କମୁଛି ସଂଖ୍ୟା: ରାଜ୍ୟରେ ୬୪୨ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ କେନ୍ଦୁଝର

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୭୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୬୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସର୍ବାଧିକ ୭୦ ଆକ୍ରାନ୍ତ କେନ୍ଦୁଝର ଜିଲାରୁ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୪୬, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧୫ , ଭଦ୍ରକରୁ ୨୦, ବଲାଙ୍ଗୀରରୁ ୧୬, ବୌଦ୍ଧରୁ ୩, କଟକରୁ ୨୬ , ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୬, ଗଜପତିରୁ ୨ ଓ ଗଞ୍ଜାମରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୧୮, ଯାଜପୁରର ୧୫ , ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୭ , କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୬, କୋରାପୁଟରୁ ୧୦, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୧ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୪ , ନୟାଗଡ଼ରୁ ୨, ନୂଆପଡ଼ାରୁ ୬୯, ପୁରୀରୁ ୧୭, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୯ ଓ ସୁବର୍ଣ୍ଣପୁରରୁ ୨ ଓ ସୁନ୍ଦରଗଡ଼ରୁ ୬୬ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧୫୨୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮୨୧ ଚିକିତ୍ସାଧୀନ ଅଛନ୍ତି। ୩୦୬୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟରେ ପହଞ୍ଚିଲା ହାତୀ ମୃତ୍ୟୁ ମାମଲା

କଟକ ଅଫିସ,୨୯ା୬: ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ସମାଜସେବୀ ଗୀତା...

ଗଛମୂଳେ ଥିବା ସ୍ତ୍ରୀଙ୍କୁ ଘରକୁ ନେଲେ ସ୍ବାମୀ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତର ଡିମିରିଆ ଗ୍ରାମରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିଥିବାରୁ ଭୂୟାଁ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଘରୁ ବାହାର...

୪୨ ବର୍ଷରେ ନାଲ୍‌କୋ ଆଜି ପ୍ରତିଷ୍ଠା ଦିବସ

ବଅଁରପାଳ,୭।୧(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଚଳିତ ବର୍ଷ କମ୍ପାନୀ...

ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମମତା

କୋଲକାତା,୧୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆବଶ୍ୟକ ଥିବା ସମସ୍ତ...

ଅସ୍ଥାୟୀ ବିସର୍ଜନ ପୋଖରୀରେ କୁଢ଼ କୁଢ଼ ପଲିଥିନ: ପ୍ଲାଷ୍ଟିକ ବର୍ଜନ ପାଣିର ଗାର

ପୁରୁଣା ଭୁବନେଶ୍ୱର,୧୧।୧୦(ଡି.ଏନ.ଏ.) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ ବର୍ଜନକୁ ସମର୍ଥନ କରି ଚଳିତବର୍ଷ ବିଭିନ୍ନ ପୂଜା...

୬୪,୨୧୪ ପିଭିଟିଜିକୁ କୋଭିଡ୍‌ ସହାୟତା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟର ୬୪ ହଜାର ୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର (ପିଭିଟିଜି)କୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ୍‌ ସହାୟତା’ ପ୍ରଦାନ କରାଯାଇଛି। କରୋନା ଦ୍ୱିତୀୟ...

ପିଏମ୍‌ଜିକେଏଓ୍ବାଇ ବନ୍ଦ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ରର ମୋଦି ସରକାର ଜାନୁୟାରୀ ୨୦୨୩ରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ଯୋଜନାରେ ଏପ୍ରିଲ-୨୦୨୦ରୁ...

ଆଜିଠୁ ଯୁକ୍ତ୨ ପରୀକ୍ଷା, ସକାଳ ୯ଟାରୁ ଆରମ୍ଭ

ଭୁବନେଶ୍ୱର, ୨୮।୪(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ମେ’ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି...

Advertisement
Archives

Model This Week