Posted inଜାତୀୟ

ଶବଗୃହରୁ ମିଳିଲା ୧୫ ମାସ ତଳର ମୃତଦେହ

ବେଙ୍ଗାଲୁରୁ,୨୯।୧୧: କର୍ନାଟକର ରାଜଧାନୀସ୍ଥିତ ଇଏସ୍‌ଆଇ ହସ୍ପିଟାଲର ଶବଗୃହରୁ ମିଳିଛି ୧୫ ମାସ ତଳର ଦୁଇଟି ମୃତଦେହ। କରୋନାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଶବଗୃହର ସଫେଇ ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। କୋଭିଡ୍‌ ପ୍ରୋଟୋକଲ ଅନୁସାରେ ସେମାନଙ୍କ ଶବ ସତ୍କାର କରାଯାଇ ନ ଥିବାରୁ ହସ୍ପିଟାଲ କର୍ମଚାରୀ ଓ ଡାକ୍ତରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

ରିପୋର୍ଟ ମୁତାବକ, ଜଣେ ମୃତକଙ୍କ ଶବଦାହ କରିବାକୁ ତାଙ୍କ ପରିବାରବର୍ଗ ଓ ସମ୍ପର୍କୀୟ ମନା କରି ଦେଇଥିବା ବେଳେ ଅନ୍ୟ ଏକ ମୃତକଙ୍କ ପରିବାରବର୍ଗଙ୍କୁ ପୋଲିସ ଖୋଜିବାରେ ସଫଳ ହୋଇ ନ ଥିଲା।

ମୃତଦେହରେ ଲାଗିଥିବା ଟ୍ୟାଗ ସାହାଯ୍ୟରେ ଦୁଇ ମୃତକଙ୍କ ପରିଚୟ ଜଣାପଡ଼ିଛି। ଦୁହେଁ ୨୦୨୦ ଜୁଲାଇରେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଇଏସ୍‌ଆଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସେମାନଙ୍କ ମୃତଦେହକୁ ପୁରୁଣା ଶବଗୃହରେ ରଖାଯାଇଥିଲା। ସେଠାରୁ ଶବଦାହ ପାଇଁ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି)କୁ ଦିଆଯିବାର ଥିଲା। କିନ୍ତୁ ଗତବର୍ଷ କରୋନା ଜନିତ ମୃତକଙ୍କ ସଂଖ୍ୟା ବଢ଼ିବାରୁ ଡିସେମ୍ବରରେ ନିର୍ମାଣ କରାଯାଇଥିଲା ଏକ ନୂଆ ଶବଗୃହ। ଏହା କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ଶବଗୃହରେ ରଖାଯାଇଥିବା ଦୁଇ ମୃତଦେହକୁ ଭୁଲି ଯାଇଥିଲେ ହସ୍ପିଟାଲ କର୍ମଚାରୀ।

ଗତ ୨୬ ତାରିଖରେ ପୁରୁଣା ଶବଗୃହର ସଫେଇ କରିବାକୁ ଯାଇଥିବା ହସ୍ପିଟାଲ କର୍ମଚାରୀଙ୍କୁ ଫ୍ରିଜରରୁ ଦୁଇ ମୃତହେଦ ମିଳିଥିଲା। ଘଟଣା ସାମ୍ନାକୁ ଆସିବା ପରେ ରାଜାଜିନଗର ବିଧାୟକ ସୁରେଶ କୁମାର ରାଜ୍ୟ ଶ୍ରମ ମନ୍ତ୍ରୀ ଶିବରାଜ ହେବଲଙ୍କୁ ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri