Odisha Elections 2024
Posted inଜାତୀୟ

ଦୋଷୀ ସାବ୍ୟସ୍ତ ପାଇଁ ମୃତ୍ୟୁକାଳୀନ ବୟାନ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ହତ୍ୟାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବ ବୟାନ ଆଧାରରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ତଳ କୋର୍ଟ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ଭରସା କରିବାବେଳେ ସର୍ବାଧିକ ସତର୍କତା ଅବଲମ୍ବନ ଜରୁରୀ। ହତ୍ୟାର ଶିକାର ହେଉଥିବା ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦେଉଥିବା ବୟାନକୁ କୋର୍ଟଗୁଡ଼ିକ ସତ ବୋଲି ଧରିନେଇଥାଆନ୍ତି। କାରଣ ମରିବାକୁ ଯାଉଥିବା ବ୍ୟକ୍ତି କେବେ ମିଛ କହି ନ ଥାନ୍ତି ବୋଲି ସମସ୍ତଙ୍କ ଧାରଣା ରହିଛି।
ଏକ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଯେତେବେଳେ ସତ ବୋଲି ମନେକରାଯିବ, ସେତେବେଳେ ତାହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ ହୋଇଥିବ ଏବଂ ତା’ର ବିଶ୍ୱସନୀୟତା ରହିଥିବା ଜରୁରୀ। ଏହାର ସତ୍ୟାସତ୍ୟ ଉପରେ କୌଣସି ସନ୍ଦେହ ଉପୁଜିଲେ କିମ୍ବା ରେକର୍ଡରେ ଥିବା ପ୍ରମାଣ ମୃତକଙ୍କ ଅନ୍ତିମ ବୟାନକୁ ମିଥ୍ୟା ବୋଲି ଦର୍ଶାଉଥିଲେ, ଏହାକୁ କେବଳ ପ୍ରମାଣର ଏକ ଅଂଶ ବୋଲି ଧରାଯିବ। ତେବେ କେବଳ ସେହି ବୟାନ ଭିତ୍ତିରେ ହତ୍ୟା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ମୃତ୍ୟୁକାଳୀନ ଜମାନବନ୍ଦୀକୁ କେବଳ ଗୋଟିଏ ସ୍ଥିତିରେ ଗ୍ରହଣ କରାଯାଇପାରିବ। ତାହା ହେଲା, ମୃତ୍ୟୁ ପୂର୍ବରୁ ପୀଡ଼ିତା ବା ପୀଡ଼ିତ ମାନସିକ ସ୍ତରରେ ସୁସ୍ଥ ଥିବେ। କଥିତ ମାମଲାରେ ଏପରି ହୋଇ ନ ଥିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜଷ୍ଟିସ୍‌ ବି.ଆର୍‌. ଗଭାଇ, ଜେ.ବି. ପରଦିଓ୍ବାଲା ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତ ଇରଫାନ୍‌ଙ୍କ ମାମଲାର ଶୁଣାଣି ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୟୁପିର ଇରଫାନ୍‌ ନିଜ ପୁଅ ଇସ୍‌ଲାମୁଦ୍ଦିନ ଏବଂ ୨ ଭାଇ ଇର୍ଶଦ ଓ ନଉସଦଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗତ ୮ ବର୍ଷ ଧରି ଜେଲରେ ଅଛନ୍ତି। ତଳକୋର୍ଟ ଏହି ମାମଲାରେ ମୃତକଙ୍କ ବୟାନକୁ ବିଶ୍ୱାସ କରି ଇରଫାନ୍‌ଙ୍କୁ ଦଣ୍ଡିତ କରିଥିଲେ। ୨୦୧୮ରେ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ବଳବତ୍ତର ରଖିଥିଲେ। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଅଭିଯୋଜନ ପକ୍ଷ ବାଢ଼ିଥିବା ଯୁକ୍ତିକୁ ସନ୍ଦେହ ଊର୍ଦ୍ଧ୍ୱରେ ନୁହେଁ କହି ଇରଫାନ୍‌ଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଯୁକ୍ତି ବାଢ଼ିଥିଲେ, ମୃତକମାନଙ୍କ ଜୀବିତାବସ୍ଥାରେ ସେମାନଙ୍କ ଶରୀରର ୮୦ ଭାଗ ଜଳିଯାଇଥିବାବେଳେ ସେମାନେ ବୟାନ ଦେଇଥିଲେ। ସୁପ୍ରିମକୋର୍ଟ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ରହିଥିବା ଆଇନଗତ ସିଦ୍ଧାନ୍ତକୁ ଗ୍ରହଣ କରିଥିବାବେଳେ ପାରିପାର୍ଶ୍ୱିକ ପ୍ରମାଣ ଭିତ୍ତିରେ ବୟାନର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହ ଏଭଳି ବୟାନକୁ ଭିତ୍ତିକରି ନିଷ୍ପତ୍ତି ନେବାବେଳେ ନିମ୍ନୋକ୍ତ ବିନ୍ଦୁଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।
ବ୍ୟକ୍ତି ଜଣକ ମରିବାକୁ ଯାଉଥିବା ଅନୁଭବ କରିବା ପରେ ବୟାନ ଦେଇଛନ୍ତି କି?
ତାଙ୍କ ବୟାନ ଯେତେଶୀଘ୍ର ସମ୍ଭବ ଦିଆଯାଇଛି କି?
ବୟାନ ଦେଇଥିବା ବ୍ୟକ୍ତି ନିର୍ଯାତନାର ଶିକାର ହୋଇଛନ୍ତି କି? ମାମଲାରେ ପୋଲିସ ଏକ ପକ୍ଷ କି?
ତାଙ୍କ ବୟାନ ଘଟଣାକୁ ନେଇ ସ୍ପଷ୍ଟ ଭାବେ ପ୍ରଶ୍ନ ଉଠାଉଛି କି?
ଜମାନବନ୍ଦୀରେ ମୃତକଙ୍କ ବୟାନକୁ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି କି?
ମୃତକ ସ୍ବେଚ୍ଛାକୃତ ଭାବେ ବୟାନ ଦେଇଛନ୍ତି କି?
ଏକାଧିକ ମୃତ୍ୟୁକାଳୀନ ଜମାନବନ୍ଦୀ ଥିଲେ, ପ୍ରଥମ ବୟାନ ପରବର୍ତ୍ତୀ ଦୁଇଟି ବୟାନ ସହ ବିରୋଧାଭାସ କରୁଛି କି?
ବୟାନ ଦେଇଥିବା ବ୍ୟକ୍ତି ନିଜ କ୍ଷତ ସତ୍ତ୍ୱେ କହିବାକୁ ସମର୍ଥ ଥିଲେ କି?


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri