ଗଞ୍ଜାମରେ କମୁୁଛି, ଖୋର୍ଦ୍ଧାରେ ବଢୁଛି

ଭୁବନେଶ୍ୱର,୯।୮(ବ୍ୟୁରୋ): ଗଞ୍ଜାମ ପରେ ଏବେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। କିଛିଦିନ ଧରି ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ତାହା କମୁଥିବା ଦେଖାଯାଉଛି। ଅପରପକ୍ଷେ ଖୋର୍ଦ୍ଧାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃ୍‌ଦ୍ଧି ପାଉଛି। ରବିବାର ଜିଲାରୁ ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି ୨୨୨ ସଂକ୍ରମିତ। ପର୍ଯ୍ୟାୟକୁ ଦେଖିଲେ ଖୋର୍ଦ୍ଧାରେ ଧିରେ ଧିରେ ସଂକ୍ରମଣ ହାର ବଢ଼ୁଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନର ଆକଳନ ଅନୁଯାୟୀ ଖୋର୍ଦ୍ଧାରେ ଏବେ ମୋଟ ୬୪୪୫ ସଂକ୍ରମିତ ଥିବା ବେଳେ ୩୩୮୧ ଆକ୍ଟିଭ କେସ୍‌ ରହିଛି।

ପ୍ରକାଶ ଯେ, ରାଜ୍ୟରେ ରବିବାର ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୋଳରୁ ୪, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୧, ଭଦ୍ରକରୁ ୫୮, ବଲାଙ୍ଗୀରରୁ ୬, କଟକରୁ ୧୭୭, ଦେବଗଡ଼ରୁ ୫, ଢ଼େଙ୍କାନାଳରିୁ ୨୯, ଗଜପତିରୁ ୮୫, ଗଞ୍ଜାମରୁ ୨୨୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୫୯, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨୭, ଖୋର୍ଦ୍ଧାରୁ ୩୪୨, କୋରାପୁଟରୁ ୬୦, ମାଲକାନଗିରିରୁ ୫୨, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୨୨, ପୁରୀରୁ ୫୫, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୪, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୧୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସପୋର୍ଟ ଅବଧି ସରିବା ପୂର୍ବରୁ ଆସିବ ଏସ୍‌ଏମ୍‌ଏସ୍‌

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ପାର୍ସପୋର୍ଟଧାରୀ ଏଣିକି ନିଜ ପାର୍ସପୋର୍ଟର ନିର୍ଦ୍ଧାରିତ ଅବଧି ସରିବା ପୂର୍ବରୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପାଇପାରିବେ। ପାସପୋର୍ଟ ଅବଧି ସରିବାର ୭ମାସ ଏବଂ...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ...

ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।...

ରାଜ୍ୟରେ ସୁସ୍ଥ ହେଲେ ୩୧୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯।୯(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୨୧୫, କଟକରୁ ୨୦୨,...

କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ...

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ରବିବାର ପରଲୋକ ଘଟିଛି । ସୁନନ୍ଦାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି...

ରାଜଧାନୀରେ ହେବ ‘କଲ୍‌ଚରାଲ କରିଡର’

ଭୁବନେଶ୍ୱର, ୧୦।୩ (ବ୍ୟୁରୋ): ଓଡ଼ିଶାର କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ସହ ରାଜଧାନୀ ଭୁବନେଶ୍ୱରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ...

ସାଢ଼େ ୬ ମାସ ପରେ କରୋନା ସ୍ଥିତି ଅଣାୟତ୍ତ: ଦିନକରେ ୮୯ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ...

Advertisement


Archives

Model This Week

Why Dharitri