ରାଜ୍ୟରେ କମୁଛି ଶିଶୁ ଜନ୍ମ ହାର

ଭୁବନେଶ୍ୱର, ୧୦।୧୨ (ଅସମାପିକା ସାହୁ)ରାଜ୍ୟରେ ଶିଶୁଙ୍କ ସଂଖ୍ୟା କମିବାରେ ଲାଗିଛି। ଇଣ୍ଡିଆ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ ବର୍ଷ ବୟସ)ରେ ୧.୨ କୋଟି ମହିଳା ଥିବାବେଳେ ୪୦ ଲକ୍ଷ ଶିଶୁ(୫ବର୍ଷରୁ କମ୍‌) ରହିଛନ୍ତି। ପୂର୍ବ ହିସାବକୁ ଦେଖିଲେ ରାଜ୍ୟରେ ଶିଶୁ ଜନ୍ମ ହାର କମୁଛି। ୨୦୧୫-୧୬ରେ ପ୍ରତି ଜଣେ ମହିଳାଙ୍କ ହାରାହାରି ୨ଜଣ ପିଲା ରହୁଥିବାବେଳେ ୨୦୧୯-୨୧ରେ ଏହି ହାର ୧.୮କୁ ଖସିଆସିଛି। ସେହିପରି ରାଜ୍ୟରେ ୨୦୧୧-୧୩ରେ ପ୍ରତି ଲକ୍ଷେ ଶିଶୁ ଜନ୍ମରେ ୨୨୨ ମାତୃ ମୃତ୍ୟୁ ହାର ଥିବାବେଳେ ୨୦୧୮-୧୯ରେ ୧୧୯ ରହିଥିଲା। ଯଦିଓ ଓଡ଼ିଶାରେ ମାତୃ ମୃତ୍ୟୁ ହାର କମିଛି ତଥାପି ଏହା ଦେଶ ତୁଳନାରେ ଅଧିକ ରହିଛି। ଜାତୀୟ ହାର ୯୭ ରହିଥିବା ବେଳେ ଓଡ଼ିଶାରେ ୧୧୯ ରହିଛି। ଏପରି କି ଓଡ଼ିଶାରେ ଏବେ ବି କିଛି ଆଦିବାସୀ ବହୁଳ ଅଞ୍ଚଳରେ ମାତୃ ମୃତ୍ୟୁହାର ଅଧିକ ରହିଥିବା ଦେଖାଯାଇଛି। ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଏବେ ବି ମାତୃ ମୃତ୍ୟୁ ହାର ୨୦୦ ଉପରେ ରହିଛି। ଭାରତର ଗଣନାର ଟେକ୍ନିକାଲ ଗ୍ରୁପ୍‌ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ ୨୦୧୧ରେ ଶିଶୁ(୦ରୁ ୪ବର୍ଷ)ଙ୍କ ସଂଖ୍ୟା ୮.୭% ଥିବାବେଳେ ୨୦୨୧ରେ ଏହା ୭.୬%କୁ ଖସିଛି। ୨୦୩୬ ବେଳକୁ ତାହା ୬%କୁ ଖସି ଆସିବ ବୋଲି ଆକଳନ କରାଯାଇଛି। ସେହିଭଳି ପ୍ରଜନନ ବୟସ ବର୍ଗର ମହିଳାଙ୍କ ସଂଖ୍ୟା ମଧ୍ୟ ଆହୁରି କମିବ ବୋଲି ଆଶା କରାଯାଉଛି। ୨୦୨୧ରେ ଏହି ବର୍ଗର ମହିଳାଙ୍କ ସଂଖ୍ୟା ୫୫% ଥିବାବେଳେ ୨୦୩୬ରେ ତାହା ୫୧% ରହିବ ବୋଲି ଆକଳନ କରାଯାଇଛି। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫(ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟ ଅନୁସାରେ, ଓଡ଼ିଶାରେ ୫ବର୍ଷରୁ କମ୍‌ ବୟସର ୩୧% ଶିଶୁଙ୍କ ରୁଗ୍‌ଣ ବା ଦୁର୍ବଳ ସ୍ବାସ୍ଥ୍ୟ ରହିଥିବାବେଳେ ୧୮.୧% ଶିଶୁ ମୃତ୍ୟୁବରଣ ହୋଇଛନ୍ତି। ଏପରି କି ୨୯.୭% ଶିଶୁଙ୍କର କମ୍‌ ଓଜନ ରହିଛି। ତେବେ ରକ୍ତହୀନତା ଏବଂ ଅପପୁଷ୍ଟି ଯୋଗୁ ବଲାଙ୍ଗୀର, ବୌଦ୍ଧ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଆଦି ୧୦ଜିଲା ଏବେ ଓଡ଼ିଶାର ହଟ୍‌ସ୍ପଟ ଜିଲା। ତେଣୁ ଏସବୁ ଜିଲା ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ଓଡ଼ିଶାରେ ୬୪.୪% ପ୍ରଜନନ ବର୍ଗର ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଇଥିବାବେଳେ ୬୧.୮% ଗର୍ଭବତୀଙ୍କ ଠାରେ ମଧ୍ୟ ଏହା ଦେଖାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ(୨୦୧୯-୨୧) ଅନୁସାରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ବୟସ)ର ଦୁଇ ତୃତୀୟାଂଶ ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଇଥିଲା। ଆଦିବାସୀ ଅଞ୍ଚଳରେ ଏହା ୭୧.୭% ରହିଛି। ଖାଦ୍ୟରେ ଲୌହ ସାର ବା ଆଇରନ୍‌ର ଅଭାବ, କୃମି ସଂକ୍ରମଣ, ଗର୍ଭଧାରଣ ଏବଂ ମାସିକ ଋତୁସ୍ରାବ ସମୟରେ ଆଇରନ କମିବା ଆଦି ରକ୍ତହୀନତାର ପ୍ରାଥମିକ କାରଣ ବୋଲି ଜଣାପଡ଼ିଛି। ସେପଟେ ରାଜ୍ୟରେ ଶିଶୁ ମୃତ୍ୟୁ ହାର କମିବ ବୋଲି ଆଶା କରାଯାଉଛି। ୨୦୧୯-୨୧ରେ ଏହି ହାର ୩୪ ଥିବା ବେଳେ ୨୦୩୧-୩୫ରେ ତାହା ୨୦କୁ ଖସିଆସିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri