍ଜିନିୟର-ଇନ-ଚିଫ ପଦକ୍ଷେପ ଗ୍ରହଣ କରିଥିଲେ। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି ଏନସିସି ଏହି ବିପଦରୁ ମୁକୁଳିବାରେ ସଫଳ ହୋଇଥିଲା। ଏହାସହ ଅନ୍ୟ ୨ଟି ନୂତନ ମେଗା ପ୍ରକଳ୍ପ ମଧ୍ୟ ହାତେଇ ନେଇଥିଲା। ଜିଲାର ଖଣି ଅଞ୍ଚଳରେ ଭୂତଳ ଜଳ ଆଇରନ ଏବଂ ଟୋଟାଲ କୋଲିଫର୍ମ(ଟିସି) ଓ ଫେକାଲ କୋଲିଫର୍ମ(ଏଫସି) ଅଂଶ ଆବଶ୍ୟକତାଠାରୁ ବହୁ ଅଧିକ ରହିଛି। ଏହି ପାଣି ବ୍ୟବହାର କରି ଶତାଧିକ ଲୋକ କିଡନୀ ରୋଗରେ ଆଖି ବୁଜିଥିବା ବେଳେ ବହୁ ଆକ୍ରାନ୍ତ ହୋଇଛନ୍ତି। ଏଭଳିସ୍ଥିତିରେ ସୁକିନ୍ଦା ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ନଦୀ ଜଳର ଉପଚାର କରି ସ୍ବଚ୍ଛ ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏବେ ସରକାରୀ ଭାବେ ପ୍ରଥମ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ ହୋଇଛି ବୋଲି ଘୋଷଣା କରାଯାଇଛି। ହେଲେ ବାସ୍ତବରେ ଏବେ ବି କାଙ୍କଡପାଳ, କଅଁସର, ଚିଙ୍ଗୁଡିପାଳ, ରାହାଁସୋଲ, ପିମ୍ପୁଡିଆ, କୁହିକା ଆଦି ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପାଇପ ଜଳ ପାଇନାହାନ୍ତି। ଏଭଳି ଭାବେ ଏନସିସି ବିଭାଗୀୟ କେତେକ ଅଧିକାରୀଙ୍କୁ ଧରି ପାଣି ଯୋଗାଣ ବଦଳରେ ବିପୁଳ ସରକାରୀ ଅର୍ଥ ହଡପ କରି ଫେରାର ହେବାର ଚକ୍ରାନ୍ତରେ ଥିବା ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ବୁଧବାର ରାତି ପ୍ରାୟ ୭ ଟା ୩୮ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?