Posted inଜାତୀୟ

ଜାମିନ ପରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ, ୧୮ା୪: ଜାନୁୟାରୀ ୨୬ ଲାଲକିଲ୍ଲା ହିଂସା ମାମଲାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଶନିବାର ଦିଲ୍ଲୀର ଏକ କୋର୍ଟ ଜାମିନ୍‌ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ପୁଣି ଗିରଫ କରିଛି। ଦୀପ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଉଦ୍ୟମ କରିଥିବା ନେଇ ଭାରତର ପ୍ରତ୍ନତତ୍ତ୍ୱ ବିଭାଗ ଶନିବାର ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହିଂସାକାଣ୍ଡକୁ ଉସୁକାଇଥିବା ନେଇ ଗତ ଫେବୃୟାରୀ ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଶନିବାର ଦିଲ୍ଲୀ କୋର୍ଟ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଥିଲେ। ଥାନାରେ ହାଜର ହେବା ସହ ପାସ୍‌ପୋର୍ଟ ଜମା କରିବା, କୌଣସି ପ୍ରମାଣ ନଷ୍ଟ ନ କରିବାକୁ କୋର୍ଟ ସର୍ତ୍ତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ...

ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି ୯୧ ବର୍ଷୀୟ କୃଷକ

କଲାବୁରାଗି,୨୪।୧୦: କର୍ନାଟକ କଲାବୁରାଗିର ୯୧ ବର୍ଷୀୟ କୃଷକ ବଶଭାନପ୍ପା ପାଟିଲ ଦିନକୁ ୮ ଘଣ୍ଟା ତାଙ୍କ ଫାର୍ମରେ ପରିଶ୍ରମ କରୁଥିବା କୁହନ୍ତି। ଆଉ ଆଜିବି ସେ...

ଏହି ଢ଼ାଳର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଲକ୍ଷ୍ନୌ,୪।୧୧: ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ, ତ୍ୟାଗ ଓ ସମର୍ପଣର ପ୍ରତୀକ ହେଉଛି କରଓ୍ବାଚୌଥ ପୂଜା। ଦେଶରେ ବୁଧବାର କରଓ୍ବାଚୌଥ ପର୍ବ ପାଳନ କରାଯାଉଛି।...

ବୋହୂଙ୍କ ଖୁସି ପାଇଁ ଏହି ମନ୍ଦିରକୁ ଶାଶୂ କରିଥିଲେ ନିର୍ମାଣ…

ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ରହିଛି ଶାଶୂ-ବୋହୂ ମନ୍ଦିର। ଏହାର ଆକାର ପିରାମିଡ୍‌ ସଦୃଶ। ଏହାର ଲମ୍ବ ୩୨ ମିଟର ହୋଇଥିବାବେଳେ ଓସାର ୨୨ ମିଟର। ଶାଶୂ-ବୋହୂ ଦୁଇଟିଯାକ...

ଧନୀ ତାଲିକାରେ ୬ ମହିଳା

ନୂଆଦିଲ୍ଲୀ, ୭ା୧୦: ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ...

ୟେଦୁରପ୍ପା ସରକାରଙ୍କ ପାଇଁ କଣ୍ଟା ସାଜିବେ କି ଭାଜପା ବିଦ୍ରୋହୀ !

ବେଙ୍ଗାଲୁରୁ,୧୮।୨: କର୍ନାଟକରେ ଏବେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପାଇଁ କଣ୍ଟା ସାଜିଛନ୍ତି ଭାଜପା ବିଦ୍ରୋହୀ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ଭାଜପାର ୧୦ରୁ...

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)...

ହିଜାବରେ ହସ୍ତକ୍ଷେପ ନ କରିବାକୁ କହିଲେ ସୁପ୍ରିମ୍‌କୋର୍ଟ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପଦକ୍ଷେପ…

ନୂଆଦିଲ୍ଲୀ, ୧୦।୨ : କର୍ନାଟକରେ ଚାଲିଥିବା ହିଜାବ ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ କପିଲ...

Advertisement
Archives

Model This Week