ମାଛଚାଷ କରିଛି ମହିଳାଙ୍କୁ ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା ଅଫିସ, ୧୦ା୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ। ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ। ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜିଲା ମତ୍ସ୍ୟ ବିଭାଗ ସହାୟତାରେ ମାଛଚାଷରୁ ଆୟ କରୁଥିବା ଦେଖାଯାଉଛି। ଜିଲାର ୩୮୯ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୪ ହଜାର ସଦସ୍ୟା ଏହି ଚାଷରେ ମନୋନିବେଶ କରି ମାସକୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ପାଇଁ ସକ୍ଷମ ହେଉଛନ୍ତି।
ଏ ସମ୍ପର୍କରେ ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଅଞ୍ଜଳି ସେଠୀ କୁହନ୍ତି, ନଦୀନାଳରୁ ଧରାହୋଇ ଆସୁଥିବା ମାଛକୁ ବିକିବା ପ୍ରାଥମିକ ବେଉସା ଥିଲା। ବିଭିନ୍ନ ସମୟରେ ଏହି ପ୍ରାକୃତିକ ଉତ୍ସରୁ ମାଛ ସଂଗ୍ରହ ହୋଇ ନ ପାରିଲେ ପରିବାର ସଦସ୍ୟଙ୍କ ଭରଣପୋଷଣରେ ସମସ୍ୟା ହେଉଥିଲା। ଗତ ୨ ବର୍ଷ ପୂର୍ବେ ବାବା ଜଳେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ସହିତ ପଞ୍ଚାୟତ ଓ ସ୍ଥାନୀୟ ୨ଟି ପୋଖରୀକୁ ମାଛ ଚାଷ ପାଇଁ ଲିଜ୍‌ ନିଆଯାଇଥିଲା। ଏହି ୧୦ ଜଣିଆ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟା ପୋଖରୀ ନିକଟକୁ ଯିବା, ମାଛ ଓ ପୋଖରୀର ତତ୍ୱାବଧାନରେ ପ୍ରଥମ ବର୍ଷର ଆୟ ଆମକୁ ଏହି ଚାଷ ପାଇଁ ଉତ୍ସାହିତ କରିଥିଲା। ଗତବର୍ଷର ଆୟକୁ ଦେଖି ସଦସ୍ୟାଙ୍କ ସଂଖ୍ୟା ବୃଦ୍ଧି ସହିତ ଆଖପାଖ ୧୨ଟି ପୋଖରୀକୁ ଲିଜ୍‌ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଗରଦପୁର ବ୍ଲକ ଏନ୍ତାଳପୁରର ସିଦ୍ଧ ମହାବୀର ଏସ୍‌ଏଚ୍‌ଜି ସମ୍ପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ କହିଛନ୍ତି, କରୋନା ସଂକ୍ରମଣ ସମୟରେ ମାଛଚାଷ ବଞ୍ଚତ୍ବାର ନୂଆ ରାହା ଦେଖାଇଛି। ଗରିବ ପରିବାର ପାଇଁ ଏହି ଚାଷ ବେଶ୍‌ ଉପଯୋଗୀ। ଗ୍ରାମରେ ଥିବା ପୋଖରୀକୁ ବ୍ୟବହାର କରି ମାସକୁ ୫ ହଜାରରୁ ଅଧିକ ଟଙ୍କା ରୋଜଗାର ହୋଇପାରୁଛି। ରାଜନଗର ବ୍ଲକ ବସନ୍ତପୁର ଗ୍ରାମର ଜୟନ୍ତୀ ରାଉତ କୁହନ୍ତି, ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପ୍ରଜନନ ପାଇଁ ବର୍ଷକରେ ୭ ମାସ ସାମୁଦ୍ରିକ ମାଛଧରା କଟକଣା ରହୁଛି। ଏହି ସମୟରେ ପରିବାର ସଦସ୍ୟମାନେ ସମୁଦ୍ରକୁ ଯାଇ ପାରୁ ନ ଥିବାରୁ ବହୁ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା। ତେବେ ଜିଲା ମତ୍ସ୍ୟ ବିଭାଗର ପ୍ରୋତ୍ସାହନ ପରେ ଆମ ମହିଳା ଗୋଷ୍ଠୀ ମାଛଚାଷ ପାଇଁ ମନ ବଳାଇଥିଲେ। ଏଥିରେ ପରିବାରର ସମସ୍ତ ଆବଶ୍ୟକତା ପୂରଣ ହୋଇପାରୁ ନ ଥିଲେ ମଧ୍ୟ ପିଲାଙ୍କ ମୁହଁରେ ଗଣ୍ଡେ ଖାଇବାକୁ ଦେଇ ହେଉଛି। ଏହା କେବଳ ମାଛଚାଷ ଯୋଗୁ ସମ୍ଭବ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହି ବ୍ଲକ ଭେକ୍ଟାକୋଲାର ଶ୍ରୀ ଶମ୍ଭୁ ମହିଳା ଗୋଷ୍ଠୀ ସଦସ୍ୟା ମମତାରାଣୀ ସାମଲ କହିଛନ୍ତି, ସେମାନେ ରୋହି, ଭାକୁର, ମୀରକାଳି ଆଦି ମାଛ ଚାଷ କରୁଛନ୍ତି। ବ୍ୟବସାୟୀମାନେ ପୋଖରୀ ନିକଟରୁ ମାଛ ନେଇ ଟଙ୍କା ଦେଉଛନ୍ତି। ନଗଦ ଟଙ୍କା ମିଳୁଥିବାରୁ ମାଛଚାଷରୁ ଲାଭ ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର କହିଛନ୍ତି, ଜିଲାର ବିଭିନ୍ନ ଗୋଷ୍ଠୀ ଦ୍ୱାରା ପ୍ରାୟ ୧୬୦ ହେକ୍ଟର ପୋଖରୀ ଅଞ୍ଚଳରେ ମାଛଚାଷ ହେଉଛି। ପ୍ରତି ଗୋଷ୍ଠୀକୁ ୬୦ ପ୍ରତିଶତ ରିହାତିରେ ହେକ୍ଟର ପ୍ରତି ୯୦ ହଜାର ଟଙ୍କାର ଋଣ ସହାୟତା ବିଭାଗ ପକ୍ଷରୁ ଦିଆଯାଉଛି। ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ମାଛଚାଷକୁ ଗୁରୁତ୍ୱ ଦିଆଯାଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଖଣି ଦୁର୍ନୀତିର ପୂର୍ବାଭାସ

ଯାଜପୁର ଅଫିସ,୧ା୧୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର, ହରଦେଇପୁର ପ୍ରଭୃତି ଅଞ୍ଚଳରେ ଶନିବାର ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହୋଇଛି। ଯାଜପୁରରୋଡ...

ଆକ୍ରାନ୍ତଙ୍କ ତଥ୍ୟ ଲିକ୍‌, ହେବ ତଦନ୍ତ

ଅନୁଗୋଳ ଅଫିସ, ୧୧।୫:  ଅନୁଗୋଳ ଜିଲାର ୧୩ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଲିକ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିକଟରୁ ଜିଲା ପ୍ରଶାସନ ପାଖକୁ ଆସିଥିବା...

ଜେଲ ଗଲେ କୋଟିପତି ସହକାରୀ ଅଧିକାରୀ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ସହକାରୀ ଅଧିକାରୀ ଅଶୋକ କୁମାର ମିଶ୍ରଙ୍କୁ କଟକସ୍ଥିତ ଭିଜିଲାନ୍ସ...

ଦ୍ବିତୀୟ ଦିନରେ ପଥରଖୋଲରୁ ବାହୁରୁନି ଡିଜେଲ; ଟାଙ୍କିକୁ ବଦନାମ କରିବାକୁ ଉଦ୍ୟମ: ମାଲିକ

ଦାରିଙ୍ଗବାଡ଼ି,୯।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଏହି ଘଟଣାର...

କଟକ ଯିବାକୁ ଆଠମଲ୍ଲିକବାସୀ ହନ୍ତସନ୍ତ: ୩ ଦିନ ହେଲା ଆସୁନି ‘କୃଷ୍ଣପ୍ରିୟା’

ଆଠମଲ୍ଲିକ,୧।୯(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରଠାରୁ କଟକ ଯିବାକୁ ୩ ଦିନ ହେଲା ଅସୁବିଧା ଭୋଗୁଛନ୍ତି ଲୋକେ। ଦୀର୍ଘଦିନରୁ ଆଠମଲ୍ଲିକ ଉପାନ୍ତ ଅଞ୍ଚଳରୁ ଯାତାୟାତ...

ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ; ମୃତକାଙ୍କ ଭାଇଙ୍କ ଥାନାରେ ଅଭିଯୋଗ

ଜୁନାଗଡ,୭।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ମଙ୍ଗଳବାର ବିବାହର ୭ ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ...

ବାଲେଶ୍ୱର ଜିଲା ଚିଠି: ଶିଶୁ ସୁରକ୍ଷା ଯୋଜନା

ପଞ୍ଚାୟତସ୍ତରରେ ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ।...

ସିସିଟିଭିରେ ଲଢ଼େଇ ଦେଖୁଛି ବନ ବିଭାଗ: ସୁନ୍ଦରୀକୁ ଝାମ୍ପ ଦେଉଛି ପୁରୁଣା ବାଘୁଣୀ

ବନ୍ତଳା,୧୯ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ରାଇଗୁଡା ରେଞ୍ଜ ଏନକ୍ଲୋଜର ମଧ୍ୟରେ ଥିବା ବାଘୁଣୀ ସୁନ୍ଦରୀ ସହ ଲଢ଼େଇ କରିବାକୁ ତୟାର ହେଉଛି ପୁରୁଣା...

Advertisement
Archives

Model This Week