ଜାତୀୟ ରାଜପଥରେ ମୃତ୍ୟୁର ଆଁ

ଭୁବନେଶ୍ୱର, ୨୧।୮ (ବ୍ୟୁରୋ): କଟକ-ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି। ନଖରା, ପଳାଶୁଣି ପୋଲଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ମୃତ୍ୟୁର ଆଁ ମେଲି ରହିଛି। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଲୋକେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ସହରର ପ୍ରବେଶ ପଥ କୁହାଯାଉଥିବା ଗଙ୍ଗୁଆ ନାଳ ଉପରେ ଥିବା ପଳାଶୁଣି ପୋଲର ଅବସ୍ଥାକୁ ଦେଖିଲେ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ବାରି ହୋଇପଡୁଛି। ଭୁବନେଶ୍ୱର ଆଡୁ କଟକ ଯିବାବେଳେ ବାମ ପଟ ପୋଲର ଆରମ୍ଭରୁ କଂକ୍ରିଟ୍‌ ଉଠି ରଡ୍‌ଗୁଡ଼ିକ ଉପରମୁହାଁ ହୋଇ ରହିଛି। ପାଖାପାଖି ୩ ମାସ ହେବ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଆଇନଜୀବୀ ବାସୁଦେବ ଅମିତ୍‌ ତେଜାବ କହିଛନ୍ତି, ଜାତୀୟ ରାଜପଥର ସବୁଆଡେ ଖାଲଖମା ଭର୍ତ୍ତି ହୋଇଗଲାଣି। ଅଭିଯୋଗ କଲେ ସୁଫଳ ମିଳୁନି। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷର ଜଣେ ଅଧିକାରୀ କହିଛନ୍ତି, ଶୀଘ୍ର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri