‘ରାଜ୍ୟକୁ ଉତ୍ସର୍ଗୀକୃତ ହେଲିକପ୍ଟର ଦିଆଯାଉ’

ଭୁବନେଶ୍ୱର,୭ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ମାଓବାଦୀ ସମସ୍ୟାର ମୁକାବିଲା ନିମନ୍ତେ ଭାରତ ସରକାରଙ୍କ ସହାୟତା ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କିଛି ସମସ୍ୟା ଉପରେ ଭାରତ ସରକାରଙ୍କ ଧ୍ୟାନ ଆକର୍ଷଣ କରି କହିଛନ୍ତି, ବିଭିନ୍ନ ଯୋଜନାରେ ମୋବାଇଲ ଟାୱାର ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ଶୀଘ୍ର କାର୍ଯ୍ୟ ଶେଷ ହେବା ଦରକାର। ସେନାର ଯାତାୟାତ, ଆଗ ପୋଷ୍ଟର ରକ୍ଷଣାବେକ୍ଷଣ ଏବଂ ମାଓବାଦୀଙ୍କ ସହ ସଂଘର୍ଷ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ସୁରକ୍ଷା ବାହିନୀ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ତେଣୁ ରାଜ୍ୟକୁ ଏଥିଲାଗି ଏକ ଉତ୍ସର୍ଗୀକୃତ ହେଲିକପ୍ଟର ପ୍ରଦାନ କରିବାକୁ ନୂଆଦିଲ୍ଲୀଠାରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓବାଦୀ ଦମନ ସମ୍ପର୍କିତ ଜାତୀୟ ବୈଠକରେ ଆରୁଖ ଦାବି କରିଛନ୍ତି।
ମନ୍ତ୍ରୀ ଆରୁଖ ଆହୁରି କହିଛନ୍ତି, ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସକ୍ରିୟ ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ଏବଂ ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ ଆମ ରାଜ୍ୟର ଆଭିମୁଖ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ମାଓବାଦୀ ସମସ୍ୟାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଓ ପଡ଼ୋଶୀ ରାଜ୍ୟଗୁଡିକ ସହ ସମନ୍ବୟ ରକ୍ଷାକରି ନିଷ୍ଠାପର ଭାବେ ପ୍ରୟାସ ଜାରି ରଖିବେ। ମୁଖ୍ୟମନ୍ତ୍ରୀଙ୍କ ଦୃଢ ଓ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ସରକାରଙ୍କ ଜନକୈନ୍ଦ୍ରିକ ନୀତି ଏବଂ ବିକାଶମୂଳକ ପଦକ୍ଷେପ ଯୋଗୁ ଅଧିକାଂଶ ପ୍ରଭାବିତ ଅଞ୍ଚଳର ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିଛି। ମାଓବାଦୀଙ୍କ ପ୍ରଭାବ କ୍ଷେତ୍ର ୨୧ଟି ଜିଲାରୁ ୧୦ଟି ଜିଲାକୁ ହ୍ରାସ ପାଇଛି, ହିଂସାର ତୀବ୍ରତା କମିପାରିଛି। ଦଶନ୍ଧି ଦଶନ୍ଧି ଧରି ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳକୁ ସୁରକ୍ଷା ବଳ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଓ ଆଧିପତ୍ୟକୁ ଆଣିପାରିଛି। ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଦ୍ୱାରା ଏହି ଅଞ୍ଚଳ ସାମାଜିକ-ଅର୍ଥନୈତିକ-ରାଜନୈତିକ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛି। ଗୁରୁପ୍ରିୟା ସେତୁ ନିର୍ମାଣ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଓ ଜୀବିକାରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି ବୋଲି ସେ କହିଛନ୍ତି। ପାଠପଢ଼ାର ସୁବିଧା ପାଇଁ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ୭ ହଜାରରୁ ଅଧିକ ସ୍ମାର୍ଟଫୋନ ବଣ୍ଟନ କରାଯାଇଛି। ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଓ ପାରାମେଡିକାଲ ସଂଖ୍ୟାକୁ ସମ୍ପ୍ରସାରିତ କରାଯିବା ସହ ବୋଟ୍‌ ଆମ୍ବୁଲାନ୍ସ ଏବଂ ଜଳ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି ବୈଠକରେ ଅର୍ଥମନ୍ତ୍ରୀ ଆରୁଖ ଯୋଗଦେଇଥିବା ବେଳେ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗଦେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଓଡ଼ିଶାର ମାଓବାଦୀ ଦମନ କାର୍ଯ୍ୟକଳାପ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ଆସନ୍ତା ବର୍ଷ ସମଗ୍ର ଦେଶରୁ ବାମପନ୍ଥୀ ଉଗ୍ରବାଦର ମୂଳୋତ୍ପାଟନ କରାଯିବ ଏବଂ ରାଜ୍ୟ ସରକାରଙ୍କୁ ଏଥିନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri