୨୦ରୁ ୧୦ ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡ଼ା ଅଫିସ, ୪ା୫: ଆସନ୍ତା ୬ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି ଆକଳନ କେନ୍ଦ୍ରାପଡ଼ାବାସୀଙ୍କୁ ଆତଙ୍କିତ କରିଛି। ୧୯୯୯ ମହାବାତ୍ୟାଠାରୁ ୨୦୨୧ ୟାସ୍‌ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇଥିବା ପ୍ରତ୍ୟେକ ସାମୁଦ୍ରିକ ଝଡ଼କୁ ଜିଲାବାସୀ ସମ୍ମୁଖୀନ ହେଉଛନ୍ତି। ଧନ ଓ ଜୀବନ ସହ ପରିବେଶ ନଷ୍ଟ ହୋଇଛି। ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏ ନେଇ ବୈଠକ କରୁଥିଲେ ମଧ୍ୟ ଦୁର୍ବଳ ନଦୀବନ୍ଧର ମରାମତି ସରିନାହିଁ। ବାତ୍ୟା ସମୟରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଥିବା ବାତ୍ୟା ଆଶ୍ରୟସ୍ଥଳକୁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଯାଞ୍ଚ କରାଯାଇନାହିଁ। ବାତ୍ୟା ଆଶ୍ରୟସ୍ଥଳରେ ଥିବା ଉପକରଣର ତନଖି ହେଉ ନ ଥିବାରୁ ଅଧିକାଂଶ ଆପଦ୍‌କାଳରେ ଉପଯୋଗୀ ହୋଇପାରୁନାହିଁ। ଏଥିସହ ଜିଲା ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ଆଲର୍ଟ କେନ୍ଦ୍ରରେ ସାଇରନ୍‌ ଅଛି। ସୁନାମି ଓ ବାତ୍ୟା ଆସିବା କ୍ଷଣି ୪୫ ମିନିଟ୍‌ ସାଇରନ୍‌ ବାଜି ଉଠିଥାଏ। ଫଳରେ ସାଇରନ୍‌ ଲାଗିଥିବା ସ୍ଥାନରୁ ୨ କିମି ଦୂର ପର୍ଯ୍ୟନ୍ତ ଏହା ଶୁଣାଯାଏ। ଲୋକମାନେ ତଳିଆ ଅଞ୍ଚଳରୁ ଉଚ୍ଚସ୍ଥାନକୁ ଯିବାକୁ ଏହା ଦ୍ୱାରା ସୂଚନା ଦିଆଯାଇଥାଏ। ପରେ ଲୋକମାନେ ସ୍ଥାନାନ୍ତର ହୋଇଥାନ୍ତି। ହେଲେ ଏଥିମଧ୍ୟରୁ ୧୦ଟିରେ ସାଇରନ୍‌ ବାଜୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିବର୍ଷ ଜିଲାବାସୀ ଭୋଗୁ ଥିଲେ ମଧ୍ୟ ଏହାର ଆଶୁ ନିରାକରଣ ପ୍ରତି ରାଜନେତା ଏବଂ ପ୍ରଶାସକ ଅଣଦେଖା କରିଚାଲିଛନ୍ତି। ଲଘୁଚାପଜନିତ ସାମୁଦ୍ରିକ ଝଡ଼ ଭୟଙ୍କର ହେଲେ ଜିଲାରେ ବନ୍ୟାର ଆଶଙ୍କା ଦେଖାଦେଇଥାଏ। ଜିଲାରେ ଉଦ୍‌ବୃତ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା। ଏହାର ନିରାକରଣ ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ମହାନଦୀ ଡିଭିଜନ, ଚିତ୍ରୋପତ୍ଳା ଡିଭିଜନ, ଡ୍ରେନେଜ୍‌ ଡିଭିଜନର ଅଧିକାରୀମାନେ ସତର୍କ ହେବା କଥା। ମେ’ ମାସ ପୂର୍ବରୁ ନଦୀବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ମରାମତି ହେବା କଥା। ତେବେ ଅଦ୍ୟାବଧି ଜିଲାରେ ଥିବା ଦୁର୍ବଳ ନଦୀବନ୍ଧ ସମ୍ପୂର୍ଣ୍ଣ ମରାମତି ହୋଇ ନ ଥିବା ବେଳେ ସାମାନ୍ୟ ବନ୍ୟାରେ ତାହା ଭାଙ୍ଗିବା ଆଶଙ୍କା ଅଛି। ସେହିପରି ନିଷ୍କାସନ ପଥ ପରିଷ୍କାର ପାଇଁ ଅଦ୍ୟାବଧି ଉଦ୍ୟମ କରାଯାଇନାହିଁ। ବାତ୍ୟାର ବେଗ ଅଧିକ ହେଲେ ସାମୁଦ୍ରିକ ତଟ କ୍ଷୟ ସହ ଜଙ୍ଗଲ ଉପରେ ପ୍ରଭାବ ପକାଇବ। ୨୦୧୮ରେ ତିତିଲି, ୨୦୧୯ରେ ଫନି ଓ ୨୦୨୦ରେ ଅମ୍ଫାନ ସାମୁଦ୍ରିକ ବାତ୍ୟା ଏହାର ଉଦାହରଣ ସାଜିଛି। ଏହାସତ୍ତ୍ୱେ ଜଙ୍ଗଲ ଜମି ଜବରଦଖଲ, ଚିଙ୍ଗୁଡ଼ିଘେରି ନିର୍ମାଣ ଆଦି ସମସ୍ୟାକୁ ରାଜନେତା ଓ ପ୍ରଶାସକ ସର୍ବଦା ଉପେକ୍ଷା କରିଚାଲିଛନ୍ତି। ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଲର୍ଟ କେନ୍ଦ୍ରରୁ ସାଇରନ୍‌ ଦ୍ୱାରା ସତର୍କ କରାଯାଇଥାଏ। ତେବେ ୨୦୨୧ ୟାସ୍‌ ସାମୁଦ୍ରିକ ଝଡ଼ ସମୟରେ ରାଜନଗରର ୧୧ଟି ଓ ମହାକାଳପଡ଼ାର ୯ଟି କେନ୍ଦ୍ର ମଧ୍ୟରୁ ରଟପଙ୍ଗା, ନରସିଂହପୁର, ଜମ୍ବୁ, ତନ୍ତିଆପାଳ, ଏଣ୍ଡୁଳାପୁର, କଇଥା, ଚିଞ୍ଚତ୍ରି, ପେଣ୍ଠ, ବ୍ରାହ୍ମଣଶାସନ ଓ କନ୍ଦରାପାଟିଆ ବ୍ୟତୀତ ଅନ୍ୟ ୧୦ଟିରେ ସାଇରନ୍‌ ବାଜି ନ ଥିଲା। ଏଠାରେ ସିଷ୍ଟମ ସବୁ ଅକାମୀ ହୋଇପଡ଼ିଛି। ସେହିପରି ଜିଲାର ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଉପକରଣ ନଷ୍ଟ ହୋଇଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ପାଇଁ ଜିଲା ପ୍ରଶାସନ ପ୍ରାକ୍‌ ପ୍ରସ୍ତୁତିରେ ଅଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ନିରୀକ୍ଷଣ ସହିତ ସ୍ଥାନାନ୍ତର, ଗମନାଗମନ, ସ୍ବାସ୍ଥ୍ୟସେବା ଆଦିକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?