ରାଜ୍ୟରେ କମୁଛି ଶିଶୁ ଜନ୍ମ ହାର

ଭୁବନେଶ୍ୱର, ୧୦।୧୨ (ଅସମାପିକା ସାହୁ)ରାଜ୍ୟରେ ଶିଶୁଙ୍କ ସଂଖ୍ୟା କମିବାରେ ଲାଗିଛି। ଇଣ୍ଡିଆ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ ବର୍ଷ ବୟସ)ରେ ୧.୨ କୋଟି ମହିଳା ଥିବାବେଳେ ୪୦ ଲକ୍ଷ ଶିଶୁ(୫ବର୍ଷରୁ କମ୍‌) ରହିଛନ୍ତି। ପୂର୍ବ ହିସାବକୁ ଦେଖିଲେ ରାଜ୍ୟରେ ଶିଶୁ ଜନ୍ମ ହାର କମୁଛି। ୨୦୧୫-୧୬ରେ ପ୍ରତି ଜଣେ ମହିଳାଙ୍କ ହାରାହାରି ୨ଜଣ ପିଲା ରହୁଥିବାବେଳେ ୨୦୧୯-୨୧ରେ ଏହି ହାର ୧.୮କୁ ଖସିଆସିଛି। ସେହିପରି ରାଜ୍ୟରେ ୨୦୧୧-୧୩ରେ ପ୍ରତି ଲକ୍ଷେ ଶିଶୁ ଜନ୍ମରେ ୨୨୨ ମାତୃ ମୃତ୍ୟୁ ହାର ଥିବାବେଳେ ୨୦୧୮-୧୯ରେ ୧୧୯ ରହିଥିଲା। ଯଦିଓ ଓଡ଼ିଶାରେ ମାତୃ ମୃତ୍ୟୁ ହାର କମିଛି ତଥାପି ଏହା ଦେଶ ତୁଳନାରେ ଅଧିକ ରହିଛି। ଜାତୀୟ ହାର ୯୭ ରହିଥିବା ବେଳେ ଓଡ଼ିଶାରେ ୧୧୯ ରହିଛି। ଏପରି କି ଓଡ଼ିଶାରେ ଏବେ ବି କିଛି ଆଦିବାସୀ ବହୁଳ ଅଞ୍ଚଳରେ ମାତୃ ମୃତ୍ୟୁହାର ଅଧିକ ରହିଥିବା ଦେଖାଯାଇଛି। ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଏବେ ବି ମାତୃ ମୃତ୍ୟୁ ହାର ୨୦୦ ଉପରେ ରହିଛି। ଭାରତର ଗଣନାର ଟେକ୍ନିକାଲ ଗ୍ରୁପ୍‌ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ ୨୦୧୧ରେ ଶିଶୁ(୦ରୁ ୪ବର୍ଷ)ଙ୍କ ସଂଖ୍ୟା ୮.୭% ଥିବାବେଳେ ୨୦୨୧ରେ ଏହା ୭.୬%କୁ ଖସିଛି। ୨୦୩୬ ବେଳକୁ ତାହା ୬%କୁ ଖସି ଆସିବ ବୋଲି ଆକଳନ କରାଯାଇଛି। ସେହିଭଳି ପ୍ରଜନନ ବୟସ ବର୍ଗର ମହିଳାଙ୍କ ସଂଖ୍ୟା ମଧ୍ୟ ଆହୁରି କମିବ ବୋଲି ଆଶା କରାଯାଉଛି। ୨୦୨୧ରେ ଏହି ବର୍ଗର ମହିଳାଙ୍କ ସଂଖ୍ୟା ୫୫% ଥିବାବେଳେ ୨୦୩୬ରେ ତାହା ୫୧% ରହିବ ବୋଲି ଆକଳନ କରାଯାଇଛି। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫(ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟ ଅନୁସାରେ, ଓଡ଼ିଶାରେ ୫ବର୍ଷରୁ କମ୍‌ ବୟସର ୩୧% ଶିଶୁଙ୍କ ରୁଗ୍‌ଣ ବା ଦୁର୍ବଳ ସ୍ବାସ୍ଥ୍ୟ ରହିଥିବାବେଳେ ୧୮.୧% ଶିଶୁ ମୃତ୍ୟୁବରଣ ହୋଇଛନ୍ତି। ଏପରି କି ୨୯.୭% ଶିଶୁଙ୍କର କମ୍‌ ଓଜନ ରହିଛି। ତେବେ ରକ୍ତହୀନତା ଏବଂ ଅପପୁଷ୍ଟି ଯୋଗୁ ବଲାଙ୍ଗୀର, ବୌଦ୍ଧ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଆଦି ୧୦ଜିଲା ଏବେ ଓଡ଼ିଶାର ହଟ୍‌ସ୍ପଟ ଜିଲା। ତେଣୁ ଏସବୁ ଜିଲା ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ଓଡ଼ିଶାରେ ୬୪.୪% ପ୍ରଜନନ ବର୍ଗର ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଇଥିବାବେଳେ ୬୧.୮% ଗର୍ଭବତୀଙ୍କ ଠାରେ ମଧ୍ୟ ଏହା ଦେଖାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ(୨୦୧୯-୨୧) ଅନୁସାରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ବୟସ)ର ଦୁଇ ତୃତୀୟାଂଶ ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଇଥିଲା। ଆଦିବାସୀ ଅଞ୍ଚଳରେ ଏହା ୭୧.୭% ରହିଛି। ଖାଦ୍ୟରେ ଲୌହ ସାର ବା ଆଇରନ୍‌ର ଅଭାବ, କୃମି ସଂକ୍ରମଣ, ଗର୍ଭଧାରଣ ଏବଂ ମାସିକ ଋତୁସ୍ରାବ ସମୟରେ ଆଇରନ କମିବା ଆଦି ରକ୍ତହୀନତାର ପ୍ରାଥମିକ କାରଣ ବୋଲି ଜଣାପଡ଼ିଛି। ସେପଟେ ରାଜ୍ୟରେ ଶିଶୁ ମୃତ୍ୟୁ ହାର କମିବ ବୋଲି ଆଶା କରାଯାଉଛି। ୨୦୧୯-୨୧ରେ ଏହି ହାର ୩୪ ଥିବା ବେଳେ ୨୦୩୧-୩୫ରେ ତାହା ୨୦କୁ ଖସିଆସିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri