ଉତ୍ତମ ସହକର୍ମୀ

କର୍ମକ୍ଷେତ୍ରରେ ସମସ୍ତଙ୍କ ପ୍ରିୟଭାଜନ ହେବାକୁ କିଏ ବା ନ ଚାହେଁ। ଏଥିପାଇଁ ଜଣେ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀ ହେବା ସହ ସଭିଙ୍କ ସହ ଭଲ ବ୍ୟବହାର, ବିଶ୍ୱସ୍ତ ଆଚରଣ ରହିବା ହିଁ ଜଣେ ଉତ୍ତମ ସହକର୍ମୀର ପରିଚୟଦିଏ…

କଥା ହୁଅନ୍ତୁ: ଅନେକ କର୍ମଚାରୀ ଥାଆନ୍ତି, ଯିଏ ଅଫିସ୍‌କୁ ଆସିବା ପରେ କେବଳ ନିଜ କାମ ସାରି ଚାଲିଯାଆନ୍ତି। ଅତି ଆବଶ୍ୟକ ନ ପଡ଼ିଲେ କାହା ସହ କଥା ହୁଅନ୍ତି ନାହିଁ। ଏଭଳି ବ୍ୟବହାର ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରକାବ ପକାଇପାରେ। ତେଣୁ ଯଥାସମ୍ଭବ କାମ ପରେ କିଛି ସମୟ ପାଇଲେ ସମସ୍ତଙ୍କ ସହ କଥା ହୁଅନ୍ତୁ। ଏହାଦ୍ୱାରା ଏକ ସୁସମ୍ପର୍କ ସ୍ଥାପନ ହୋଇଥାଏ। ହେଲେ ମନେରଖନ୍ତୁ, କଥା ହେବା ଆଳରେ ଯେପରି ଅନ୍ୟ କେହି ଡିଷ୍ଟର୍ବ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍‌ ଏହି ଅଭ୍ୟାସ ଯୋଗୁ ଅନ୍ୟମାନେ ଆପଣଙ୍କୁ ଆଭଏଡ୍‌ କରିପାରନ୍ତି।
ହସିବା ବି ଆବଶ୍ୟକ: ଅନେକ କର୍ମଚାରୀ କାମ କରିବା ବେଳେ ସାମାନ୍ୟ ଚାପ ପଡ଼ିଲେ ଚିଡ଼ିଥା’ନ୍ତି କିମ୍ବା ଅନ୍ୟମାନଙ୍କ ସହ କଥା ହେବା ବେଳେ ରାଗିଥା’ନ୍ତି। ଏପରି କରିବା ଦ୍ୱାରା ସଭିଙ୍କ ମନରେ ଆପଣଙ୍କ ପ୍ରତି ବଦ୍‌ରାଗୀ, ଅହଂକାରୀ ଭଳି ଭାବନା ସୃଷ୍ଟି ହୋଇଥାଏ। ଏଣୁ ଅନ୍ୟମାନେ ଧୀରେ ଧୀରେ ଆପଣଙ୍କଠାରୁ ଦୂରେଇ ଯିବେ। ତେଣୁ ଆବଶ୍ୟକ ସ୍ଥଳେ ସଭିଙ୍କ ସହ ହସହସ ମୁହଁରେ କଥା ହୁଅନ୍ତୁ।
ଉତ୍ତମ ପରିବେଶ ଗଢ଼ନ୍ତୁ: ଯେହେତୁ କର୍ମକ୍ଷେତ୍ର ପ୍ରତ୍ୟେକଙ୍କ ଲାଗି ଆଉ ଏକ ଘର ଏବଂ ଏହାର କର୍ମଚାରୀ ପରିବାର ସଦୃଶ, ତେଣୁ ଏହାର ପରିବେଶକୁ ଭଲ କରିବା ଲାଗି ନିଜକୁ ହିଁ ଉଦ୍ୟମ କରିବାକୁ ହୋଇଥାଏ। ସେଥିପାଇଁ ମନେରଖନ୍ତୁ, ମଣିଷର ବ୍ୟବହାର ଏବଂ ଆଚରଣ ଅନ୍ୟମାନଙ୍କୁ ଆକୃଷ୍ଟ କରିଥାଏ। ତେଣୁ କର୍ମ କ୍ଷେତ୍ରରେ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା କାମ କରିବା ଲାଗି ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ।
ବିଶ୍ୱସ୍ତ ହୁଅନ୍ତୁ: ସଚ୍ଚୋଟପଣିଆ ମଣିଷର ଏକ ବଡ଼ ଗୁଣ। ଅଫିସରେ ଯଦି କେହି ଆପଣଙ୍କୁ ବିଶ୍ୱାସରେ କିଛି କୁହନ୍ତି, ତେବେ ତାହାକୁ ଗୋପନ ରଖନ୍ତୁ। ଅଫିସ ରାଜନୀତିରେ ମୁଣ୍ଡ ଖେଳାନ୍ତୁ ନାହିଁ। ସେହିପରି କାହା ସମ୍ପର୍କରେ ଅନ୍ୟ ଆଗରେ କହିବାର ଭୁଲ ଆଦୌ କରନ୍ତୁ ନାହିଁ, ନଚେତ୍‌ ଏହାଦ୍ୱାରା ନା କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିବ ବରଂ ଆପଣଙ୍କ ପ୍ରତି ଅନ୍ୟମାନେ ବିଶ୍ୱାସ ହରାଇପାରନ୍ତି। ତେଣୁ ସର୍ବଦା ପରୋପକାରୀ ଏବଂ ବିଶ୍ୱସ୍ତ ହେବାକୁ ଚେଷ୍ଟା କରନ୍ତୁ।
ସାହାଯ୍ୟ କରନ୍ତୁ: ନିଜ ବସ୍‌ ହୁଅନ୍ତୁ ଅବା ସହକର୍ମୀଙ୍କୁ ସର୍ବଦା ସାହାଯ୍ୟ କରନ୍ତୁ। କାହାର କୌଣସି ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇଲେ ସମ୍ପର୍କ ବଢ଼ିଥାଏ। ତେଣୁ କାହାର ସ୍ବାସ୍ଥ୍ୟ ସମସ୍ୟା ଥିଲେ ଡାକ୍ତରଖାନା ନେଇଯିବା କିମ୍ବା ସେଠାକୁ ଯାଇ ଦେଖାକରିବା, କାହାର ମନ ଖରାପ ଥିଲେ ବୁଝାଇବା ଏବଂ ସାନ୍ତ୍ୱନା ଦେବା, ଆବଶ୍ୟକ ଥିଲେ କାହାକୁ ଆର୍ଥିକ ସହାୟତା କରିବା ଜଣେ ଉତ୍ତମ ସହକର୍ମୀଙ୍କ ପରିଚୟ; ଯଦ୍ଦ୍ବାରା ନା କେବଳ ଅନ୍ୟଜଣେ ଉପକୃତ ହେବେ ବରଂ ଏହାହିଁ ଆପଣଙ୍କୁ ପରବର୍ତ୍ତୀ ସମୟରେ ବେଶ୍‌ କାମରେ ଆସିପାରେ।
ସଭିଙ୍କୁ ଗୁରୁତ୍ୱ ଦିଅନ୍ତୁ: ଅନେକ କର୍ମଜୀବୀ ଯେଉଁମାନେ କେବଳ ନିଜ ସମସ୍କନ୍ଧଙ୍କ ସହ ମିଳାମିଶା କରନ୍ତି ଏବଂ ଅନ୍ୟମାନଙ୍କୁ ଅଣଦେଖା କରନ୍ତି। ଏପରି କରିବା ଠିକ୍‌ ନୁହେଁ। ତେଣୁ ଅଫିସରେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନୀଚପଦସ୍ତ ଅଧିକାରୀ ଏମିତିକି ପିଅନ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରଖିବା ହିଁ ଜଣେ ଭଲ ସହକର୍ମୀଙ୍କ ପରିଚୟ ଦିଏ।

ଏମାନେ କ’ଣ କୁହନ୍ତି

ରାଧାଶ୍ୟାମ ବେହେରା (କର୍ମଜୀବୀ, ଆଇଟି ସେଲ୍‌, ବାଲେଶ୍ୱର)- ଅଫିସ୍‌ରେ ମୁଁ କେବଳ ମୋ କାମକୁ ନେଇ ସମସ୍ତଙ୍କ ସହ ମିଳାମିଶା କରେ। ଅଯଥା ଅଫିସ୍‌ ରାଜନୀତିରେ ପଶିବାକୁ ଚେଷ୍ଟା କରେ ନାହିଁ। ସହକର୍ମୀମାନେ ମିଶି ଅନ୍ୟ କାହା ବିରୋଧରେ ଗପୁଥିଲେ ସେ ବିଷୟକୁ ଅଣଦେଖା କରେ। ନିଜ ଦୁର୍ବଳତା ବିଷୟରେ କାହା ଆଗରେ କହେ ନାହିଁ। ଅଫିସ୍‌ରେ କଠିନ ପରିଶ୍ରମ କରେ। ବସ୍‌ କିମ୍ବା ସିନିୟର ଦେଉଥିବା କାମକୁ ଯଥାଶୀଘ୍ର ସାରିବାକୁ ଚେଷ୍ଟା କରେ। ଯଥା ସମ୍ଭବ ଅଫିସରେ ସମସ୍ତଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରେ।
ସମୁଦ୍ରିକା ମହାନ୍ତି(ଶିକ୍ଷୟିତ୍ରୀ, ଅକ୍ସଫୋର୍ଡ ପବ୍ଲିକ୍‌ ସ୍କୁଲ୍‌, ତେଲେଙ୍ଗାପେଣ୍ଠ, କଟକ)- ନିଜ କର୍ମକ୍ଷେତ୍ରରେ ସହକର୍ମୀମାନେ ମୋର ଆଉ ଏକ ପରିବାର ସଦୃଶ। ତେଣୁ ସେମାନଙ୍କ ସହ ସର୍ବଦା ଉତ୍ତମ ବ୍ୟବହାର କରେ। ମୋର କୌଣସି କାର୍ଯ୍ୟକଳାପ ଯେପରି କାହାକୁ ମାନସିକ ସ୍ତରରେ ଆଘାତ ନ ପହଞ୍ଚାଏ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଏ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?