ଉତ୍ତମ ସହକର୍ମୀ

କର୍ମକ୍ଷେତ୍ରରେ ସମସ୍ତଙ୍କ ପ୍ରିୟଭାଜନ ହେବାକୁ କିଏ ବା ନ ଚାହେଁ। ଏଥିପାଇଁ ଜଣେ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀ ହେବା ସହ ସଭିଙ୍କ ସହ ଭଲ ବ୍ୟବହାର, ବିଶ୍ୱସ୍ତ ଆଚରଣ ରହିବା ହିଁ ଜଣେ ଉତ୍ତମ ସହକର୍ମୀର ପରିଚୟଦିଏ…

କଥା ହୁଅନ୍ତୁ: ଅନେକ କର୍ମଚାରୀ ଥାଆନ୍ତି, ଯିଏ ଅଫିସ୍‌କୁ ଆସିବା ପରେ କେବଳ ନିଜ କାମ ସାରି ଚାଲିଯାଆନ୍ତି। ଅତି ଆବଶ୍ୟକ ନ ପଡ଼ିଲେ କାହା ସହ କଥା ହୁଅନ୍ତି ନାହିଁ। ଏଭଳି ବ୍ୟବହାର ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରକାବ ପକାଇପାରେ। ତେଣୁ ଯଥାସମ୍ଭବ କାମ ପରେ କିଛି ସମୟ ପାଇଲେ ସମସ୍ତଙ୍କ ସହ କଥା ହୁଅନ୍ତୁ। ଏହାଦ୍ୱାରା ଏକ ସୁସମ୍ପର୍କ ସ୍ଥାପନ ହୋଇଥାଏ। ହେଲେ ମନେରଖନ୍ତୁ, କଥା ହେବା ଆଳରେ ଯେପରି ଅନ୍ୟ କେହି ଡିଷ୍ଟର୍ବ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍‌ ଏହି ଅଭ୍ୟାସ ଯୋଗୁ ଅନ୍ୟମାନେ ଆପଣଙ୍କୁ ଆଭଏଡ୍‌ କରିପାରନ୍ତି।
ହସିବା ବି ଆବଶ୍ୟକ: ଅନେକ କର୍ମଚାରୀ କାମ କରିବା ବେଳେ ସାମାନ୍ୟ ଚାପ ପଡ଼ିଲେ ଚିଡ଼ିଥା’ନ୍ତି କିମ୍ବା ଅନ୍ୟମାନଙ୍କ ସହ କଥା ହେବା ବେଳେ ରାଗିଥା’ନ୍ତି। ଏପରି କରିବା ଦ୍ୱାରା ସଭିଙ୍କ ମନରେ ଆପଣଙ୍କ ପ୍ରତି ବଦ୍‌ରାଗୀ, ଅହଂକାରୀ ଭଳି ଭାବନା ସୃଷ୍ଟି ହୋଇଥାଏ। ଏଣୁ ଅନ୍ୟମାନେ ଧୀରେ ଧୀରେ ଆପଣଙ୍କଠାରୁ ଦୂରେଇ ଯିବେ। ତେଣୁ ଆବଶ୍ୟକ ସ୍ଥଳେ ସଭିଙ୍କ ସହ ହସହସ ମୁହଁରେ କଥା ହୁଅନ୍ତୁ।
ଉତ୍ତମ ପରିବେଶ ଗଢ଼ନ୍ତୁ: ଯେହେତୁ କର୍ମକ୍ଷେତ୍ର ପ୍ରତ୍ୟେକଙ୍କ ଲାଗି ଆଉ ଏକ ଘର ଏବଂ ଏହାର କର୍ମଚାରୀ ପରିବାର ସଦୃଶ, ତେଣୁ ଏହାର ପରିବେଶକୁ ଭଲ କରିବା ଲାଗି ନିଜକୁ ହିଁ ଉଦ୍ୟମ କରିବାକୁ ହୋଇଥାଏ। ସେଥିପାଇଁ ମନେରଖନ୍ତୁ, ମଣିଷର ବ୍ୟବହାର ଏବଂ ଆଚରଣ ଅନ୍ୟମାନଙ୍କୁ ଆକୃଷ୍ଟ କରିଥାଏ। ତେଣୁ କର୍ମ କ୍ଷେତ୍ରରେ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା କାମ କରିବା ଲାଗି ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ।
ବିଶ୍ୱସ୍ତ ହୁଅନ୍ତୁ: ସଚ୍ଚୋଟପଣିଆ ମଣିଷର ଏକ ବଡ଼ ଗୁଣ। ଅଫିସରେ ଯଦି କେହି ଆପଣଙ୍କୁ ବିଶ୍ୱାସରେ କିଛି କୁହନ୍ତି, ତେବେ ତାହାକୁ ଗୋପନ ରଖନ୍ତୁ। ଅଫିସ ରାଜନୀତିରେ ମୁଣ୍ଡ ଖେଳାନ୍ତୁ ନାହିଁ। ସେହିପରି କାହା ସମ୍ପର୍କରେ ଅନ୍ୟ ଆଗରେ କହିବାର ଭୁଲ ଆଦୌ କରନ୍ତୁ ନାହିଁ, ନଚେତ୍‌ ଏହାଦ୍ୱାରା ନା କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିବ ବରଂ ଆପଣଙ୍କ ପ୍ରତି ଅନ୍ୟମାନେ ବିଶ୍ୱାସ ହରାଇପାରନ୍ତି। ତେଣୁ ସର୍ବଦା ପରୋପକାରୀ ଏବଂ ବିଶ୍ୱସ୍ତ ହେବାକୁ ଚେଷ୍ଟା କରନ୍ତୁ।
ସାହାଯ୍ୟ କରନ୍ତୁ: ନିଜ ବସ୍‌ ହୁଅନ୍ତୁ ଅବା ସହକର୍ମୀଙ୍କୁ ସର୍ବଦା ସାହାଯ୍ୟ କରନ୍ତୁ। କାହାର କୌଣସି ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇଲେ ସମ୍ପର୍କ ବଢ଼ିଥାଏ। ତେଣୁ କାହାର ସ୍ବାସ୍ଥ୍ୟ ସମସ୍ୟା ଥିଲେ ଡାକ୍ତରଖାନା ନେଇଯିବା କିମ୍ବା ସେଠାକୁ ଯାଇ ଦେଖାକରିବା, କାହାର ମନ ଖରାପ ଥିଲେ ବୁଝାଇବା ଏବଂ ସାନ୍ତ୍ୱନା ଦେବା, ଆବଶ୍ୟକ ଥିଲେ କାହାକୁ ଆର୍ଥିକ ସହାୟତା କରିବା ଜଣେ ଉତ୍ତମ ସହକର୍ମୀଙ୍କ ପରିଚୟ; ଯଦ୍ଦ୍ବାରା ନା କେବଳ ଅନ୍ୟଜଣେ ଉପକୃତ ହେବେ ବରଂ ଏହାହିଁ ଆପଣଙ୍କୁ ପରବର୍ତ୍ତୀ ସମୟରେ ବେଶ୍‌ କାମରେ ଆସିପାରେ।
ସଭିଙ୍କୁ ଗୁରୁତ୍ୱ ଦିଅନ୍ତୁ: ଅନେକ କର୍ମଜୀବୀ ଯେଉଁମାନେ କେବଳ ନିଜ ସମସ୍କନ୍ଧଙ୍କ ସହ ମିଳାମିଶା କରନ୍ତି ଏବଂ ଅନ୍ୟମାନଙ୍କୁ ଅଣଦେଖା କରନ୍ତି। ଏପରି କରିବା ଠିକ୍‌ ନୁହେଁ। ତେଣୁ ଅଫିସରେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନୀଚପଦସ୍ତ ଅଧିକାରୀ ଏମିତିକି ପିଅନ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରଖିବା ହିଁ ଜଣେ ଭଲ ସହକର୍ମୀଙ୍କ ପରିଚୟ ଦିଏ।

ଏମାନେ କ’ଣ କୁହନ୍ତି

ରାଧାଶ୍ୟାମ ବେହେରା (କର୍ମଜୀବୀ, ଆଇଟି ସେଲ୍‌, ବାଲେଶ୍ୱର)- ଅଫିସ୍‌ରେ ମୁଁ କେବଳ ମୋ କାମକୁ ନେଇ ସମସ୍ତଙ୍କ ସହ ମିଳାମିଶା କରେ। ଅଯଥା ଅଫିସ୍‌ ରାଜନୀତିରେ ପଶିବାକୁ ଚେଷ୍ଟା କରେ ନାହିଁ। ସହକର୍ମୀମାନେ ମିଶି ଅନ୍ୟ କାହା ବିରୋଧରେ ଗପୁଥିଲେ ସେ ବିଷୟକୁ ଅଣଦେଖା କରେ। ନିଜ ଦୁର୍ବଳତା ବିଷୟରେ କାହା ଆଗରେ କହେ ନାହିଁ। ଅଫିସ୍‌ରେ କଠିନ ପରିଶ୍ରମ କରେ। ବସ୍‌ କିମ୍ବା ସିନିୟର ଦେଉଥିବା କାମକୁ ଯଥାଶୀଘ୍ର ସାରିବାକୁ ଚେଷ୍ଟା କରେ। ଯଥା ସମ୍ଭବ ଅଫିସରେ ସମସ୍ତଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରେ।
ସମୁଦ୍ରିକା ମହାନ୍ତି(ଶିକ୍ଷୟିତ୍ରୀ, ଅକ୍ସଫୋର୍ଡ ପବ୍ଲିକ୍‌ ସ୍କୁଲ୍‌, ତେଲେଙ୍ଗାପେଣ୍ଠ, କଟକ)- ନିଜ କର୍ମକ୍ଷେତ୍ରରେ ସହକର୍ମୀମାନେ ମୋର ଆଉ ଏକ ପରିବାର ସଦୃଶ। ତେଣୁ ସେମାନଙ୍କ ସହ ସର୍ବଦା ଉତ୍ତମ ବ୍ୟବହାର କରେ। ମୋର କୌଣସି କାର୍ଯ୍ୟକଳାପ ଯେପରି କାହାକୁ ମାନସିକ ସ୍ତରରେ ଆଘାତ ନ ପହଞ୍ଚାଏ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌...

ଗ୍ରହ ସହିତ ରହିଛି ଗଛର ସମ୍ପର୍କ: ଘରେ ଲଗାଇବା ପୂର୍ବରୁ ଜାଣନ୍ତୁ, ନ ହେଲେ ହୋଇପାରେ ସର୍ବନାଶ

ଘରେ ଗଛ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟା ଥିବା ଗଛ ଘରେ...

ଏସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ ଟ୍ୟୁମର

ରୋଗ ଯେତେ ବଡ଼ ହେଉନା କାହିଁକି, ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ବେଶ୍‌ ଅଧିକ ରହିଥାଏ। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

୧୦ଟି କଥା

ଆଜିକାଲିର ବ୍ୟସ୍ତମୟ ଜୀବନରେ ଟେନ୍‌ସନର ବଶବର୍ତ୍ତୀ ହେବା ନୂଆ କଥା ନୁହେଁ । ଏଥିଯୋଗୁ ଅନେକଙ୍କର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ। ତେବେ ଏହି ସମୟରେ...

ଯିଏ ପ୍ରେମର ବାସ୍ତବ ଅର୍ଥ ବୁଝିଛି, ସେ ଭଗବାନଙ୍କୁ ପାଇ ସାରିଛି: ଜାଣନ୍ତୁ ମନୁଷ୍ୟକୁ କେଉଁ ମୂଲ୍ୟବୋଧ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି...

ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା...

ସାପଠାରୁ ଅଧିକ ବିଷଧର ଏଭଳି ବ୍ୟକ୍ତି; ସର୍ବଦା ଦୂରେଇ ରୁହନ୍ତୁ: ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ମୂଲ୍ୟକୁ ଭଲ ଭାବେ ବୁଝାଇଛନ୍ତି। ଏପରିକି ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନୀତି ବିଷୟରେ...

ଆଧୁନିକ ଚିକିତ୍ସା ପ୍ରଣାଳୀ

ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ...

Advertisement
Archives

Model This Week