Posted inଜାତୀୟ

ଓଡ଼ିଶାରେ ୩ ରୁଷୀୟଙ୍କ ମୃତ୍ୟୁକୁ ଏକାଠି ଯୋଡ଼ା ନ ଯାଉ: କେନ୍ଦ୍ର

ନୂଆଦିଲ୍ଲୀ,୬ା୧: ୩ ଜଣ ରୁଷୀୟ ନାଗରିକଙ୍କର ଓଡ଼ିଶାରେ ମୃତ୍ୟୁ ଘଟିଛି। ଏ ନେଇ ଆବଶ୍ୟକ ତଦନ୍ତ ଜାରି ରହିଛି। ଏହି ମୃତ୍ୟୁକୁ ଏକାଠି ଯୋଡ଼ିବା ଆବଶ୍ୟକ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। ଦୁଇଦିନ ପୂର୍ବରୁ କାର୍ଗୋ ଜାହାଜର ଜଣେ ରୁଷୀୟ ଇଞ୍ଜିନିୟରଙ୍କର ଓଡ଼ିଶା ଉପକୂଳ ଅନ୍ତର୍ଜାତୀୟ ଜଳରାଶିରେ ମୃତ୍ୟୁ ଘଟିଥିଲା। ଔପଚାରିକତା ପାଇଁ ତାଙ୍କ ମୃତଦେହ ପାରାଦୀପ ବନ୍ଦ ଅଣାଯାଇଥିଲା। ଏହା ପୂର୍ବରୁ ଡିସେମ୍ବର ୨୪ ଓ ୩୦ରେ ରାୟଗଡ଼ାର ଏକ ହୋଟେଲରେ ୨ ଜଣ ରୁଷୀୟଙ୍କ ମୃତ୍ୟୁ ହୋଇଥିଲା। ୩ଟି ଯାକ ମୃତ୍ୟୁକୁ ଏକାଠି ଯୋଡ଼ିବା ଠିକ୍‌ ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗଣମାଧ୍ୟମକୁ କହିଛନ୍ତି। ଭାରତ ଏକ ବିଶାଳ ଦେଶ ଏବଂ ବହୁସଂଖ୍ୟାରେ ବିଦେଶୀ ଏଠାକୁ ଆସିଥାନ୍ତି। ପାଭେଲ୍‌ ଆଣ୍ଟୋଭ୍‌ ରହୁଥିବା ହୋଟେଲର ୩ ମହଲାରୁ ଖସି ପ୍ରାଣ ହରାଇଥିବାବେଳେ ଭ୍ଲାଡିମିର ବିଡେନୋଭ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପୋଲିସ କହିଛି। କ୍ରାଇମ୍‌ ବ୍ରାଞ୍ଚ ଏବଂ ରାଜ୍ୟ ଫୋରେନ୍‌ସିକ୍‌ ସାଇନ୍ସ ଲାବରେଟୋରୀର ଏକ ଟିମ୍‌ ରାୟଗଡ଼ା ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଯାଞ୍ଚ କରିଛି। ଓଡ଼ିଶା ପୋଲିସର ସିଆଇଡି କ୍ରାଇମ୍‌ ବ୍ରାଞ୍ଚ ମାମଲାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ବୋର୍ଡ: ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୫।୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକଶେନ(ସିବିଏସ୍‌ଇ)ର ବାକିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ। ସୋମବାର କେନ୍ଦ୍ର...

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ୟୁନିଟ୍‌ ସମ୍ମାନୀତ

ନୂଆଦିଲ୍ଲୀ,୮।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟୁନିଟ୍‌କୁ ମଙ୍ଗଳବାର ବାୟୁସେନା ଦିବସ ଅବସରରେ ସମ୍ମାନୀତ କରାଯାଇଛି। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ...

୮ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ୮୦ ଜଣ

ଅମରାବତୀ,୨୧।୪: ଆନ୍ଧ୍ର ପ୍ରଦେଶର ଗଣ୍ଟୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକା ସହ ୮୦ ଜଣ ଗଣବଳାତ୍କାର କରିଛନ୍ତି। ଦୀର୍ଘ...

ଚାଇନାରେ ପହଞ୍ଚିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୩୧।୧: ଚାଇନାରେ ଥିବା ଭାରତୀୟଙ୍କୁ ଆଣିବା ଲାଗି ଶୁକ୍ରବାର ସକାଳୁ ନୂଆଦିଲ୍ଲୀରୁ ଯାତ୍ରା କରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଚାଇନାର ଉହାନ ସହରରେ ପହଞ୍ଚିଥିବା...

୨୦୨୫ ସୁଦ୍ଧା ସଫା ହୋଇଯିବ ଯମୁନା: କେଜରିୱାଲ

ନୂଆଦିଲ୍ଲୀ,୧୮ ।୧୧: ଯାହା ମଇଳା ହେବାକୁ ୭୦ ବର୍ଷ ଲାଗିଛି ତାହା ୨ ବର୍ଷରେ ସଫା ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ...

ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି।...

ସରକାରୀ ବାବୁ-ମନ୍ତ୍ରୀ ବ୍ୟବହାର କରିପାରିବେ ଦାମିକା ମୋବାଇଲ,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ରାଞ୍ଚି,୨।୯: ଏବେ ସରକାରୀ ବାବୁ ଏବଂ ମନ୍ତ୍ରୀମାନେ ଦାମିକା ମୋବାଇଲ ବ୍ୟବହାର କରିପାରିବେ। ଏନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ...

ଓଓ୍ବାଇସିଙ୍କ ଉପରେ ବର୍ଷିଲେ ଦିଗ୍‌ବିଜୟ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ବର୍ଷିଛନ୍ତି। ତାଙ୍କ...

Advertisement
Archives

Model This Week