ଜଳପ୍ରପାତରେ ବୁଡି ନିଖୋଜ ଥିଲେ: ମିଳିଲା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ

କୁଚିଣ୍ଡା,୮ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ଅଧୀନ ଗୁଦ୍‌ଗୁଦା ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ ୨୪ଘଣ୍ଟା ପରେ ଶୁକ୍ରବାର ଉଦ୍ଧାର ହୋଇଛି।

ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ସାଇନଗର ଗ୍ରାମର କୋଲିଭିରା ହନୁମାନ(୨୫) ସମ୍ବଲପୁର ଜିଲା ଭୂଷଣ ଷ୍ଟିଲ ପ୍ଲାଣ୍ଟ ଜେଏସ୍‌ଡବ୍ଲ୍ୟୁରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।

ଗୁରୁବାର ସେ ୧୧ଜଣ ସାଙ୍ଗ ସହ ଗୁଦ୍‌ଗୁଦା ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଜଳପ୍ରପାତରେ ଗାଧୋଉଥିବା ବେଳେ କୋଲିଭିରା ଗଣ୍ଡରେ ବୁଡି ନିଖୋଜ ହୋଇଯାଇଥିଲେ। ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ମୃତଦେହ ଉଦ୍ଧାର ହୋଇପାରି ନ ଥିଲା। ଏସ୍‌ଡିପିଓ ଅମିତାଭ ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ଶୁକ୍ରବାର ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଥିଲେ। କୁଚିଣ୍ଡା ଉପଜିଲାପାଳ ବିଭୂତିଭୂଷଣ ନାୟକ, ତହସିଲଦାର ପ୍ରସନ୍ନ ଟେଟେ ପ୍ରମୁଖ ଗୁଦ୍‌ଗୁଦାରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏ ନେଇ ମହୁଲପାଲି ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ମେଡିକାଲ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri