ଦୀପାବଳିରେ ଏଭଳି ସଜାନ୍ତୁ ଘର…

ଦୀପାବଳିରେ ସମସ୍ତେ ଚାହାନ୍ତି ନିଜ ଘର ସୁନ୍ଦର ଦେଖାଯାଉ। ଆଉ ସବୁ କୋଣ ଝଲସି ଉଠୁ। କିନ୍ତୁ ଦାମୀ ଘରସଜା ସାମଗ୍ରୀ କିଣି ଘର ସଜାଇବା ବ୍ୟୟସାପେକ୍ଷ ହୋଇଥାଏ। ସେଥିପାଇଁ ଜାଣନ୍ତୁ କମ୍‌ ଖର୍ଚ୍ଚ ଓ ସହଜରେ କିଭଳି ଘରକୁ ସଜାଇ ହେବ…

ବଦଳାନ୍ତୁ ଘରର ଲୁକ୍‌-କାନ୍ଥରେ ସୁନ୍ଦର ଓ୍ବାଲ ପେପର୍‌ ଲଗାଇ ଘରକୁ ନୂଆ ଲୁକ୍‌ ଦେଇପାରିବେ। ଯଦି ଆପଣଙ୍କର ପେଣ୍ଟିଂ ଭଲ ହୁଏ ତେବେ ନିଜେ ଚାହିଁଲେ କାନ୍ଥରେ ସୁନ୍ଦର ପେଣ୍ଟିଂ କରି ଘରର ଲୁକ୍‌ ବଦଳାଇପାରିବେ। ପୁରୁଣା ପରଦାକୁ ସଫା କରି ସେଥିରେ ସୁନ୍ଦର ଲେସ୍‌ ଲଗାନ୍ତୁ ଓ ଘରେ ଲଗାନ୍ତୁ। ଦେଖିବେ ଘରର ଲୁକ୍‌ ଆକର୍ଷକ ହୋଇଯିବ। ଡ୍ରଇଂ ରୁମ୍‌ରେ କୌଣସି ପ୍ଲାଣ୍ଟ ରଖିଥିଲେ ସେଥିରେ ଲାଇଟ୍‌ ଲଗାଇ ଦିଅନ୍ତୁ।

ପ୍ରବେଶ ଦ୍ୱାରରେ ତୋରଣ- ଦୀପାବଳିରେ ଘରର ସବୁ କୋଣର ସାଜସଜ୍ଜା ଉପରେ ଧ୍ୟାନ ଦିଆଯାଏ। ତେବେ ପ୍ରବେଶ ଦ୍ୱାର ହେଉଛି ମୁଖ୍ୟ। ଫୁଲ, ପତ୍ର, ରଙ୍ଗବେରଙ୍ଗର କାଗଜରେ ତିଆରି ସୁନ୍ଦର ତୋରଣ ଲଗାଇପାରିବେ। ଏହା ଘରକୁ ଫେଷ୍ଟିଭ୍‌ ଲୁକ୍‌ ଦେବ।

ଫୁଲରେ ସଜାନ୍ତୁ- ବିଭିନ୍ନ ରଙ୍ଗ ଓ ପ୍ରକାରର ତାଜା ଫୁଲରେ ଘରର କବାଟ, ଝରକା ଓ ଠାକୁର ଘରକୁ ସଜାଇପାରିବେ। ଏହାଦ୍ୱାରା ଘର ମନମୋହକ ବାସ୍ନାରେ ଭରିଯିବ। ମନ ସତେଜ ଓ ପ୍ରସନ୍ନ ହେବ।

ରଙ୍ଗୋଲି- ରଙ୍ଗବେରଙ୍ଗର ରଙ୍ଗୋଲି ଦେଖିବାକୁ ଭାରି ଆକର୍ଷକ ଲାଗେ। ଦୀପାବଳିରେ ରଙ୍ଗୋଲି ନିଶ୍ଚୟ କରନ୍ତୁ। ଆଉ ସେଥିରେ ଦୀପ ରଖି ସଜାନ୍ତୁ। ଚାହିଁଲେ ଫୁଲରେ ବି ରଙ୍ଗୋଲି ତିଆରି କରିପାରିବେ।

ରଙ୍ଗିନ ମହମବତି- ଦୀପାବଳିରେ ରଙ୍ଗିନ ମହମବତି ଘରକୁ ଆକର୍ଷକ କରାଏ। ଏହା ବିନା ତ ଯେମିତି ଦୀପାବଳି ଘର ସଜା ଅଧୁରା। ଘରର ବିଭିନ୍ନ ସ୍ଥାନରେ ଏହାକୁ ଜଳାନ୍ତୁ। ଦେଖିବେ ଘର ରଙ୍ଗିନ ଲାଗିବ ଓ ଆଲୋକରେ ଝଲସି ଉଠିବ।

ଫେୟାରୀ ଲାଇଟ୍‌- ଆଲୋକର ଏହି ପର୍ବରେ ଫେୟାରୀ ଲାଇଟ୍‌ର ବ୍ୟବହାର ନ କରିବେ ବା କେମିତି। ଏହାକୁ ବ୍ୟବହାର କଲେ ଦେଖିବେ ଘର ଝଲସି ଉଠିବ। ଚାହିଁଲେ ପରିବାର ସଦସ୍ୟଙ୍କର କିଛି ଫଟୋକୁ ଲାଇଟ୍‌ ମଝିରେ ଲଗାଇ କାନ୍ଥରେ ଟାଙ୍ଗି ପାରିବେ। ଏହାଦ୍ୱାରା ଦୀପାବଳି ଖାସ୍‌ ଲାଗିବ। ଥରେ ଏହି ଲାଇଟ୍‌ କିଣିଲେ, ଅନ୍ୟ ଖାସ୍‌ ଦିନରେ ବି ଏହାକୁ ବ୍ୟବହାର କରିପାରିବେ।

ପେପରବ୍ୟାଗ୍‌ ଲ୍ୟୁମିନେୟର୍‌- ଏହିଦିନର ଡେକୋରେଶନ୍‌ ପାଇଁ ପେପର୍‌ବ୍ୟାଗ୍‌ ଲ୍ୟୁମିନେୟର, ବ୍ୟାଟେରିରେ ଚାଲୁଥିବା ମହମବତି ଭଲ ବିକଳ୍ପ। ଏହା ଦେଖିବାକୁ ବହୁତ ୟୁନିକ୍‌ ଲାଗେ। ଏହାକୁ କାନ୍ଥରେ କିମ୍ବା ଛାତ ଉପରେ ଟଙ୍ଗାଇପାରିବେ।

ଡେକୋରେଟିଭ୍‌ ଲାଣ୍ଟର୍ନ- ଆଜିକାଲି କାଗଜ, କପଡା ଓ ଗ୍ଲାସ୍‌ରେ ତିଆରି ବିଭିନ୍ନ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଡେକୋରେଟିଭ୍‌ ଲାଣ୍ଟର୍ନ ବଜାରରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ବି ବେଶି ନ ଥାଏ। ଚାହିଁଲେ ନିଜେ ମଧ୍ୟ ଏହାକୁ ତିଆରି କରି ଘରକୁ ଡିଫରେଣ୍ଟ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri