Posted inଜାତୀୟ

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ସଂକୀର୍ଣ୍ଣ ଗଳି ଏବଂ ପାଖରେ କୌଣସି ଜଳ ଉତ୍ସ ନ ଥିବାରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଆଁ ଲାଗିବା ପରେ ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ ବିଲ୍ଡିଂରେ ଥିବା ଅକ୍ସିଜେନ୍‌ ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ ହେବାରୁ ପାଖରେ ଥିବା କେତେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ପରେ ଫେରାର ଥିବା ହସ୍ପିଟାଲର ମାଲିକ ଡ. ନବୀନ କିଚିଙ୍କୁ ରବିବାର ଗିରଫ କରାଯାଇଛି। ସେ ଦିଲ୍ଲୀରେ ଅନ୍ୟ କେତେକ ହସ୍ପିଟାଲ ଚଳାଉଥିବା ପୋଲିସ କହିଛି। ଚିକିତ୍ସାରେ ଅବହେଳା ଏବଂ ରୋଗୀ ପ୍ରତି କ୍ଷତି ଘଟାଇବା ନେଇ ପୂର୍ବରୁ କିଚିଙ୍କ ବିରୋଧରେ ମାମଲା ରହିଛି। ୨୦୨୧ରେ ତାଙ୍କ ହସ୍ପିଟାଲର ପଞ୍ଜୀକରଣକୁ ବାତିଲ କରାଯିବା ସହ ଜରିମାନା କରାଯାଇଥିଲା।
ହସ୍ପିଟାଲରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଶିଶୁଙ୍କୁ ଅନ୍ୟତ୍ର ଚିକିତ୍ସା କରାଯାଉଛି। ହସ୍ପିଟାଲ ବିଲ୍ଡିଂର ସମ୍ଭବତଃ ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ନ ଥିଲା ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଲାଗି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ସ୍ବାସ୍ଥତ୍‌ୟମନ୍ତ୍ରୀ ସୌରଭ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ସେନା ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଘଟଣାର ତଦନ୍ତ ଲାଗି କମିଟି ଗଠନ କରିବାକୁ କହିଥିବାବେଳେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବା ଲାଗି ଭରଦ୍ୱାଜ ସ୍ବାସ୍ଥ୍ୟ ସଚିବ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘଟଣାକୁ ହୃଦୟ ବିଦାରକ ବୋଲି କହିବା ସହ ଅବହେଳା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଏନ୍‌ସିପିସିଆର୍‌(ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ) ମଧ୍ୟ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌କୁ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାର୍ଗେଙ୍କ ବଡ଼ ଘୋଷଣା: ରାହୁଲ ଗାନ୍ଧୀ ଦେବେ ଇସ୍ତଫା, ୱାୟନାଡରୁ ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନ ଛାଡିବେ ଏବଂ ରାଏବରେଲିରୁ...

୬ ଜଣଙ୍କ ଉପରେ ଚଢ଼ିଗଲା ଡମ୍ଫର, ୫ ଜଣଙ୍କ ମୃତ୍ୟୁ

ଉଦୟପୁର, ୧୭।୬: ରାଜସ୍ଥାନର ମାଲୱା ଅନ୍ତର୍ଗତ ଚୋରାଗ୍ରାମ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ପିଣ୍ଡୱାଡ଼ା ରୋଡ଼ର ଡିଭାଇଡର ଉପରେ ଚାଲି...

ଏୟାରପୋର୍ଟରୁ କଟିଗଲା ବିଜୁଳି, ଗରମରେ ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଲାଗି ରହିଛି । ଏହାର ପ୍ରଭାବ ବିମାନ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର...

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର...

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌

କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ...

ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ମିଳିଲା ବ୍ଲେଡ୍‌

ନୂଆଦିଲ୍ଲୀ,୧୭।୬: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ ମିଳିଥିଲା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ଜମ୍ମୁ-କଶ୍ମୀର ପରେ ମଣିପୁରକୁ ନେଇ ଆକ୍ସନ ମୋଡ୍‌ରେ ଶାହା, ଡାକିଲେ ବୈଠକ

ନୂଆଦିଲ୍ଲୀ, ୧୭।୬: ଜମ୍ମୁ-କଶ୍ମୀର ସ୍ଥିତି ସମୀକ୍ଷା ପରେ ଏବେ ମଣିପୁର ଉପରେ ଫୋକସ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଅପରାହ୍ନ ୪ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri