କପି ପାଇଁ ଡିଲ୍‌

ନିମାପଡ଼ା,୧୨।୩(ଡି.ଏନ୍‌.ଏ.): ଚଳିତ ମାଟ୍ରିକ ପରୀକ୍ଷାରେ କପି ପାଇଁ ଡିଲ୍‌ ହୋଇଥିବା ଚର୍ଚ୍ଚା ହେଉଛି। ଏନେଇ ପ୍ରଧାନଶିକ୍ଷକ ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଖୋଦ୍‌ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନ ମଣ୍ଡଳୀର ଏକ ସ୍କୁଲରେ କପି ପାଇଁ ଏଭଳି ଡିଲ୍‌ ହୋଇଥିବା କୁହାଯାଉଛି। ଏହାର ତଦନ୍ତ ପାଇଁ ମନ୍ତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)କୁ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ ଜିଲା ନିମାପଡ଼ା ବ୍ଲକର ଏକ ସ୍କୁଲରେ ଚାଲିଥିବା ମାଟ୍ରିକ ପରୀକ୍ଷାରେ କପି କରିବାକୁ ସୁଯୋଗ ଦେବା ନିମନ୍ତେ ପ୍ରଧାନଶିକ୍ଷକ ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସଲାସୁତରା ଓ ଅର୍ଥ କାରବାର ହୋଇଥିବା ଉକ୍ତ ଭାଇରାଲ ଅଡିଓରୁ ଜଣାପଡ଼ିଛି। ଏହି ସ୍କୁଲରେ ଏକ ମୁକ୍ତ ବିଦ୍ୟାଳୟର ୬୧ଜଣ ପରୀକ୍ଷାର୍ଥୀ ଶୁକ୍ରବାର ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ, ସ୍କୁଲ ବାହାରେ କଡ଼ା ସିକ୍ୟୁରିଟି ବ୍ୟବସ୍ଥା ଥିବାବେଳେ ଭିତରେ କେତେଜଣ ଶିକ୍ଷକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇଛନ୍ତି। ଏଥିପାଇଁ କୁଆଡ଼େ ଜଣେ ଜଣେ ପରୀକ୍ଷାର୍ଥୀଙ୍କଠାରୁ ୨ରୁ ୩ ହଜାର ଟଙ୍କା ଆଦାୟ ହୋଇଥିବା କୁହାଯାଉଛି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ପଚରାଯିବାରୁ ସେ କହିଛନ୍ତି, ଭାଇରାଲ ହୋଇଥିବା ଅଡିଓର କୌଣସି ସତ୍ୟତା ନାହିଁ। ଏହା ଏକ ଷଡ଼ଯନ୍ତ୍ର। ସ୍କୁଲ ଏବଂ ତାଙ୍କୁୁ ବଦନାମ କରିବା ପାଇଁ ଏହା ଉଦ୍ଦିଷ୍ଟ। କପି ପାଇଁ କୌଣସି ଡିଲ୍‌ ହୋଇନାହିଁ କି ସେ ଏନେଇ କାହା ସହିତ କଥା ହୋଇନାହାନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାଶ କହିଛନ୍ତି ଯେ ଉକ୍ତ ଅଡିଓ ସମ୍ପର୍କରେ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସେ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାରରୁ ପରୀକ୍ଷା କଡ଼ାକଡ଼ି କରାଯିବ, ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସେଣ୍ଟ୍ରାଲ ସ୍କ୍ବାଡ୍‌ ପଠାଯିବାକୁ ସେ ବୋର୍ଡ ସଭାପତିଙ୍କୁ କହିଛନ୍ତି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସ୍ବଚ୍ଛତା ଅବଲମ୍ବନ କରାଯାଇଛି। ପରୀକ୍ଷାର୍ଥୀମାନେ ଶୃଙ୍ଖଳାର ସହ ପରୀକ୍ଷା ଦେଉଛନ୍ତି ବୋଲି ମନ୍ତ୍ରୀ ଦାଶ କହିଛନ୍ତି। କପି ହେବା କଥାକୁ ମନ୍ତ୍ରୀ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri