Posted inଫୁରସତ

ଚକୋଲେଟ୍‌ରେ ସଜବାଜ

ସମସ୍ତେ ନିଜ ବାହାଘର ଦିନ ସୁନ୍ଦର ଓ ଖାସ୍‌ ଦେଖାଯିବାକୁ ଚାହାନ୍ତି। ସେଥିପାଇଁ କେହି କେହି ଅଜବ ଷ୍ଟାଇଲ୍‌ କରିବାକୁ ବି ପଛାନ୍ତି ନାହିଁ। ଯେମିତି କି ଏବେ ଜଣେ କନିଆଙ୍କ ହେୟାରଷ୍ଟାଇଲ୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଏହି କନିଆ ନିଜ କେଶକୁ ଫୁଲ ଓ ଗଜରାରେ ସଜାଇ ନାହାନ୍ତି। ବରଂ ସଜାଇଛନ୍ତି ଚକୋଲେଟ୍‌ରେ। ତାଙ୍କ ହେୟାର ଡ୍ରେସର୍‌ ବେଣୀ କରି ସେଥିରେ କିଟକାଟ୍‌, ଫାଇଭ୍‌୍‌ଷ୍ଟାର, ଫରେରୋ ରୋଚର୍‌, ମିଲ୍କିବାର୍‌ ପରି ଚକୋଲେଟ୍‌ ଲଗାଇ ସଜାଇଛନ୍ତି। କେବଳ ସେତିକି ନୁହେଁ ସେ ଚକୋଲେଟ୍‌ର ହାର ତିଆରି କରି ବେକରେ ଲଗାଇଛନ୍ତି। ଆଉ ଚକୋଲେଟ୍‌ରେ ତିଆରି କାନର ଝୁମୁକା ଓ ମଥାମଣି ବି ଲଗାଇଛନ୍ତି। ତାଙ୍କର ଏହି ଚକୋଲେଟ୍‌ ଗହଣା ଓ ଚକୋଲେଟ୍‌ ଫୁଲକୁ ସୋସିଆଲ ମିଡିଆରେ ଅନେକେ ପସନ୍ଦ କରୁଥିବାବେଳେ, କେହି କେହି ଏହାକୁ ନାପସନ୍ଦ ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri