Posted inଫୁରସତ

କଥା ଛୁଞ୍ଚିର

କପଡା ସିଲେଇ କରିବା ଲାଗି ସାଧାରଣତଃ ମେଶିନ୍‌ ବ୍ୟବହାର କରାଯାଏ ଅବା ହାତରେ ସିଲେଇ କରାଯାଏ। ହେଲେ ଉଭୟ କ୍ଷେତ୍ରରେ ଗୋଟିଏ ଜିନିଷ ସାଧାରଣ ଥାଏ। ସେ ହେଉଛି ଛୁଞ୍ଚି। ବିନା ଛୁଞ୍ଚିରେ ସିଲେଇ କରିବା ଅସମ୍ଭବ। ତେବେ ଅନେକେ ଭାବନ୍ତି ଛୁଞ୍ଚି ହେଉଛି ଆଧୁନିକ ସରଞ୍ଜାମ। ହେଲେ ଏହାର ଇତିହାସ ହଜାର ହଜାର ବର୍ଷ ପୁରୁଣା। ପୁରାତତ୍ତ୍ୱ ବିଭାଗକୁ ଡେନିସୋଭା ଗୁମ୍ଫାରୁ ମିଳିଥିବା ୫୦,୦୦୦ ବର୍ଷ ପୁରୁଣା ଏକ ଛୁଞ୍ଚି ହେଉଛି ଏହାର ପ୍ରମାଣ। ଏହାକୁ କୌଣସି ଧାତୁରେ ତିଆରି କରାଯାଇ ନ ଥିଲା। ବରଂ ତିଆରି ହୋଇଥିଲା ଏକ ବଡ଼ ଚଢେଇର ହାଡରେ। ସେହି ଛୁଞ୍ଚି ବେଶ୍‌ ସୁରକ୍ଷିତ ଅବସ୍ଥାରେ ମିଳିଥିଲା। ତେଣୁ ତାହା ଏବେ ବି ବ୍ୟବହାରଯୋଗ୍ୟ। ଏହି ଛୁଞ୍ଚି ଉଦ୍ଧାର ହୋଇଥିବା ସ୍ଥାନରୁ ଅନ୍ୟ କେତୋଟି ଛୋଟ ଛୁଞ୍ଚତ୍ ବି ମିଳିଥିଲା। ହେଲେ ଚଢେଇ ହାଡରେ ତିଆରି ଏଇ ଛୁଞ୍ଚି ସବୁଠାରୁ ପୁରୁଣା ହେବା ସହ ବହୁତ ଲମ୍ବା। ଏହାର ଲମ୍ବ ୭ସେ.ମି. ଅଟେ। ବିଶ୍ୱାସ କରାଯାଏ ପୂର୍ବେ ପ୍ରାଣୀ ଚମଡାକୁ ସିଲେଇ କରିବା ପାଇଁ ଏଭଳି ହାଡର ଛୁଞ୍ଚି ବ୍ୟବହାର କରାଯାଉଥିଲା। ଏହାବାଦ ଛୁଞ୍ଚି ପ୍ରାଣୀଙ୍କ ଶିଙ୍ଗ ଓ ଦାନ୍ତରେ ବି ତିଆରି କରାଯାଉଥିଲା। ସେତେବେଳେ ସୂତାଭାବେ ପ୍ରାଣୀଙ୍କ ମାଂସପେଶୀ ଓ ଅସ୍ଥିର ସଂଯୋଗକାରୀ ତନ୍ତୁକୁ ଅବା ଗଛର ତନ୍ତୁକୁ ବ୍ୟବହାର କରାଯାଉଥିଲା। ଏହାବାଦ୍‌ ନାଟିଭ୍‌ ଆମେରିକୀୟମାନେ ‘ଆଗେଭ’ ନାମକ ଏକ ଗଛରୁ ଉଭୟ ଛୁଞ୍ଚ ଓ ସୂତା ପାଉଥିଲେ। ଏହି ଗଛର ପତ୍ର ଲମ୍ବା ଲମ୍ବା ଓ ଅଗ୍ରଭାଗ ବେଶ୍‌ ମୁନିଆ। ପତ୍ରକୁ କିଛିଦିନ ପାଣିରେ ବତୁରାଇ ରଖିଲେ ପତ୍ର ବତୁରି ସେଥିରୁ ଏକ ପ୍ରକାରର ତନ୍ତୁ ବାହାରେ। ସେହି ଲମ୍ବା ଲମ୍ବା ତନ୍ତୁ ଶୁଖିବା ପରେ ତାକୁ ସେମାନେ ସୂତା ଓ ପତ୍ରର ଅଗ୍ରଭାଗର ମୁନିଆ ଅଂଶକୁ ଛୁଞ୍ଚିବେ ବ୍ୟବହାର କରି ସିଲେଇ କରୁଥିଲେ। ପରବର୍ତ୍ତୀ ସମୟରେ ଛୁଞ୍ଚି ଓ୍ବାୟର ମେକିଂ ଟେକ୍‌ନଲୋଜିର ଏକ ଅନୁପ୍ରୟୋଗ ବି ସାଜିଥିଲା। ଯାହା ଖ୍ରୀ.ପୂ. ୨ୟ ମିଲେନିୟମରେ ଆରମ୍ଭ ହୋଇଥିଲା। ଛୁଞ୍ଚି ତିଆରିର ଅନ୍ୟ ଏକ ପ୍ରମୁଖ ପରିବର୍ତ୍ତନ ୧୦ମ ଶତାବ୍ଦୀରେ ଚାଇନାରେ ଉଚ୍ଚ ଗୁଣବତ୍ତା ଥିବା ଷ୍ଟିଲ ନିର୍ମାଣ ପଦ୍ଧତିର ଆଗମନରେ ହୋଇଥିଲା। ୧୬୩୯ରେ ଇଂଲଣ୍ଡର ରେଡଡିଚ୍‌ରେ ଛୁଞ୍ଚି ନିର୍ମାଣ ଆରମ୍ଭ ହୋଇଥିଲା। ପରେ ଛୁଞ୍ଚି ନିର୍ମାତାମାନେ ଲଣ୍ଡନରେ ଗିଲ୍ଡ ଅଫ୍‌ ନିଡଲ ମେକର୍‌ ସ୍ଥାପିତ କରିଥିଲେ। ଛୁଞ୍ଚି ନେଇ ପର୍ବ ବି ପାଳନ କରାଯାଏ। ଯେମିତିକି ଜାପାନରେ ହରି କୁୟୋ ନାମକ ଭଙ୍ଗା ଛୁଞ୍ଚି ପର୍ବ ପାଳନ କରାଯାଏ। ଏଥିରେ ଭଙ୍ଗା ଛୁଞ୍ଚି ଶେଷ ସମ୍ମାନ ଜଣାଯାଏ। ଏହା ୧୬୦୦ ଦଶକରୁ ପାଳିତ ହେଉଛି। ଏହିଭଳିଭାବେ ଛୁଞ୍ଚି ମାନବ ସହ ବହୁ ବର୍ଷରୁ ଜଡିତ ରହି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?